ଏକଚ୍ଛତ୍ରବାଦ ପଥେ ଇସ୍ରାଏଲ

ଇଡୋ ବାଉମ୍‌

 

ତିନି ବର୍ଷ ମଧ୍ୟରେ ଇସ୍ରାଏଲରେ ଲଗାତର ୫ଟି ନିର୍ବାଚନ ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ୪ଟି ରାଜନୈତିକ ଅଚଳାବସ୍ଥାରେ ଶେଷହୋଇଛି। ତେବେ ଗତବର୍ଷ ଶେଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍‌ନ୍ୟାହୁ କୌଣସି ପ୍ରକାରେ ଦକ୍ଷିଣପନ୍ଥୀ ଏବଂ ଅତି ରୂୂଢିବାଦୀ ଦଳଗୁଡ଼ିକୁ ନେଇ ଏକ ମେଣ୍ଟ ସରକାର ଗଢିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଇସ୍ରାଏଲରେ ସ୍ଥିରତା ଆସିିବା ବଦଳରେ ଏବେ ରାଜନୈତିକ ବ୍ୟବସ୍ଥାରେ ନିଷ୍କ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ନେତ୍‌ନ୍ୟାହୁ ତାଙ୍କ ଶାସନର ଷଷ୍ଠ ପାଳିରେ ଏକ ତ୍ୱରିତ ସାମ୍ବିଧାନିକ ପୁନର୍ଗଠନ ବା ସୁଧାରକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ପଦବୀକୁ ବ୍ୟବହାର କରୁଛନ୍ତି। ଯଦି ଏ ସମ୍ପର୍କିତ ଆଇନ ଲାଗୁ କରାଯାଏ , ତେବେ ଏହା ଇସ୍ରାଏଲକୁ ଏକ ଏକଚ୍ଛତ୍ରବାଦ ବ୍ୟବସ୍ଥାରେ ପରିଣତ କରିଦେବ। ୨୦୨୦ରେ ଇସ୍ରାଏଲ ସୁପ୍ରିମକୋର୍ଟ ସର୍ବସମ୍ମତିକ୍ରମେ ରାୟ ଦେଇଥିଲେ ଯେ, ଯେ ପର୍ଯ୍ୟନ୍ତ ନେତନ୍ୟାହୁଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲା ବିଚାରର ପରିଣାମକୁ ପ୍ରଭାବିତ କରିବାରେ ସେ ତାଙ୍କ ପଦବୀର ଉପଯୋଗ କରିବାରୁ ଦୂରେଇ ରହିବେ ସେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାରେ ତାଙ୍କୁ ବାଧା ଦିଆଯିବ ନାହିଁ। କିନ୍ତୁ ତାଙ୍କୁ କାର୍ଯ୍ୟାଳୟରୁ ବାହାରେ ରଖାଯିବାର ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ ଚାଲିଥିବା ବିଚାରର ପ୍ରୋସେକ୍ୟୁଟରମାନଙ୍କୁ ଲଗାତର ଭାବେ ନେତନ୍ୟାହୁ ଆକ୍ରମଣ ଜାରି ରଖିଛନ୍ତି।
ତାଙ୍କ ନୂଆ ସରକାର ଗଢିବାର କିଛି ଦିନ ପରେ ନ୍ୟାୟମନ୍ତ୍ରୀ ୟାରିଭ ଲେଭିନ ଇସ୍ରାଏଲର ନ୍ୟାୟିକ ବ୍ୟବସ୍ଥାର ପୁନର୍ଗଠନ କରିବାକୁ ଏକ ବ୍ୟାପକ ଯୋଜନା ଘୋଷଣା କରିଥିଲେ। ଲେଭିନଙ୍କ ଯୁକ୍ତି ଥିଲା ଯେ, ପ୍ରସ୍ତାବିତ ପୁନର୍ଗଠନ ଇସ୍ରାଏଲ ଗଣତନ୍ତ୍ରକୁ ସୁଦୃଢ କରି ନ୍ୟାୟପାଳିକା, କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା ମଧ୍ୟରେ ସମନ୍ବୟ ସ୍ଥାପନ କରିବ। କିନ୍ତୁ ବାସ୍ତବରେ, କାର୍ଯ୍ୟପାଳିକା ଉପରେ ଅଙ୍କୁଶ ଆଣିବା ଭଳି ନ୍ୟାୟପାଳିକାର କ୍ଷମତାକୁ ହଟାଇଦେବାକୁ ଉକ୍ତ ପ୍ରସ୍ତାବ ଡିଜାଇନ କରାଯାଇଛି। ସରକାରଙ୍କ ଯୋଜନାରେ ଥିବା ଏକ ବ୍ୟବସ୍ଥାରେ ସରକାର ଏକତରଫା ଭାବେ ସୁପ୍ରିମକୋର୍ଟ ସମେତ ଅନ୍ୟ କୋର୍ଟର ବିଚାରପତିମାନଙ୍କୁ ନିଯୁକ୍ତ କରିବାକୁ ଅଧିକାର ପାଇବେ। ଆଉ ଏକ ବ୍ୟବସ୍ଥାରେ ଇସ୍ରାଏଲର ୧୨୦ ସଦସ୍ୟ ବିଶିଷ୍ଟ ନିସେଟ (ପାର୍ଲାମେଣ୍ଟ) ସାଧାରଣ ବହୁମତ ଦ୍ୱାରା ସୁପ୍ରିମକୋର୍ଟ ରାୟକୁ ବି ଅସ୍ବୀକାର କରିପାରିବେ।
ନାଗରିକ ଅଧିକାରଗୁଡ଼ିକ ନିର୍ଦ୍ଧାରଣ କରିବା ଓ ତାହାକୁ ସୁରକ୍ଷା ଦେବା ପାଇଁ ଇସ୍ରାଏଲ ଏକ ଓପଚାରିକ ସମ୍ବିଧାନ ବଦଳରେ ଅନେକ ମୌଳିକ ଆଇନ ଉପରେ ସମ୍ପୂର୍ଣ୍ଣ ନିର୍ଭରକରୁଛି। ମୌଳିକ ଆଇନଗୁଡ଼ିକୁ ବିରୋଧ କରୁଥିବା ଆଇନ ଉପରେ ତର୍ଜମା କରି ତାହାକୁ ରଦ୍ଦ କରିଦେବାର କ୍ଷମତା ସୁପ୍ରିମକୋର୍ଟଙ୍କ ଥିଲେ ବି ବିଗତ ୩ ଦଶନ୍ଧିରେ ମାତ୍ର ୨୦ ଥର ଏହା କରିଛି। କିନ୍ତୁ ଏହି ସମାନ ସମୟରେ ଆମେରିକା ସୁପ୍ରିମକୋର୍ଟ ୧୦୦ରୁ ଅଧିକ ଆଇନକୁ ରଦ୍ଦ କରିଛି। ଲେଭିନଙ୍କ ପ୍ରସ୍ତାବିତ ଯୋଜନାରେ ୧୨ରୁ ଅତିକମ୍‌ରେ ୫ ଜଣ ବିଚାରପତି ଏକମତ ହେଲେ ହିଁ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେବାକୁ ସକ୍ଷମ ହେବେ। ଏହି ପୁନର୍ଗଠନ ମଧ୍ୟ କୋର୍ଟକୁ ମୌଳିକ ଆଇନଗୁଡ଼ିକର ସଂଶୋଧନ ଉପରେ ସମୀକ୍ଷା କରିବାକୁ ରୋକି ଅନ୍ୟପକ୍ଷରେ ନ୍ୟାୟିକ ଯାଞ୍ଚରୁ ଆଇନକୁ ସୁରକ୍ଷିତ ରଖିବା ଲାଗି ପାର୍ଲାମେଣ୍ଟକୁ ସକ୍ଷମ କରିଛି। କାର୍ଯ୍ୟପାଳିକାର ନିଷ୍ପତ୍ତିକୁ ଅସ୍ବୀକାର କରିବା ପାଇଁ କୋର୍ଟଗୁଡ଼ିକୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରି ଏହି ପ୍ରସ୍ତାବିତ ପୁନର୍ଗଠନ କୋର୍ଟିର ସ୍ବତନ୍ତ୍ର ଅଧିକାରଗୁଡ଼ିକୁ ଦୁର୍ବଳ କରିଛି। ଉକ୍ତ ପରିବର୍ତ୍ତନ ବଳରେ କ୍ୟାବିନେଟ ମନ୍ତ୍ରୀମାନେ ସରକାରଙ୍କ ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତ କରିବା ଏବଂ ବରଖାସ୍ତ କରିବା ପାଇର୍ଁ ସକ୍ଷମ ହୋଇଛନ୍ତି; ଯାହା ନ୍ୟାୟିକ ସ୍ବାଧୀନତାକୁ ଆହୁରି ଦୁର୍ବଳ କରିଛି।
ଇସ୍ରାଏଲର ବିଧାନମଣ୍ଡଳ ଆମେରିକା କଂଗ୍ରେସ କିମ୍ବା ଜର୍ମାନୀର ସଂଘୀୟ ସଂସଦ ଭଳି ଦୁଇ ଭାଗରେ ବିଭକ୍ତ ହୋଇନାହିଁ। ଫଳରେ ସେଠାରେ ଅନ୍ୟ ଏକ ମୁଖ୍ୟ ସମନ୍ବୟ ରକ୍ଷାକାରୀ ବ୍ୟବସ୍ଥାର ଅଭାବ ରହିଛି। ଆମେରିକା, ଜର୍ମାାନୀ କିମ୍ବା କାନାଡା ଭଳି ପ୍ରାୟ ୧ କୋଟି ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ଇସ୍ରାଏଲର ସଂଘୀୟ ବ୍ୟବସ୍ଥା ନାହିଁ। ଆଇନ ଉପରେ ରାଷ୍ଟ୍ରପତି ଭେଟୋ ପ୍ରୟାଗ କରିବାରେ ପ୍ରତିବନ୍ଧକ ମଧ୍ୟ ରହିଛି। ନେତ୍‌ନ୍ୟାହୁଙ୍କ ନ୍ୟାୟିକ ସୁଧାର ଯୋଜନାରେ ଥିବା ଅନେକ ପ୍ରସ୍ତାବ ତାଙ୍କ ପୂର୍ବତନ ସାଥୀମାନଙ୍କ ଦ୍ୱାରା ‘କେହେଲେଟ ପଲିସି ଫୋରମ’ରେ ଗଢାଯାଇଥିଲା। ଏହି ଫୋରମ ହେଉଛି ଚରମପନ୍ଥୀଙ୍କର ଏକ ନବଉଦାରବାଦୀ ଥିଙ୍କ୍‌ଟ୍ୟାଙ୍କ ଓ ଏହାକୁ ଆମେରିକାରେ ଥିବା ଦକ୍ଷିଣପନ୍ଥୀ ଇହୁଦି ଅତି ଧନୀ ବିଶେଷମାନେ ପ୍ରଥମେ ଅର୍ଥ ଯୋଗାଇ ଦେଇଥିଲେ।
ନେତନ୍ୟାହୁଙ୍କ ନ୍ୟାୟିକ ପରିବର୍ତ୍ତନର ବାସ୍ତବ ମଡେଲ ହେଉଛି ହଙ୍ଗେରୀର ଭିକ୍ଟର ଓର୍ବାନଙ୍କ ମଡେଲ। ବିଗତ ଦଶନ୍ଧିଗୁଡ଼ିକରେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ମିଡିଆ, ନିର୍ବାଚନ ବ୍ୟବସ୍ଥା ଏବଂ କୋର୍ଟ ଉପରେ ଓର୍ବାନଙ୍କ ଫିଡ୍‌ଜେ ପାର୍ଟିର ନିୟନ୍ତ୍ରଣ ଆଣିବା ଲାଗି ଅନେକ ସାମ୍ବିଧାନିକ ପରିବର୍ତ୍ତନ କରିଛନ୍ତି। ତେବେ ଇସ୍ରାଏଲର ସମ୍ଭାବନାଗୁଡ଼ିକ ହଙ୍ଗେରୀଠାରୁ ଅଧିକ ଅସ୍ପଷ୍ଟ, କାରଣ ହଙ୍ଗେରୀର ଅଥରିଟିଗୁଡ଼ିକ ବାହ୍ୟ ପ୍ରତିବନ୍ଧକ ଉପରେ ଗୁରୁତ୍ୱ ଦିଅନ୍ତି। ୟୁରେପୀୟ ସଂଘ(ଇୟୁ) ମେଣ୍ଟ ଭିତରେ ଥିବା ହଙ୍ଗେରୀର ଲୋକମାନଙ୍କ ଯାତାୟାତ ସ୍ବାଧୀନତା ଓ ବ୍ୟବସାୟ ଉପରେ କଟକଣା ଲଗାଇପାରିବ। ଅର୍ଥାତ୍‌ ଦେଶରୁ ନିବେଶକ କିମ୍ବା ଶ୍ରମିକମାନେ କିଭଳି ଦେଶ ଛାଡ଼ି ନ ଯିବେ ତାକୁ ଲକ୍ଷ୍ୟକରି ଓର୍ବାନଙ୍କୁ ଶାସନ କରିବାକୁ ପଡ଼େ। ହେଲେ ନେତ୍‌ନ୍ୟାହୁ ଏଭଳି କୌଣସି କଟକଣାରେ ବାନ୍ଧିହୋଇନାହାନ୍ତି। ନେତନ୍ୟାହୁ ଏସବୁ କଟକଣାର ସମ୍ମୁଖୀନ ନ ହେଲେ ବି ଦେଶର ସାଧାରଣ ନାଗରିକଙ୍କ ଭୀଷଣ ପ୍ରତିରୋଧର ସାମ୍‌ନା କରିଛନ୍ତି। ଗତ କିଛି ସପ୍ତାହ ହେଲା ଅନେକ ହଜାର ଇସ୍ରାଏଲ ନାଗରିକ ଟେଲ ଆଭିଭ୍‌, ଜେରୁଜେଲମ ଏବଂ ଅନ୍ୟ ସହରଗୁଡ଼ିକରେ ଆନ୍ଦୋଳନ କରିଛନ୍ତି। ଏହି ସପ୍ତହ ବ୍ୟାପୀ ଆନ୍ଦୋଳନରେ ଆଇନଜୀବୀ, ବୁଦ୍ଧିଜୀବୀ, ସ୍ବାସ୍ଥ୍ୟ କର୍ମଚାରୀ, ବ୍ୟବସାୟୀ ଏବଂ କଳାକାରମାନେ ସାମିଲ ହୋଇଛନ୍ତି। ଫେବୃୟାରୀ ୧୩ରେ ଆଇନକୁ ନେଇ ଇସ୍ରାଏଲ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ଦିନ ଆନ୍ଦୋଳନକାରୀମାନେ ଏକ ବଡ଼ ଆନ୍ଦୋଳନ କରିବାକୁ ଘୋଷଣା କରିବା ସହ ଲକ୍ଷେ ଲୋକ ଜେରୁଜେଲମ୍‌ରେ ରାଲି କରିଥିଲେ। କିନ୍ତୁ ସେମାନଙ୍କ ପ୍ରଭାବ ନେତ୍‌ନ୍ୟାହୁଙ୍କ ଉପରେ କିଛି ପଡ଼ି ନ ଥିଲା। ମିଡିଆ ଶିଳ୍ପକୁ ପୁନର୍ଗଠନ କରିବା ଲାଗି ଲଗାତର ଧମକ ଦେଇ ଇସ୍ରାଏଲ ମିଡିଆକୁ ସେ ହାତମୁଠାରେ ରଖିଛନ୍ତି। ତାଙ୍କ ଯୋଗାଯୋଗ ମନ୍ତ୍ରୀ ନିକଟରେ ଇସ୍ରାଏଲର ସରକାରୀ ଖବର ପ୍ରସାରଣ ସଂସ୍ଥା କାନ୍‌କୁ ବନ୍ଦ କରିଦେବାକୁ ଘୋଷଣା କରିଛନ୍ତି। କାରଣ ଏହାର ଏକ ନ୍ୟୁଜ୍‌ ନେତ୍‌ନ୍ୟାହୁ ଓ ତାଙ୍କ ସମର୍ଥକଙ୍କୁ କ୍ରୋଧିତ କରିଛି।
ଇସ୍ରାଏଲରେ କେବଳ ଅର୍ଥ ବ୍ୟବସ୍ଥାରେ ନେତ୍‌ନ୍ୟାହୁଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ଥିବା ମନେହେଉଛି। ଜାନୁୟାରୀରେ ୩୦୦ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କ ସମେତ ନେତ୍‌ନ୍ୟାହୁଙ୍କ କେତେଜଣ ପୂର୍ବତନ ପରାମର୍ଶଦାତା ଏକ ସ୍ବାକ୍ଷର ସମ୍ବଳିତ ଚିଠିରେ ସତର୍କ କରିଦେଇଛନ୍ତି ଯେ, ଏଭଳି ପୁନର୍ଗଠନ ବା ପରିବର୍ତ୍ତନ ଇସ୍ରାଏଲର ଦୀର୍ଘମିଆଦୀ ଅର୍ଥନୈତିକ ସମ୍ଭାବନା ପ୍ରତି ଗଭୀର କ୍ଷତି ପହଞ୍ଚାଇବ। ପରେ ଏମାନଙ୍କ ସହ ଅନ୍ତର୍ଜାତୀୟ ସ୍ତରରୁ ୧୧ ଜଣ ନୋବେଲ ପୁରସ୍କାର ବିଜେତାଙ୍କ ସମେତ ୫୬ ଜଣ ଜଣାଶୁଣା ଅର୍ଥନୀତିଜ୍ଞ ଯୋଗଦେଇଥିଲେ। ନେତ୍‌ନ୍ୟାହୁ ତାଙ୍କ ସାମ୍ବିଧାନିକ ବ୍ୟବସ୍ଥାର ଆର୍ଥିକ ପରିଣାମ ଉପରେ ବିଚାର କରିବାକୁ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ସେ ତାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ବିଚାରକୁ ବଦଳାଇଦେବା ପାଇଁ ଏହି ସମୟରେ ବ୍ୟକ୍ତଗତ ଅଗ୍ରହ ଅତ୍ୟଧିକ ପ୍ରକାଶ କରିଛନ୍ତିି।
ସହ- ପ୍ରାଧ୍ୟାପକ, ଆଇନ ବିଭାଗ, ହଇମ୍‌ ଷ୍ଟାଇକ୍ସ ଲ’ ଫାକଲ୍‌ଟି, କଲେଜ ଅଫ୍‌ ମ୍ୟାନେଜମେଣ୍ଟ, ଇସ୍ରାଏଲ

 

 


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri