ବିଶ୍ୱାସର ହତ୍ୟା ଅପରାଧ ନୁହେଁ କି

ଉକତ୍ଳିକା ଦାଶ

ବିଶ୍ୱାସ ଶବ୍ଦଟି ଅଦୃଶ୍ୟ ହେଲେ ମଧ୍ୟ ଏହାର କ୍ଷମତା ଜଣଙ୍କୁ ଅନେକଙ୍କ ସହ ବାନ୍ଧି ରଖିବାରେ ଥାଏ। ମନୁଷ୍ୟ, ମନୁଷ୍ୟ ସହ ଏବଂ ମନୁଷ୍ୟ ସହ ଅନ୍ୟ ଜୀବମାନଙ୍କୁ ମଧ୍ୟ ଏକାଠି ରଖିବାରେ ସହାୟକ ହୋଇଥାଏ। ବୋଧହୁଏ ଏହା ନଥିଲେ ଶୃଙ୍ଖଳିତ ସମ୍ପର୍କଟିଏ ଗଢ଼ା ସମ୍ଭବ ହୋଇ ପାରିନଥା’ନ୍ତା। ପ୍ରତ୍ୟେକ ବ୍ୟକ୍ତି ବା ଜୀବମାନଙ୍କ ଏହା ସ୍ବଭାବ ପ୍ରକ୍ରିୟା। ଯାହା ସାହାଯ୍ୟରେ ତୋଳାହୁଏ ସୁନ୍ଦର ସମ୍ପର୍କ। ମା’, ବାପା, ସନ୍ତାନ ସନ୍ତତି, ବନ୍ଧୁ, ପଡ଼ିଶା ଏପରିକି ରାଜ୍ୟ ଓ ରାଷ୍ଟ୍ର ମଧ୍ୟରେ ଥାଏ ବିଶ୍ୱାସର ଡୋର। ଯେତେଦିନ ପର୍ଯ୍ୟନ୍ତ ଏ ରଜ୍ଜୁଟି ଦୃଢ଼ ହୋଇ ରହିଥିବ, ସେତେଦିନ ପର୍ଯ୍ୟନ୍ତ ସମ୍ପର୍କଟି ସୁରକ୍ଷିତ ରହିଥିବ। ଆଉ ଯେବେ ଏହା ଦୁର୍ବଳ ହୋଇଯିବ, ସେବେଠାରୁ କବର ନେଇଯିବ ବିଶ୍ୱାସରେ ସୃଷ୍ଟ ସୁନ୍ଦର ସମ୍ପର୍କ। ବିଶ୍ୱାସକୁ ସୁଦୃଢ଼ କରିବାକୁ ହେଲେ ଜଣଙ୍କୁ ନୁହେଁ ଉଭୟ ପକ୍ଷଙ୍କୁ ସମାନ ଭାବେ ସଜାଗ ରହିବାକୁ ପଡ଼େ। ନଚେତ୍‌ କେତେବେଳେ ଯେ ଏହା ଛିଡ଼ିଯାଏ ତାହା ଜ୍ଞାତ ବାହାରେ। ପରସ୍ପର ପ୍ରତି ଭରସା, ସଚ୍ଚୋଟତା ଓ ଅହିଂସା ଗୁଣରେ ଗଢ଼ା ବିଶ୍ୱାସକୁ କୌଣସି ମାପକାଠିରେ ମାପିବା ସମ୍ଭବ ନୁହେଁ। ବରଂ ପରସ୍ପର ପ୍ରତି ଥିବା ସମ୍ମାନବୋଧ ଓ କର୍ତ୍ତବ୍ୟନିଷ୍ଠା ଜଣାଇଦିଏ ସେମାନଙ୍କ ଦୃଢ଼ ସମ୍ପର୍କକୁ। ସାମ୍ପ୍ରତିକ ସ୍ଥିତିରେ କିନ୍ତୁ ଏହି ଶବ୍ଦର ଅବକ୍ଷୟ ହୋଇ ଚାଲିଛି। ସେଥିପାଇଁ ତ ନିମିଷକେ ତୁଟି ଯାଉଛି ସମ୍ପର୍କଟି। ବେଳେବେଳେ ଉଭୟ ପକ୍ଷ କରୁଥିବା ବେଳେ ଅଧିକାଂଶ ବିଶ୍ୱାସର ହତ୍ୟା ଏକପାଖିଆ ହୋଇଥାଏ। ଏହି ଏକ ପକ୍ଷର ବିଶ୍ୱାସଘାତ ଅନ୍ୟପକ୍ଷକୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରିପକାଏ, ଯାହା ଏବେ ଆମ ସମାଜରେ ଘଟୁଛି। ଜଣଙ୍କ ବିଶ୍ୱାସରେ ବିଷ ଦେଇ ଜଣେ ଖୁସି ହେଉଥିବା ବେଳେ, ପ୍ରତାରଣା ପାଇଁ ଅନ୍ୟ ଜଣେ ଛଟପଟ ହୋଇ ନିଜ ଜୀବନ ହାରିବାକୁ ବି ପଛାଏ ନାହିଁ। ତେବେ ବିଶ୍ୱାସକୁ ଆଘାତ କରାଯାଉଥିବା ଭଳି କାର୍ଯ୍ୟ ଅପରାଧ ନୁହେଁ କି? ଜଣକୁ ଶାରୀରିକ ଓ ମାନସିକ ରୂପେ ଦୁର୍ବଳ ହେବାକୁ ବାଧ୍ୟ କରାଉଥିବା ବ୍ୟକ୍ତି ଜଣକ ଅପରାଧୀ ନୁହେଁ କି? ଶାରୀରିକ ରୂପେ ଯଦି ଜଣେ ଅନ୍ୟଜଣକୁ ଆଘାତ କରେ ସେଥିପାଇଁ ଦଣ୍ଡବିଧାନ ରହିଛି। କିନ୍ତୁ ମାନସିକ ରୂପେ ଦିଆଯାଉଥିବା ଯନ୍ତ୍ରଣା ଦଣ୍ଡବିଧାନ ରହିଥିବା ସତ୍ତ୍ୱେ ମଧ୍ୟ ଅନେକ ସମୟରେ ପ୍ରମାଣ ନ ଥିବାରୁ ଦୋଷୀ ଉପରେ କୌଣସି କାର୍ଯ୍ୟକାରୀ ହେଉନଥିବାର ଜଣାଯାଏ। ତେବେ ଶାରୀରିକ କ୍ଷତି ଯଦି ଅପରାଧ ହୁଏ। ମାନସିକ କ୍ଷତି ଅପରାଧ ଅନ୍ତର୍ଭୁକ୍ତ ନୁହେଁ କି ବୋଲି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସମ୍ପ୍ରତି ବିଶ୍ୱାସ ସହ ଖେଳିବା ଏକ ମୁଖ୍ୟ ଖେଳ ସାଜିଛି। ଯେତେ ଲୋକଙ୍କ ଭାବାବେଗକୁ ଆଘାତ କରିପାରିବା, ଆମେ ସେତେ ମହାନ୍‌ ରୂପେ ନିଜର ବାହାଦୁରି ମାରିପାରିବା। ଅତୀତରେ ଆମ ସମାଜରେ ମୁଖ୍ୟତଃ ସମସ୍ତଙ୍କ ଭାବାବେଗକୁ ପ୍ରାଧାନ୍ୟ ଦିଆଯାଉଥିଲା। କାହା ମନରେ ସାମାନ୍ୟତମ କଷ୍ଟ ନ ଲାଗିବା ପାଇଁ ସମସ୍ତେ ତପତ୍ର ଥିଲେ। କିନ୍ତୁ ଆଧୁନିକ ସମାଜରେ ତାହାର ବ୍ୟତିକ୍ରମ ହେଉଛି। ଯଦି କାହାକୁ ହରାଇବାର ଅଛି, ତେବେ ପ୍ରଥମେ ତା’ ମନରେ ବିଶ୍ୱାସ ଜନ୍ମାଯାଉଛି ଯେ ତାଙ୍କ ପରି ହିତାକାଂକ୍ଷୀ ପାଇଁ ଦୁନିଆରେ ଆଉ କେହି ନାହାନ୍ତି। ଆଉ ସେତକ ଜିତିଗଲା ପରେ ତା’ ବିଶ୍ୱାସରେ ବିଷ ଦେଇ ଚିରଦିନ ପାଇଁ ତାଙ୍କୁ ପଙ୍ଗୁ କରିଦିଆଯାଉଛି। ଆଉ କେହି କେହି ଏହି ଦୁଃଖକୁ ସହି ନ ପାରି ପ୍ରାଣ ହାରି ଦେଇଥିବା ଦୃଷ୍ଟାନ୍ତ ବି ଅନେକ ରହିଛି। ଆମ ସମାଜରେ ଏବେବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହାର ଶିକାର ହେଉଛନ୍ତି। ସେମାନେ ଲୋକଲଜ୍ଜା ଭୟରେ ହେଉ କି ସେ ବ୍ୟକ୍ତିଙ୍କୁ ନିଜର ଭାବି କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ନାହିଁ। ଏହାଦ୍ୱାରା ବିଶ୍ୱାସହନ୍ତାର ଅଧିକ ସାହସ ବଢ଼ିଥାଏ ପୁନର୍ବାର ଏପରି କରିବାକୁ। ଏବେ କିନ୍ତୁ ସମୟ ସଚେତନତାର ରହିଛି, ଏଭଳି ଭୟଙ୍କର ବ୍ୟକ୍ତିଙ୍କୁ ନିକଟରୁ ଦୂରେଇ ରହିବାକୁ।
ଯେଉଁଠି ବିଶ୍ୱାସର ହତ୍ୟା ହୁଏ ସେପଟେ ସୃଷ୍ଟି ହୁଏ ଘୃଣା, ଆଉ ଘୃଣାରୁ ଜାତ ହୁଏ ଅପରାଧ। ସେ ଶାରୀରିକ ରୂପେ ହେଉ ଅବା ମାନସିକ ରୂପେ ହେଉ। ସେହି ବିଶ୍ୱାସଟିକୁ ହତ୍ୟା କରି ତ ସମାଜରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରାଯାଉଛି। ସ୍ବାମୀ, ସ୍ତ୍ରୀ, ସନ୍ତାନ, ପ୍ରେମିକ, ପ୍ରେମିକା କେଉଁଠି ବି ଅନୁଭୂତ ହେଉନାହିଁ ଏ ବିଶ୍ୱାସ ଶବ୍ଦଟି। ପ୍ରତ୍ୟହ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ହେଉଛି ଏହିଭଳି କାହାଣୀ। ଅଧିକ ଦୁଃଖ ଲାଗେ ଯେତେବେଳେ ଆମେ ନିଜକୁ ଶିକ୍ଷିତ ଓ ସଭ୍ୟ ରୂପେ ପ୍ରମାଣିତ କରିସାରିବା ପରେ ବି ଏପ୍ରକାର ଘୃଣ୍ୟ କାର୍ଯ୍ୟ କରି ବାଃ ବାଃ ନେଉଛନ୍ତି।
ଗତ କିଛିଦିନ ତଳେ ଜଣେ ବାନ୍ଧବୀଙ୍କ ସହ ଦେଖା ହୋଇଥିଲା। ଉଦାସୀନତାରେ ପରିପୂର୍ଣ୍ଣ ମୁଖମଣ୍ଡଳରେ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ତା’ ଅନ୍ତର ବ୍ୟଥା। କାରଣ ପଚାରିବା ସତ୍ତ୍ୱେ ବି ସେ ଚୁପ୍‌ ରହି ଆହୁରି ଗମ୍ଭୀର ହୋଇଯାଉଥିଲା। ଶେଷରେ କହିଲା- ସେ ଯାହାକୁ ଆମତ୍ୀୟ ରୂପରେ ଭାବୁଥିଲା। ସମସ୍ତ ସୁଖ, ଦୁଃଖ ତା’ ସହ ବାଣ୍ଟୁଥିଲା। ସେ ବ୍ୟକ୍ତି ଜଣଙ୍କ ତା’ ସରଳ ଓ ଭଲପାଇବାର ଲାଭ ଉଠାଇ ସାରିବା ପରେ ତା’ଠୁ ଦୂରେଇ ଯାଇଥିଲା ଏବଂ ସମସ୍ତ ପ୍ରକାର ଯୋଗାଯୋଗରୁ ବିଚ୍ଛିନ୍ନ କରି ଦେଇଥିଲା। ଏବେ ବାନ୍ଧବୀ ଜଣଙ୍କ ଏତେ ମର୍ମାହତ ହୋଇପଡ଼ିଥିଲେ ଯେ, ଦିନକୁ ଦିନ ଭାଙ୍ଗିପଡ଼ିଥିଲେ ଅନ୍ତରେ ଅନ୍ତରେ। ଆହୁରି ମଧ୍ୟ କହିଲେ ତାଙ୍କର ଏହି ଅବ୍ୟକ୍ତ ବେଦନା ଏତେ କଷ୍ଟମୟ ହୋଇଥିଲା ଯେ, ଅନେକ ସମୟରେ ଜୀବନ ହାରିବାର ପ୍ରୟାସ ମଧ୍ୟ କରିଥିଲେ। ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ। କିନ୍ତୁ ସେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଛଳନା ତାଙ୍କୁ ମାନସିକ ରୂପେ ପଙ୍ଗୁ କରି ଦେଇଥିଲା। ଏହିପରି ଅନେକ ଲୋକ ଆମ ସମାଜରେ ଅଛନ୍ତି, ଯେଉଁମାନେ ଅନ୍ୟର ସରଳତାରେ ହେଉ ଅବା ଭଲପାଇବାରେ ପୂର୍ଣ୍ଣ ଫାଇଦା ଉଠାଇବା ପରେ ସେମାନଙ୍କ ସହ ଛଳନା କରି ତଳିତଳାନ୍ତ କରିପକାନ୍ତି। ତେଣୁ ଏପ୍ରକାର ବ୍ୟକ୍ତିଙ୍କଠାରୁ ଯଥାସମ୍ଭବ ଦୂରତା ରଖିବା ଜରୁରୀ।
ବିଶ୍ୱାସର ହତ୍ୟା କୌଣସି ଅପରାଧଠାରୁ ଊଣା ନୁହେଁ। କିନ୍ତୁ ନ୍ୟାୟାଳୟରେ ପ୍ରତି ଅପରାଧ ପାଇଁ ପ୍ରମାଣର ଆବଶ୍ୟକତା ରହୁଛି। ବିନା ପ୍ରମାଣରେ ଦୋଷୀ ଦଣ୍ଡ ପାଇପାରିବ ନାହିଁ। କୌଣସି ବସ୍ତୁ ବା ଶାରୀରିକ ରୂପେ ଆଘାତ ହେଲେ ସିନା ପ୍ରମାଣ ରହିବ। ମାନସିକ ରୂପେ ମିଳିଥିବା ଯନ୍ତ୍ରଣାର ପ୍ରମାଣ ବା କ’ଣ ରହିବ! ସେଥିପାଇଁ ଭଗବାନଙ୍କ ଭରସାରେ ଛାଡ଼ିଦିଆଯାଏ ଦୋଷୀକୁ କିନ୍ତୁ ପ୍ରକୃତରେ ଯଦି ବିଶ୍ୱାସରେ ବିଷ ଦେଉଥିବା ବ୍ୟକ୍ତିମାନଙ୍କୁ ଉଚିତ୍‌ ଦଣ୍ଡ ମିଳନ୍ତା, ତେବେ ଏହା ଅନେକ ଲୋକଙ୍କୁ ନ୍ୟାୟ ପାଇବାରେ ସହାୟକ ହେବା ସହ କେହି କାହାର ବିଶ୍ୱାସକୁ ହତ୍ୟା କରିବା ପାଇଁ ଭୟ ମଧ୍ୟ କରନ୍ତେ। ଏଥିନିମନ୍ତେ ସମସ୍ତେ ସଜାଗ ହେଲେ ସମାଜରୁ ଏହି ଛଳନାକାରୀଙ୍କର ପତନ ହେବ। ସମାଜର ବିଶ୍ୱାସଘାତ ଶବ୍ଦର ମଧ୍ୟ ବିଲୋପ ହୋଇପାରିବ।
ଠାକୁରପାଟଣା, ଆଳି, କେନ୍ଦ୍ରାପଡ଼ା
ମୋ: ୭୦୦୮୫୫୯୬୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri