ଆଇଏସ୍‌କେ ବନାମ ତାଲିବାନ୍‌

ନୂଆଦିଲ୍ଲୀ, ୨୯ା୮: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାର ବିସ୍ଫୋରଣ ଚଳିତ ବର୍ଷର ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ। ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଆଫଗାନ୍‌ ଏଥିରେ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୨ ଶହରୁ ଊର୍ଦ୍ଧ୍ୱ। ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୋରାସାନ୍‌ (ଆଇଏସ୍‌କେ) ଆତ୍ମଘାତୀଙ୍କ ଫଟୋ ଜାରି କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ତାଲିବାନ୍‌ ସହ ଶତ୍ରୁତା ଥିବାରୁ ଏହାର ଛବି ଖରାପ କରିବାକୁ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌କେ ଏପରି ବିସ୍ଫୋରଣର ଯୋଜନା କରିଥିବା କୁହାଯାଉଛି।
ଇରାକ୍‌ ଉପରେ ଆମେରିକାର ଆକ୍ରମଣ, ସିଆ ମିଲିସିଆ ସଙ୍ଗଠନକୁ ଇରାନର ସମର୍ଥନ, ଏହି ଅଞ୍ଚଳରେ ରାଜନୈତିକ ଇସଲାମର ଉପସ୍ଥିତି ଆଇଏସ୍‌ଆଇଏସ୍‌ ଗଠନରେ ଭୂମିକା ଥିବା କୁହାଯାଏ। ସିରିଆ ଗୃହଯୁଦ୍ଧ ଆଇଏସଆଇଏସର ଦ୍ରୁତ ବିସ୍ତାର ପାଇଁ ଖୋରାକ୍‌ ଯୋଗାଇଥିଲା। ୨୦୧୪ରେ ପାକିସ୍ତାନରେ ଆଇଏସ୍‌ଆଇଏସ୍‌ର ବିଭାଜିତ ଶାଖା ଆଇଏସ୍‌କେ ଗଠନ କରାଯାଇଥିଲା। ଏହା ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ଦି ଲିଭାଣ୍ଟ-ଖୋରାସାନ୍‌ ପ୍ରଭିନ୍ସ (ଆଇଏସ୍‌ଆଇଏଲ୍‌-କେପି ବା ଆଇଏସ୍‌କେପି) ନାମରେ ମଧ୍ୟ ଜଣାଯାଏ।

ସାମଞ୍ଜସ୍ୟ, ବିଭେଦ

ଇସ୍‌ଲାମିକ୍‌ ଷ୍ଟେଟ୍‌ ଏବଂ ତାଲିବାନ୍‌ ନିଜକୁ ଇସଲାମ୍‌ର ପ୍ରକୃତ ପ୍ରତିନିଧି ବୋଲି କହିଥାନ୍ତି। ଉଭୟ ସଂଗଠନ ହିଂସା ଏବଂ କ୍ରୂରତାପୂର୍ଣ୍ଣ ଦଣ୍ଡବିଧାନରେ ବିଶ୍ୱାସ ରଖନ୍ତି। ପ୍ରତି କାର୍ଯ୍ୟର ଫଳାଫଳ ଜରୁରୀ ଏବଂ ସେଠାରେ ପହଞ୍ଚିବା ପାଇଁ ଯୁଦ୍ଧ ଏକମାତ୍ର ମାଧ୍ୟମ ବୋଲି ଏହି ଆତଙ୍କବାଦୀ ସଙ୍ଗଠନ ବିଶ୍ୱାସ କରନ୍ତି। ବିରୋଧୀଙ୍କୁ ଶେଷ କରିବା ନିଜ ଅଧିକାର ଭାବେ ବିବେଚନା କରିଥାନ୍ତି। ସେଥିପାଇଁ ସର୍ବସାଧାରଣରେ ଫାଶୀ ସହ କଠୋର ଦଣ୍ଡବିଧାନ ପାଇଁ ସେମାନେ ପଛଘୁଞ୍ଚା ଦେଇ ନ ଥାନ୍ତି। ଉଭୟ ପାଶ୍ଚାତ୍ୟ ଦେଶର ଗଣତାନ୍ତ୍ରିକ ନୀତିର ବିରୋଧୀ। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନତା, ମାନବିକ ଅଧିକାର, ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ଅନ୍ୟାନ୍ୟ ଆଧୁନିକ ଚିନ୍ତାଧାରାକୁ ଉଭୟ ସଙ୍ଗଠନ ବିରୋଧ କରିଥାନ୍ତି। ମହିଳାଙ୍କ ଭୂମିକା କେବଳ ସନ୍ତାନ ପ୍ରସବ ଓ ପରିବାର ଦେଖାଶୁଣାରେ ସୀମିତ ରଖିବାକୁ ସେମାନେ କହିଥାନ୍ତି। ସେମାନେ ମହିଳାଙ୍କୁ ହିଜାବ ଏବଂ ନିକାବ ପିନ୍ଧିବାକୁ ବାଧ୍ୟ କରୁଥିବାବେଳେ ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବାକୁ ନିର୍ଦ୍ଦେଶ ରହିଥାଏ। ଇସ୍‌ଲାମିକ ଷ୍ଟେଟ୍‌ ଏକ ବିସ୍ତାରବାଦୀ ସଙ୍ଗଠନ, ଯାହା କି ସୀମା ବାହାରେ ଅନ୍ୟ ଦେଶରେ ମଧ୍ୟ ସକ୍ରିୟ। କିନ୍ତୁ ତାଲିବାନ୍‌ ଏକ କ୍ଷେତ୍ରୀୟ ସଙ୍ଗଠନ।

ରକ୍ତାକ୍ତ ସଂଘର୍ଷ

ଏବେ ତୁଳନାରେ କିଛି ବର୍ଷ ପୂର୍ବରୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ଥିଲା ଆଇଏସ୍‌କେ। ୨୦୨୦ ପ୍ରାରମ୍ଭରେ ନଙ୍ଗାରହାର ଏବଂ କୁନାର ପ୍ରଦେଶରେ ଦୀର୍ଘ ମାସର ରକ୍ତାକ୍ତ ସଂଘର୍ଷ ପରେ ଆଇଏସ୍‌କେ ଉପରେ ବିଜୟ ହାସଲ କରିଥିବା ତାଲିବାନ୍‌ ଘୋଷଣା କରିଥିଲା। ଅନେକ ଆଇଏସ୍‌କେର ସଦସ୍ୟଙ୍କୁ ତାଲିବାନ୍‌ ଆତଙ୍କବାଦୀ ହତ୍ୟା କରିବା ସହ ସେମାନଙ୍କ ଘରଦ୍ୱାର ଜାଳି ଦେଇଥିଲେ। ୨୦୧୮ରେ ମଧ୍ୟ ଜଜ୍ୱାନ ପ୍ରଦେଶରେ ସମାନ ସ୍ଥିତି ଦେଖାଯାଇଥିଲା। ଦୀର୍ଘ ସପ୍ତାହର ଲଢ଼େଇ ପରେ ଆଇଏସ୍‌କେକୁ କାବୁ କରି ନେଇଥିଲା ତାଲିବାନ୍‌। ପରେ ଅନେକ ଆଇଏସ୍‌କେ ଆତଙ୍କବାଦୀ ଆଫଗାନ୍‌ ସେନାର ଶରଣ ପଶିଥିଲେ। ସେହିପରି ୨୦୧୭ରେ ତାଲିବାନ ପାଇଁ ଅର୍ଥ ସଂଗ୍ରହ କରୁଥିବା ୩ ଡ୍ରଗ୍ସ ଡିଲରଙ୍କୁ ଧରିନେବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ମଧ୍ୟ ଆଇଏସ୍‌କେ ପରାଜିତ ହୋଇଥିଲା।
ଥିଙ୍କ ଟ୍ୟାଙ୍କ୍‌ ଷ୍ଟିମ୍‌ସନ୍‌ ସେଣ୍ଟର ରିପୋର୍ଟ ଅନୁସାରେ, ୨୦୧୯ରେ ଆଇଏସ୍‌କେ ୩୪୩ ଆକ୍ରମଣ କରିଥିଲା। ସମ୍ବଳ ଅଭାବରୁ ୨୦୨୦ରେ ଆକ୍ରମଣ ସଂଖ୍ୟା ୧୧କୁ ଖସି ଆସିଥିଲା। ୨୦୧୬ରେ ଆଇଏସ୍‌କେରେ ପ୍ରାୟ ୮,୫୦୦ ଆତଙ୍କବାଦୀ ଥିବାବେଳେ ୨୦୧୯ ବେଳକୁ ତାହା ପ୍ରାୟ ୪,୦୦୦ ରହିଥିଲା।
ସୈନ୍ୟ ପ୍ରତ୍ୟାହାର ନେଇ ନିକଟରେ ଆମେରିକା ଓ ତାଲିବାନ୍‌ ମଧ୍ୟରେ ଦୋହା ଚୁକ୍ତି ହେବା ପରଠାରୁ ଆଫଗାନିସ୍ତାନରେ ନିଜ ଉଦ୍ଦେଶ୍ୟ ସାଧିତ କରିବାକୁ ଆଇଏସ୍‌କେ ଏବେ ପୁଣି ମାତିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri