ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ ମଧ୍ୟ ବିସ୍ଫୋରଣ ଘଟିଛି। ଗତ ରବିବାର ତେହେରାନ୍‌ ଇସ୍ରାଏଲ୍‌ ଉପରେ ଏୟାରଷ୍ଟ୍ରାଇକ୍‌ କରିଥିବାବେଳେ ଏହାର ପ୍ରତିଶୋଧ ନେବ ବୋଲି ଇସ୍ରାଏଲ୍‌ କହିଥିଲା। ଇରାନର ଶତାଧିକ ଡ୍ରୋନ୍‌ ଏବଂ ମିଶାଇଲ୍‌ ଆକ୍ରମଣର ଜବାବ ଇସ୍ରାଏଲ୍‌ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଇରାନ୍‌ ସୈନ୍ୟ କେନ୍ଦ୍ରୀୟ ଇସ୍‌ଫାହାନ ସହର ନିକଟରେ ଥିବା ବୃହତ୍‌ ଏୟାରବେସ୍‌ ଏବଂ ଆଣବିକ କେନ୍ଦ୍ର ନିକଟରେ ଏୟାର ଡିଫେନ୍ସ ସହାୟତାରେ ଇସ୍ରାଏଲ୍‌ ଡ୍ରୋନ୍‌କୁ ଖସାଇଦେଇଛି। ତେବେ ଇସ୍ରାଏଲ୍‌ର ଆକ୍ରମଣ ସମ୍ଭାବନାକୁ ଇରାନର କୌଣସି ଅଧିକାରୀ ସିଧାସଳଖ ସ୍ବୀକାର କରିନାହାନ୍ତି। ସେହିପରି ଇସ୍ରାଏଲୀ ସେନା ମଧ୍ୟ କୌଣସି ଉତ୍ତର ଦେବାକୁ ମନା କରିଦେଇଛି।
ଇରାନ ଏହାର ଅନେକ ସହରରେ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ସକ୍ରିୟ କରିଥିବା ସରକାରୀ ଗଣମାଧ୍ୟମରେ କୁହାଯାଇଛି। ଇରାନର ତୃତୀୟ ବୃହତ୍‌ ସହର ଇସ୍‌ଫାହାନ ନିକଟରେ ବିସ୍ଫୋରଣର ଶବ୍ଦ ଶୁଭିଥିବା ସରକାରୀ ପ୍ରସାରଣ ସଂସ୍ଥା କହିଛି। ଉକ୍ତ ସହରରେ ଅନେକ ଆଣବିକ କେନ୍ଦ୍ର ରହିଛି। ସେଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଇରାନ୍‌ର ତାସ୍‌ନିମ ନ୍ୟୁଜ୍‌ ଏଜେନ୍ସି କହିଛି। ଇରାନ ଉପରେ ମିଶାଇଲ୍‌ ଆକ୍ରମଣ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ତେହେରାନ ଏହାକୁ ଖଣ୍ଡନ କରିଛି। ଇସ୍ରାଏଲ୍‌ର କେତେକ ଡ୍ରୋନ୍‌କୁ ଇରାନ୍‌ ଖସାଇଦେଇଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri