ନିଃସଙ୍ଗ ନାଗରିକ

ବିପିନ ବିହାରୀ ରାଉତ

ବୟୋବୃଦ୍ଧମାନଙ୍କୁ ପ୍ରଭାବିତ କରୁଥିବା ବିଷୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧ରେ ପାଳନ କରାଯାଏ ଅନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ। ସମାଜ ଗଠନରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ମନେପକାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ମଧ୍ୟ ଏହାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।
ଆମ ଦେଶର ଏକଚତୁର୍ଥାଂଶ ବା ୨୫% ବୟସ୍କ ବ୍ୟକ୍ତି ନିଃସଙ୍ଗ ଜୀବନଯାପନ କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ନିକଟରେ ଦିଲ୍ଲୀଭିତ୍ତିକ ସ୍ବେଚ୍ଛାସେବୀ ସଂଗଠନ ଏଜ୍‌ୱେଲ ଫାଉଣ୍ଡେଶନ ଦ୍ୱାରା ୧୦,୦୦୦ ବୟସ୍କ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ଏହାକୁ ବିଶ୍ଳେଷଣ କରାଯାଇଥିଲା। ପ୍ରତି ୪ଜଣରେ ଜଣେ ଅର୍ଥାତ୍‌ ୨୩.୪୪% ବୟସ୍କ ବ୍ୟକ୍ତି ଏକାକୀ ବାସ କରୁଥିବା ପ୍ରକାଶ କରିଥିଲେ। ସେହିପରି ପ୍ରତି ୨ଜଣରେ ଜଣେ ବୟସ୍କ (୪୮.୮୮%) ସେମାନଙ୍କ ଜୀବନସାଥୀଙ୍କ ସହ ବାସ କରୁଥିବାବେଳେ ୨୬.୫% ବୟସ୍କ ସେମାନଙ୍କ ପିଲା ତଥା ପରିବାର ସଦସ୍ୟଙ୍କ ସହ ରହୁୁଥିତ୍ବା ଉକ୍ତ ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏହି ପରିସ୍ଥିତି ସହରାଞ୍ଚଳରେ ଅତି ଦୟନୀୟ। ସହରାଞ୍ଚଳରେ ୨୫.୩% ବୟସ୍କ ଏକୁଟିଆ ରହୁଥିବା ବେଳେ ସେ ତୁଳନାରେ ଗ୍ରାମାଞ୍ଚଳରେ୨୧.୩୮% ବୟସ୍କ ଏକଲା ବାସ କରୁଛନ୍ତି। ବହୁସଂଖ୍ୟକ ବୟସ୍କ ଏକୁଟିଆ ଅଥବା ସେମାନଙ୍କ ଜୀବନସାଥୀଙ୍କ ସହ ରହିବା ପାଇଁ ପସନ୍ଦ କରୁଥିବା ଜାଣିବାକୁ ମିଳିଛି। ଏଥିପାଇଁ ସେମାନେ ସ୍ବାଧୀନ ଜୀବନଯାପନ କରୁଥିଲେ ହେଁ ଅର୍ଥ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେଉଥିବାରୁ ସମସ୍ୟାରେ ପଡ଼ିଥାଆନ୍ତି। କେବଳ ୩୬.୮୧% ଲୋକ ସେମାନଙ୍କ ବୟସର ଅପରାହ୍ନରେ ଆର୍ଥିକ ସ୍ବଚ୍ଛଳ ଥିବା ବିଷୟ ଉକ୍ତ ସର୍ବେକ୍ଷଣରେ ପ୍ରକାଶ କରାଯାଇଛି। ଗତ ମେ ଓ ଜୁନ୍‌ରେ କରାଯାଇଥିବା ଏହି ସର୍ବେକ୍ଷଣରେ ଦେଶର ୨୦ଟି ରାଜ୍ୟର ବୟସ୍କ ପୁରୁଷ ଓ ମହିଳାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା।
ଦେଶରେ ବୃଦ୍ଧ ମାତାପିତାଙ୍କୁ ପରିବାର ଲୋକେ ଅବହେଳା କରୁଥିବା ସମସ୍ୟା ବଢ଼ୁଥିବା ଯୋଗୁ ଏହାର ମୁକାବିଲା ସକାଶେ କେନ୍ଦ୍ର ସରକାର ପୁରୁଣା ଆଇନର ସଂଶୋଧନ କରିବାକୁ ଯାଉଥିବା ଆଶ୍ୱସ୍ତିର ବିଷୟ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ମାତାପିତା ଓ ବରିଷ୍ଠ ନାଗରିକଙ୍କର ରକ୍ଷଣାବେକ୍ଷଣ ତଥା କଲ୍ୟାଣ ସଂଶୋଧନ ବିଲ୍‌, ୨୦୨୦ର ଚିଠା ପ୍ରସ୍ତୁତ କରିଛନ୍ତି । ସଂଶୋଧିତ ବିଲ୍‌ରେ ଏ ସଂକ୍ରାନ୍ତରେ ରହିଥିବା ୨୦୦୭ ଆଇନର ଦୁର୍ବଳ ଦିଗଗୁଡ଼ିକୁ ଦୂର କରିବାକୁ ଉଦ୍ୟମ କରାଯାଇଛି, ଯଦ୍ଦ୍ବାରା ପରିବାରର ବୟବୃଦ୍ଧମାନଙ୍କର ରକ୍ଷଣାବେକ୍ଷଣ ବ୍ୟବସ୍ଥାରେ ଉନ୍ନତି ଘଟିବ। ପୃଥିବୀର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ସମସ୍ୟା ବଢ଼ୁଛି ଓ ଅଧିକାଂଶ ରାଷ୍ଟ୍ର ବୁଢ଼ୀବୁଢ଼ାଙ୍କ ଅବହେଳାକୁ ରୋକିବା ପାଇଁ ଆଇନ କଲେଣି। ଭାରତରେ ଗ୍ରାମାଞ୍ଚଳଭିତ୍ତିକ ପାରମ୍ପରିକ ଯୌଥ ପରିବାର ବ୍ୟବସ୍ଥା ଧୀରେ ଧୀରେ ଭାଙ୍ଗୁଥିବାରୁ ଓ ସହରଗୁଡ଼ିକରେ ଏକକ ପରିବାର ବଢ଼ୁଥିବା ଯୋଗୁ ବରିଷ୍ଠ ନାଗରିକଙ୍କ ସମସ୍ୟା ବଢ଼ିଯାଉଛି। ଯଦିଓ ଭାରତରେ ମୋଟ ଜନସଂଖ୍ୟାରେ ଯୁବ ବୟସର ଲୋକଙ୍କ ସଂଖ୍ୟା ବେଶି ତଥାପି ହାରାହାରି ଆୟୁ ବଢ଼ୁଥିବାରୁ ଆଗାମୀ ଦିନରେ ବୁଢ଼ୀବୁଢ଼ାଙ୍କ ସଂଖ୍ୟା ଅଧିକ ହେବ ଏବଂ ସେ ଦୃଷ୍ଟିରୁ ସେମାନଙ୍କ ସୁରକ୍ଷା ସକାଶେ ଏବେଠାରୁ ପଦକ୍ଷେପ ନିଆଯିବା ଦରକାର।
ସଂଶୋଧିତ ଆଇନର ବିଶେଷତ୍ୱ ହେଲା, ଏଣିକି ଦେଶର ସବୁ ସବ୍‌ଡ଼ିଭିଜନରେ ବରିଷ୍ଠ ନାଗରିକଙ୍କ ଅଭିଯୋଗର ସମାଧାନ କରିବାକୁ ଟ୍ରିବ୍ୟୁନାଲ ଗଠନ କରାଯିବ। ମୁଖ୍ୟତଃ ଯେଉଁ ବୁଢ଼ୀବୁଢ଼ାଙ୍କୁ ଖାଦ୍ୟ, ଆଶ୍ରୟ, ଲୁଗାପଟା, ଚିକିତ୍ସା ଆଦି ମୌଳିକ ଆବଶ୍ୟକତା କ୍ଷେତ୍ରରେ ଆତ୍ମୀୟମାନେ ଅବହେଳା କରୁଛନ୍ତି ସେମାନଙ୍କ ସମସ୍ୟା ଉପରୋକ୍ତ ଟ୍ରିବ୍ୟୁନାଲ ୯୦ ଦିନ ମଧ୍ୟରେ ତୁଟାଇବ। ଅର୍ଥାତ୍‌ ସେମାନଙ୍କୁ ପ୍ରଚଳିତ କୋର୍ଟ ବ୍ୟବସ୍ଥା ଦେଇ ଦୀର୍ଘଦିନ କେସ୍‌ ପଛରେ ଦୌଡ଼ିବାକୁ ପଡ଼ିବ ନାହିଁ। ଯଦି ଅବହେଳିତ ମାତାପିତା ନିଜ ଆୟରେ ଅଥବା ସ୍ବ ସମ୍ପତ୍ତିରୁ ଚଳିବାକୁ ଅକ୍ଷମ ସେମାନେ ଟ୍ରିବ୍ୟୁନାଲରେ ସନ୍ତାନସନ୍ତତିଙ୍କ ବିରୋଧରେ ଅଭିଯୋଗ କଲେ ତୁରନ୍ତ ସେମାନଙ୍କୁ ନ୍ୟାୟ ମିଳିବ। ଏହି ବ୍ୟବସ୍ଥାରେ ସନ୍ତାନସନ୍ତତି ବା ଆଇନଗତ ଉତ୍ତରାଧିକାରୀଙ୍କୁ ମାଆ-ବାପାଙ୍କ ରକ୍ଷଣାବେକ୍ଷଣ ବାବଦରେ ୧୦ ହଜାର ଟଙ୍କା ଯାଏ ଦେବା ଲାଗି ଟ୍ରିବ୍ୟୁନାଲ ଆଦେଶ ଦେବେ। ଯେଉଁମାନେ ମାଆ-ବାପାଙ୍କୁ ଅବହେଳା କରିବା ବା ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହେବେ ସେମାନଙ୍କୁ ୩ମାସ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଚିଠା ସଂଶୋଧିତ ବିଲ୍‌ରେ ଯେଉଁସବୁ ନୂଆ ବ୍ୟବସ୍ଥା କରାଯାଇଛି ସେଥିରେ ବୟୋବୃଦ୍ଧଙ୍କ ଅଧିକାରକୁ ଗୁରୁତ୍ୱ ଦେବାଲାଗି ଉଦ୍ୟମ ହୋଇଛି।
ଭାରତରେ ଦୁଇତୃତୀୟାଂଶ ବୁଢ଼ୀବୁଢ଼ା ପରିବାର ଲୋକଙ୍କ ଦ୍ୱାରା ଅବହେଳିତ ହେଉଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ଏକ ତୃତୀୟାଂଶଙ୍କର ଅଭିଯୋଗ ହେଲା ସେମାନେ ଆତ୍ମୀୟମାନଙ୍କ ଦ୍ୱାରା ଶାରୀରିକ ଅତ୍ୟାଚାର ଓ ଗାଳିଗୁଲଜର ଶିକାର ହୁଅନ୍ତି। ଏଣୁ ସେମାନଙ୍କ ପାଇଁ କେନ୍ଦ୍ରର ଆଇନଗତ ସୁରକ୍ଷା ଅନେକାଂଶରେ ସହାୟକ ହେବ ବୋଲି ଆଶା। କେନ୍ଦ୍ର ଓ ରାଜ୍ୟଗୁଡ଼ିକ କେବଳ ଏତିକିରେ ସୀମିତ ନରହି ବରିଷ୍ଠ ନାଗରିକଙ୍କ ପାଇଁ ବେଶି ସରକାରୀ ସୁବିଧା ମଧ୍ୟ ଦେବା ଆବଶ୍ୟକ ହେଉଛି। ସେଥିରେ ପେନ୍‌ସନଠାରୁ ଆରମ୍ଭକରି ସହରାଞ୍ଚଳରେ ସରକାରୀ ବୃଦ୍ଧ ନିବାସ ଗଠନକୁ ଗୁରୁତ୍ୱ ଦିଆଯିବା ଉଚିତ। ଆମ ସମାଜର ଓ ଆମ ସମୟର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛନ୍ତି ଏହି ପରିଣତ ବୟସର ନାଗରିକମାନେ। ସେମାନଙ୍କ ମୂଲ୍ୟବାନ ପରାମର୍ଶ, ହିତୋପଦେଶ ନିଶ୍ଚିନ୍ତ ଭାବରେ ଆମ ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେବ।
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ
ମୋ – ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri