କେନାଲ ବନ୍ଧକୁ ଜବରଦଖଲ କରି ଘର ନିର୍ମାଣ

ପଟ୍ଟାମୁଣ୍ଡାଇ, ୧୩ା୬(ସ୍ବ.ପ୍ର.): ବ୍ରିଟିଶ ଅମଳରୁ ଖୋଳାଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ଓ ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲକୁ ରାଜ୍ୟ ସରକାର ୨୦୧୬ରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଉଭୟପାର୍ଶ୍ୱ ପୋତେଇ କରିବା ସହ କେନାଲ ଓସାରକୁ କମ୍‌ କରି ସହଜରେ ଚାଷଜମିକୁ ପାଣି ଛାଡ଼ିବାର ବ୍ୟବସ୍ଥା କରିଛନ୍ତି। ମାତ୍ର ପୁରୁଣା କେନାଲର ଉଭୟପାର୍ଶ୍ୱ ପୋତାଯିବା ପରେ ଯେଉଁ ପ୍ରଶସ୍ତ ଜାଗା ବାହାରିଛି ତାହା କ୍ରମଶଃ କେତେଜଣ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ ହୋଇସାରିଲାଣି। ବିଶେଷକରି ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ଅଳଭାଠାରୁ ଗଣ୍ଡାକିଆ ମଧ୍ୟରେ ବହୁ ସ୍ଥାନରେ କେନାଲ ବନ୍ଧକୁ ଲାଗିଥିବା ଓସାରିଆ ଜାଗା ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ଏହି କେନାଲର ଖଡ଼ଇଣ୍ଟା, କଖାରୁଣୀ, ଗୁଣପୁର ପୋଲ ନିକଟରେ କେତେଜଣ ବ୍ୟକ୍ତି କେନାଲ ଜାଗାକୁ ଜବରଦଖଲ କରି ସ୍ଥାୟୀ ଘର ନିର୍ମାଣ କରୁଛନ୍ତି। ସେହିପରି ଖଡ଼ଇଣ୍ଟାଠାରୁ କଖାରୁଣୀ ମଧ୍ୟରେ କେନାଲ ବନ୍ଧର ଡାହାଣ ପାର୍ଶ୍ୱକୁ ଏକାଧିକ ବ୍ୟକ୍ତି ଜବରଦଖଲରେ ରଖି ଘର ନିର୍ମାଣ କରିଛନ୍ତି। ଅଳଭାଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ବିଭିନ୍ନ ଛକର ଚତୁଃପାର୍ଶ୍ୱରେ ବିଭିନ୍ନ ଦୋକାନ ଗଢିଉଠୁଛି। ଅପରପାର୍ଶ୍ୱରୁ ଅସୁଥିବା ଗାଡ଼ି ଦେଖା ନ ଯିବାରୁ ଦୁର୍ଘଟଣା ଘଟୁଛି। କେତେଜଣ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ପ୍ରଶାସନକୁ ହାତକରି ସରକାରୀ ଜାଗାରେ ପକ୍କାଘର କରି ଭଡ଼ା ଦେଉଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଜବରଦଖଲ ସମ୍ପର୍କରେ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଅବଗତ ଥାଇ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ବନ୍ଧ ଓ ବନ୍ଧ ସଂଲଗ୍ନ ମୂଲ୍ୟବାନ୍‌ ଜାଗାକୁ ଜବରଦଖଲ କବଳରୁ ମୁକ୍ତ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ବାରମ୍ବାର ଦାବି କରାଯାଇଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଏପରି ଅଭିଯୋଗ ବାହୁବାର ଆସିଲା ପରେ କଖାରୁଣୀ ପୋଲ ପାଖରେ ଉଚ୍ଛେଦ କରାଯାଇଛି। ରଜ ପରେ ଖଡ଼ଇଣ୍ଟା ଆଉ ମାଳିବାସା ପୋଲ ପାଖରେ ଥିବା ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?