୧୦୦ ଦିନରେ ଇସ୍ରାଏଲ୍‌-ହମାସ ଯୁଦ୍ଧ

ରାଫାହ(ଗାଜା ଷ୍ଟ୍ରିପ୍‌),୧୪।୧:ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ୧୦୦ ଦିନ ବିତିଛି। ଏହି ଯୁଦ୍ଧରେ ୨୩,୪୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ଗାଜା ଲୋକସଂଖ୍ୟାରେ ୮୫ ପ୍ରତିଶତ ଘରଦ୍ୱାର ଛାଡ଼ି ପଳାଇଯାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ଯେଉଁମାନେ ଗାଜାରେ ରହିଛନ୍ତି ସେମାନେ ଖାଦ୍ୟ, ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସବୁବେଳେ ଆତଙ୍କ ମଧ୍ୟରେ ରହିଛନ୍ତି।
ଗାଜାର ଜଣେ ଡାକ୍ତର ଯୁଦ୍ଧର ଭୟାବହତା ସମ୍ପର୍କରେ ନିଜର ଅନୁଭୂତି ଜଣାଇଛନ୍ତି। ଆକ୍ରମଣରେ ଆହତ ଲୋକମାନଙ୍କ ଚିକିତ୍ସାରେ ଡା. ସୁହେବ୍‌ ଅଲହାମ୍ସ ଏତେ ବ୍ୟସ୍ତ ରହୁଛନ୍ତି ଯେ, ତାଙ୍କୁ ରାତିରେ ଶୋଇବା ପାଇଁ କ୍ୱଚିତ୍‌ ସମୟ ମିଳୁଛି। ସେ ଅସ୍ତ୍ରୋପଚାର ପ୍ରକୋଷ୍ଠରେ କୌଣସି ପ୍ରକାରେ ବିଶ୍ରାମ ନେବାକୁ ଉଦ୍ୟମ କରିଥାନ୍ତି। ନିଦୁଆ ଅବସ୍ଥାରେ ତାଙ୍କୁ ରୋଗୀ ଦେଖିବାକୁ ପଡ଼ିଥାଏ। ହସ୍ପିଟାଲ ପରିସରରେ ମଧ୍ୟ ସେଲ୍‌ ମାଡ଼ ଜାରି ରହିଥାଏ। କୁଏତି ହସସ୍ପିଟାଲ ଭିତରୁ ଛୋଟ ପିଲାମାନଙ୍କ ଆର୍ତ୍ତ ଚିତ୍କାର ତାଙ୍କୁ ବ୍ୟଥିତ କରିଥାଏ ବୋଲି ଅଲହାମ୍ସ କହିଛନ୍ତି। ଶିଶୁମାନେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବାବେଳେ ସେମାନଙ୍କ ନିକଟରେ ମାଆବାପା ନ ଥାନ୍ତି। କୁଏତ୍‌ ସରକାରଙ୍କ ସହାୟତାରେ ଚାଲିଥିବା ତାଙ୍କ ହସ୍ପିଟାଲରେ ମାତ୍ର ୪ଟି ଇଣ୍ଟେନ୍‌ସିଭ କେୟାର ୟୁନିଟ ଥିବାବେଳେ ସେଠାରେ ପ୍ରତିଦିନ ୧,୫୦୦ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। ସେମାନଙ୍କ ମଧ୍ୟରେ ଅନୂ୍ୟନ ୫୦ ଜଣ ପହଞ୍ଚତ୍ବା ବେଳକୁ ପ୍ରାଣ ହରାଇସାରିଥାନ୍ତି ବୋଲି ଡାକ୍ତର ଅଲହାମ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?