ଇସ୍ରୋ ମୁଖ୍ୟ

ପ୍ରଖ୍ୟାତ ରକେଟ ବୈଜ୍ଞାନିକ ଏସ୍‌. ସୋମନାଥ ୧୪ ଜାନୁୟାରୀ ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଆସନରେ ଆସୀନ ହେବା ପରେ କେରଳର ଆଲାପୁଜାହା ଜିଲା ଅନ୍ତର୍ଗତ ଥୁରାଭୂର ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା। ତାଙ୍କ ପିତା ଜଣାଶୁଣା ହିନ୍ଦୀ ଶିକ୍ଷକ ଭେଦମ୍‌ପାରାମ୍ବିଲ ଶ୍ରୀଧର ପାନିକର ଓ ମାତା ଥାଙ୍କମା। ଯେଉଁ କ୍ଷେତ୍ରରେ ଯିବାର ଅଛି, ତାହା ଉପରେ ଭଲ ଭାବେ ବୁଝ ଓ ସେଥିପ୍ରତି ତ୍ୟାଗ ରହିଲେ ଜୀବନରେ ସଫଳତା ମିଳିପାରିବ ବୋଲି ପିତାଙ୍କ ଉପଦେଶ ତାଙ୍କୁ ଆଜି ଏହି ସ୍ଥାନରେ ବସାଇପାରିଥିବା ସୋମନାଥ କହିଛନ୍ତି। ଇସ୍ରୋ ମୁଖ୍ୟ ହେବାର ସପ୍ତାହ ପୂର୍ବରୁ କୋଚିନ୍‌ ଶିପ୍‌ୟାର୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ସେ ଥୁରାଭୂରରେ ଥିବା ଘରକୁ ବୁଲି ଯାଇଥିଲେ। ଗାଁ ଛାଡ଼ିବା ପୂର୍ବରୁ ସ୍ଥାନୀୟ ମନ୍ଦିରକୁ ଯାଇଥିଲେ। ସେହିଠାରେ ସେ ଜନ୍ମ ହୋଇଥିଲେ ହେଁ ମାମୁଘର ଅରୂରସ୍ଥିତ ସେଣ୍ଟ୍‌ ଅଗଷ୍ଟିନ୍‌ ସ୍କୁଲରେ ପାଠ ପଢ଼ିଥିଲେ। ତା’ ପରେ ଏର୍ନାକୁଲମ୍‌ର ମହାରାଜା କଲେଜରୁ ପ୍ରି-ୟୁନିଭର୍ସିଟି ପ୍ରୋଗ୍ରାମ୍‌ ଶେଷ କରିଥିଲେ। କେରଳ ବିଶ୍ୱବିଦ୍ୟାଳୟ ଅଧୀନ କୋଲାମ୍‌ସ୍ଥିତ ଟିକେମ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ମେକାନିକାଲରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବାଙ୍ଗାଲୋରର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରୁ ଏରୋସ୍ପେଶ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିବା ପରେ ସେ ୧୯୮୫ରେ ଇସ୍ରୋର ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର (ଭିଏସ୍‌ଏସ୍‌ସି)ରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲାର ସାଟେଲାଇଟ୍‌ ଲଞ୍ଜ୍‌ ଭେହିକିଲ୍‌ (ପିଏସ୍‌ଏଲ୍‌ଭି) ପ୍ରକଳ୍ପରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଦକ୍ଷତା ବଳରେ ସେ ୨୦୧୦ରେ ଭିଏସ୍‌ଏସ୍‌ସିର ଆସିଷ୍ଟାଣ୍ଟ ଡାଇରେକ୍ଟର (ପ୍ରୋଜେକ୍ଟ) ଏବଂ ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଜ୍‌ ଭେହିକିଲ୍‌ (ଜିଏସ୍‌ଏଲ୍‌ଭି) ଏମ୍‌କେ-୩ର ପ୍ରୋଜେକ୍ଟ ଡାଇରେକ୍ଟର ହୋଇଥିଲେ। ୨୦୧୪ ନଭେମ୍ବର ଯାଏ ସୋମନାଥ ପ୍ରପଲ୍‌ସନ୍‌ ଆଣ୍ଡ୍‌ ସ୍ପେସ୍‌ ଅଡିନାନ୍ସ ଏନ୍‌ଟିଟିର ଉପନିର୍ଦ୍ଦେଶକ ରହିଥିଲେ। କାର୍ଯ୍ୟ ପ୍ରତି ଏକନିଷ୍ଠତା ତାଙ୍କୁ କ୍ୟାରିୟର ଗଢ଼ିବାରେ ସହାୟକ ହୋଇଥିଲା। ଫଳରେ ୨୦୧୫ରେ ସେ ଥିରୁଭାନନ୍ତପୁରମ୍‌ର ଭାଲିଆମାଲାସ୍ଥିତ ଲିକ୍ୟୁଇଡ୍‌ ପ୍ରପଲ୍‌ସନ ସିଷ୍ଟମ୍ସ ସେଣ୍ଟର (ଏଲ୍‌ପିଏସ୍‌ସି)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରି ୨୦୧୮ ଜାନୁୟାରୀ ପର୍ଯ୍ୟନ୍ତ ସେଥିରେ ରହିଥିଲେ। ଭିଏସ୍‌ଏସ୍‌ସିର ତତ୍‌କାଳୀନ ନିର୍ଦ୍ଦେଶକ କେ. ସିବନ ଇସ୍ରୋର ଅଧ୍ୟକ୍ଷ ହୋଇଯିବା ପରେ ସୋମନାଥ ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିଲେ। ନିକଟରେ କେ. ସିବନଙ୍କ କାର୍ଯ୍ୟକାଳ ଶେଷ ହେବାରୁ ସଂଯୋଗବଶତଃ ସୋମନାଥ ତାଙ୍କଠାରୁ ଇସ୍ରୋର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୋମନାଥ ମହାକାଶ ବିଭାଗର ସଚିବ ତଥା ସ୍ପେସ୍‌ କମିଶନ୍‌ର ଅଧ୍ୟକ୍ଷ ହେବା ତାଙ୍କ ସରଳ ଜୀବନ ଓ ମେଧା ସମ୍ପର୍କରେ ଆଲୋଚନା ହେଉଛି। ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର ପ୍ରେ-ଭାଇସ୍‌-ଚାନ୍‌ସେଲର ଡକ୍ଟର ଏସ୍‌. ଆୟୋବ କହିଛନ୍ତି, ସୋମନାଥ ଟିକେମ୍‌ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ୧୯୮୫ରେ କଲେଜ ଟପ୍ପର ହୋଇଥିଲେ। ଯେତେବେଳେ ଏହି କଲେଜର କୌଣସି ମିଟିଂରେ ତାଙ୍କ ଉପସ୍ଥିତି ଆବଶ୍ୟକ ପଡ଼ୁଥାଏ, ସେ ସେଥିରେ ଆଗ୍ରହର ସହ ଯୋଗ ଦେବାକୁ ଠିକ୍‌ ସମୟରେ ଆସି ପହଞ୍ଚତ୍ୟାଇଥାଆନ୍ତି। ଟିକେଏମ୍‌ କଲେଜର ଏକ ପୁରସ୍କାର କାର୍ଯ୍ୟକ୍ରମରେ ଅଧ୍ୟାପକ ସ୍ବର୍ଗତ ମାଇଥେନ୍‌କୁଟ୍ଟି ସାର୍‌ ତାଙ୍କୁ ଥର୍ମୋଡାଇନମିକ୍ସର ଏକ ପକେଟ ବୁକ୍‌ ଦେଇଥିବା କଥା କହିଥିଲେ। ଏପରି କି କଲେଜର ଆଲୁମ୍‌ନି ସ୍କଲାରଶିପ୍‌ କାର୍ଯ୍ୟକ୍ରମ ପାଇଁ ସେ ନଗଦ ଅର୍ଥ ଦେଇଥିଲେ ବୋଲି ଆୟୋବ କହିଛନ୍ତି।
ଗବେଷଣା ଓ ବୃତ୍ତିଗତ କ୍ଷେତ୍ରରେ ସେ ଉତ୍କର୍ଷ ପ୍ରତିପାଦନ କରିପାରିଥିବାରୁ ତାଙ୍କୁ ‘ସ୍ପେସ୍‌ ଗୋଲ୍ଡ ମେଡାଲ, ‘ମେରିଟ୍‌ ଆଓ୍ବାର୍ଡ, ଇସ୍ରୋ ପକ୍ଷରୁ ପର୍ଫର୍ମାନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ, ଏରୋନଟିକାଲ ସୋସାଇଟି ଅଫ୍‌ ଇଣ୍ଡିଆ(ଏଏସ୍‌ଆଇ)ର ନ୍ୟାଶନାଲ ଏରୋନଟିକ୍ସ ପ୍ରାଇଜ୍‌ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଆଜି ଯାଏ ଇସ୍ରୋର ମୁଖ୍ୟଙ୍କ ମଧ୍ୟରେ ସ୍ଥାନ ପାଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ କେରଳରୁ ସୋମନାଥଙ୍କୁ ମିଶାଇ ୫ ଜଣ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପୂର୍ବରୁ ମେଜିକେ ମେନନ୍‌, କେ. କସ୍ତୁରିରଙ୍ଗନ୍‌, ଜି. ମାଧବନ୍‌ ନାୟାର ଏବଂ କେ. ରାଧାକ୍ରିଷ୍ଣନ୍‌ ଇସ୍ରୋର ଅଧ୍ୟକ୍ଷ ରହିଥିଲେ।
ସୋମନାଥଙ୍କ ବ୍ୟକ୍ତିଗତ ଜୀବନ କହିଲେ ଥିରୁଭାନନ୍ତପୁରମ୍‌ର ସେଣ୍ଟ୍ରାଲ ଏକ୍ସାଇଜ୍‌ ଆଣ୍ଡ୍‌ କଷ୍ଟମ୍ସର ଅଫିସ୍‌ ସୁପରିଣ୍ଟେଣ୍ଡେଣ୍ଟ ତଥା ସହଧର୍ମିଣୀ ଭାଲସାଲା ଏବଂ ଦୁଇ ଇଞ୍ଜିନିୟର ସନ୍ତାନ ମାଲିକା ଓ ମାଧବଙ୍କୁ ନେଇ ତାଙ୍କ ସଂସାର।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri