ଗାଜାକୁ ଜରୁରୀକାଳୀନ ସୁବିଧା ପହଞ୍ଚାଇବ ଆମେରିକା

ଗାଜା,୧୯।୧୦: ଇସ୍ରାଏଲ-ହାମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତ ୧୩ଦିନ ଧରି ଗାଜା ଷ୍ଟ୍ରିପ ରଣକ୍ଷେତ୍ରରେ ପରିଣତ ହୋଇଛ। ଇସ୍ରାଏଲ ଗାଜାରେ ଜରୁରୀକାଳୀନ ସୁବିଧା ପହଞ୍ଚାଇବାକୁ କଟକଣା ଲଗାଇଛି। ଏହି କାରଣରୁ ବିଦ୍ୟୁତ, ଇନ୍ଧନ, ଖାଦ୍ୟସାମଗ୍ରୀ ଓ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥିସହ ଗାଜାରେ ଇସ୍ରାଏଲ ସୈନିକଙ୍କ କ୍ରମାଗତ ବୋମା ବିସ୍ଫୋରଣ ହେତୁ ମାନବିକ ସଙ୍କଟ ଦେଖାଦେଇଛି। ଆମେରିକା ସମେତ ଅନେକ ଦେଶ ଗାଜାରେ କଟକଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ତେବେ ଇସ୍ରାଏଲ ବର୍ତ୍ତମାନ ଗାଜାରେ ଲଗାଇଥିବା କଟକଣାକୁ କୋହଳ କରିଛି। ଇଜିପ୍ଟକୁ ଗାଜା ଅଞ୍ଚଳର ସାଧାରଣ ନାଗରିକଙ୍କୁ ଜୀବନ ରକ୍ଷାକାରୀ ଜରୁରୀକାଳୀନ ସୁବିଧା ପ୍ରଦାନ କରିବାକୁ ଅନୁମତି ଦେଇଛି ଇସ୍ରାଏଲ। ଗାଜାର ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଅନେକ ପରିବାର ଦିନକୁ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ଅପରିଷ୍କାର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଇଜିପ୍ଟ ଦେଇ ଗାଜାର ଲୋକଙ୍କୁ ଜରୁରୀକାଳୀନ ସହାୟତା ସାମଗ୍ରୀ ପଠାଇବାକୁ ଆମେରିକା ଚେଷ୍ଟା କରୁଛି।

ଏହି ସାମଗ୍ରୀ ପରିବହନ କରୁଥିବା ୨୦ଟି ଟ୍ରକ ଗାଜାରେ ପହଞ୍ଚିବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତ, ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସିଙ୍କ ସହ କଥା ହୋଇଛନ୍ତି ଏବଂ ଗାଜାରେ ମାନବିକ ସହାୟତା ସହ ଜଡିତ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ୨୦ଟି ଟ୍ରକ ପଠାଇବାକୁ ସେ ଅନୁମତି ଦେଇଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ହାମାସ ଆତଙ୍କବାଦୀଙ୍କ ହାତରେ ଏହି ଟ୍ରକଗୁଡ଼ିକୁ ଲାଗିଯାଏ ତେବେ ଆମେରିକା ସହାୟତା ଯୋଗାଇବା ବନ୍ଦ କରିବ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ, ବାଇଡେନଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ଅନୁମୋଦନ କରାଯାଇଛି।

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଜା ସହରର ଅହଲି ଆରବୀ ସିଟି ହସ୍ପିଟାଲ ଉପରେ ରକେଟ ଆକ୍ରମଣରେ ପ୍ରାୟ ୫୦୦ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣରେ ଆହତ ଲୋକଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଜାରେ ଚିକିତ୍ସା ଉପକରଣର ଘୋର ଅଭାବ ରହିଛି। ଏଥିସହିତ ଇନ୍ଧନ ଯୋଗୁଁ ଡାକ୍ତରଖାନାଗୁଡ଼ିକରେ ବିଦ୍ୟୁତ ନାହିଁ। ତେବେ ଚିକିତ୍ସା ଉପକରଣ ଯୋଗାଇଦେବାକୁ ମଧ୍ୟ ଆମେରିକା ରାଜି ହୋଇଛି। ଅତିଶୀଘ୍ର ଚିକିତ୍ସା ସହାୟତା ପହଞ୍ଚିବ ବୋଲି ଆଶ୍ୱସନା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri