Posted inଖେଳ

ଆଇଏସ୍‌ଏଲ୍‌ ଫାଇନାଲ ଆଜି

ମାର୍ଗାଓ, ୧୮ା୩ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ଶନିବାର ଏଠାରେ ଅନୁଷ୍ଠିତ ହେବ। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଟିକେ ମୋହନ ବାଗାନ (ଏଟିକେଏମ୍‌ବି) ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ମ୍ୟାଚ ଖେଳାଯିବ। ମୋହନ ବାଗାନ ସହିତ ମିଶିବା ପୂର୍ବରୁ ଏଟିକେ ଟାଇଟଲ ବିଜୟୀ ହୋଇ ସାରିଛି। ତେବେ ଏଟିକେ ମୋହନ ବାଗାନଭାବେ ଦଳ ଏଥର ଆଇଏସ୍‌ଏଲ୍‌ ଟାଇଟଲ ସନ୍ଧାନରେ ରହିଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏଫ୍‌ସି ଦ୍ୱିତୀୟ ଟାଇଟଲ ଲକ୍ଷ୍ୟରେ ଅଛି। ଏଟିକେଏମ୍‌ବି ୫ ମ୍ୟାଚରେ ଅପରାଜେୟ ରହିଛି। ଗୋଟିଏ ମାତ୍ର ମ୍ୟାଚରେ ଗୋଲ ବରଣ କରିଥିବାବେଳେ ଅନ୍ୟ ୪ଟି ମ୍ୟାଚରେ କ୍ଲିନ୍‌ ଶିଟ୍ସ ପାଇଛି। ଲିଗ୍‌ ପର୍ଯ୍ୟାୟରେ ଡିଫେନ୍ସ ବିଭାଗ ହିଁ ଦଳର ମୁଖ୍ୟ ଶକ୍ତିଭାବେ ଉଭା ହୋଇଥିଲା। ପୂରା ସିଜନରେ ଦଳ ମାତ୍ର ୧୭ଟି ଗୋଲ ବରଣ କରିଥିଲା। ପରିସଂଖ୍ୟାନ ଅନୁସାରେ ହାଇଦ୍ରାବାଦ ଏଫ୍‌ସି ପଛକୁ ଏହା ଦ୍ୱିତୀୟ ଶ୍ରେଷ୍ଠ ଡିଫେନ୍ସିଭ ଦଳ। ପ୍ରୀତମ କୋଟାଲ ଓ ବ୍ରେଣ୍ଡନ ହମିଲ ସବୁବେଳେ ପ୍ରାଚୀର ସଦୃଶ ବିପକ୍ଷ ଦଳ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଫରଓ୍ବାର୍ଡ ଲାଇନ୍‌ରେ କୋଚ୍‌ ଜୁଆନ ଫେରାଣ୍ଡୋ ଜଣେ ଷ୍ଟ୍ରାଇକରଙ୍କୁ ଖେଳାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରି ନ ଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଛି ବେଙ୍ଗାଲୁରୁ ଏଫ୍‌ସି। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୬ ଆଇଏସ୍‌ଏଲ୍‌ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ମାତ୍ର ଥରେ ବିଜୟୀ ହୋଇଛି। ୪ଥର ଏଟିକେଏମ୍‌ବି ବିଜୟ ହାସଲ କରିଛି। ତେଣୁ ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri