ଝାରପାଲିରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼ ଅଫିସ୍‌,୩୦।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋ ବୈଜ୍ଞାନିକ ଭାବେ ମନୋନୀତ ହୋଇଛନ୍ତି। ସେ ଆସନ୍ତା ଜାନୁୟାରୀ ମାସରେ ଇସ୍ରୋରେ ଯୋଗଦେବେ ବୋଲି କହିଛନ୍ତି। ପଙ୍କଜିନୀ ଓ ରାଜକୁମାରଙ୍କ ସାନପୁଅ ନିହାର ଏକ ଚାଷୀ ପରିବାରର। ସେ ପିଲାବେଳେ ନୂଆ ନୂଆ ଜିନିଷ ତିଆରି କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ନିହାର ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଏବଂ ଅମ୍ବାଭୋନାସ୍ଥିତ କେଦାରନାଥ ଆଦିବାସୀ ହାଇସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ପଢ଼ିଥିଲେ। ଏହାପରେ ସେ ବରଗଡ଼ସ୍ଥିତ ବିକାଶ ଜୁନିୟର କଲେଜରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିଥିଲେ। ଜେଇଇ ମେନ୍ସ ଏବଂ ଆଡଭାନ୍ସର ଫଳାଫଳକୁ ନେଇ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି(ଆଇଆଇଏସ୍‌ଟି)ର ଏରୋସ୍ପେସ୍‌ ଇଞ୍ଜିନିୟରିଂ ବିଭାଗରେ ବି-ଟେକ୍‌ରେ ଆଡ୍‌ମିଶନ କରିଥିଲେ। ଚଳିତବର୍ଷ ସେଥିରେ ଗ୍ରାଜୁଏଶନ ଶେଷ ହୋଇଥିଲା ଏବଂ ଆଇଆଇଏସ୍‌ଟି-ଆବଜର୍ପଶନରେ ପାରଙ୍ଗମ ହୋଇଥିବାରୁ ତାଙ୍କୁ ଇସ୍ରୋର ଜଣେ ବୈଜ୍ଞାନିକ ଭାବେ ମନୋନୀତ କରାଯାଇଥିବା ନିହାର କହିଛନ୍ତି। ମା’ ବାପା, ଭାଇ, ଭଉଣୀ ତାଙ୍କୁ ଚାପହୀନ, ମୁକ୍ତ ବାତାବରଣରେ ମନ ପସନ୍ଦର ପାଠ୍ୟକ୍ରମ ପଢ଼ିବାର ସୁଯୋଗ ଦେଇଥିବାରୁ ତାଙ୍କୁ ଏଭଳି ସଫଳତା ମିଳିଛି ବୋଲି ନିହାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଲକଡାଉନ୍‌ କଟକଣା ଉଲ୍ଲଂଘନ: ଦିନକରେ ୧ .୧୨ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏବେ ଜିଲାରେ...

ଉପସ୍ଥାନ ଯାଞ୍ଚ କଲେ ଉପଜିଲାପାଳ

ବନ୍ତଳା,୧ା୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳାସ୍ଥିତ ଶ୍ରୀ ଚନ୍ଦ୍ରଶ୍ରେଖର ଜୁନିୟର ମହାବିଦ୍ୟାଳୟ, ଯୁକ୍ତ ତିନି ଉଚ୍ଚତର ଶିକ୍ଷା ମହାବିଦ୍ୟାଳୟ ଓ ପାତେଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୁରୁବାର...

ଅଞ୍ଜନାଙ୍କୁ ନ୍ୟାୟ:ହାଇକୋର୍ଟରେ ମାମଲା ବନ୍ଦ

କଟକ ଅଫିସ/ଭୁବନେଶ୍ୱର, ୨ା୩:ସିବିଆଇ ତଦନ୍ତରେ ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରି ହାଇକୋର୍ଟରେ ୨୦୦୨ରେ ଗଣବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର କରିଥିବା ମାମଲାର ସୋମବାର ପରିସମାପ୍ତି...

୧ ଲକ୍ଷ ୯୦ ହଜାର ଟଙ୍କାର ଜାଲ୍‌ନୋଟ ଜବତ: ବନ୍ଧା ହେଲେ ଯୁବକ

ଢେଙ୍କାନାଳ ଅଫିସ,୧୭।୧୨: ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଜାଲ୍‌ନୋଟ ପୋଲିସ ଜବତ କରିଛି। ସଦର ଥାନା ଅଧୀନ ଭାପୁର ରଥପଦା ଅଞ୍ଚଳରେ ପୋଲିସର...

ଟ୍ରେନ୍‌ରୁ ଖସି ପଡ଼ି ସିନେ କଳାକାର ପ୍ରେମାନନ୍ଦ ବାରିକଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୧୬।୧୧: ଖୋର୍ଦ୍ଧା ବ୍ଲକ ତାପଙ୍ଗ ଷ୍ଟେଶନର କିଛିଦୂରରେ ଚଳନ୍ତା ଟ୍ରେନରୁ ଖସି ପଡି ସିନେ କଳାକାର ପ୍ରେମାନନ୍ଦ ବାରିକ(୫୭)ଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତଦେହକୁ...

ବର୍ଷା ପାଇଁ ଭିତରକନିକା ମହୋତ୍ସବ ୧୪କୁ ଘୁଞ୍ଚିଲା

ରାଜନଗର , ୬ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ନଳିତାପାଟିଆ ଠାରେ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିଲା।...

ବାସହରା ଖୋଜୁଛନ୍ତି ରାତ୍ରି ଆଶ୍ରୟସ୍ଥଳ

ଜଗତ୍‌ସିଂହପୁର ଅଫିସ, ୧୧।୧: ପ୍ରବଳ ଶୀତ ଯୋଗୁ ଗରିବ ବାସହରାଙ୍କ ଚିନ୍ତା ବଢ଼ିଯାଇଛି। ରାତ୍ରିଯାପନ କରିବା ପାଇଁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଯୋଗୁ...

ସକ୍ରିୟ, ସଜାଗ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ ଅଫିସ, ୨୮ା୫: ଜୁଲାଇ ୧ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଗୁରୁତ୍ୱପୂର୍ଣ୍ଣ ରୀତିନୀତି...

Advertisement
Archives

Model This Week