ଆଇଏସ୍‌କେ ବନାମ ତାଲିବାନ୍‌

ନୂଆଦିଲ୍ଲୀ, ୨୯ା୮: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାର ବିସ୍ଫୋରଣ ଚଳିତ ବର୍ଷର ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ। ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଆଫଗାନ୍‌ ଏଥିରେ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୨ ଶହରୁ ଊର୍ଦ୍ଧ୍ୱ। ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୋରାସାନ୍‌ (ଆଇଏସ୍‌କେ) ଆତ୍ମଘାତୀଙ୍କ ଫଟୋ ଜାରି କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ତାଲିବାନ୍‌ ସହ ଶତ୍ରୁତା ଥିବାରୁ ଏହାର ଛବି ଖରାପ କରିବାକୁ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌କେ ଏପରି ବିସ୍ଫୋରଣର ଯୋଜନା କରିଥିବା କୁହାଯାଉଛି।
ଇରାକ୍‌ ଉପରେ ଆମେରିକାର ଆକ୍ରମଣ, ସିଆ ମିଲିସିଆ ସଙ୍ଗଠନକୁ ଇରାନର ସମର୍ଥନ, ଏହି ଅଞ୍ଚଳରେ ରାଜନୈତିକ ଇସଲାମର ଉପସ୍ଥିତି ଆଇଏସ୍‌ଆଇଏସ୍‌ ଗଠନରେ ଭୂମିକା ଥିବା କୁହାଯାଏ। ସିରିଆ ଗୃହଯୁଦ୍ଧ ଆଇଏସଆଇଏସର ଦ୍ରୁତ ବିସ୍ତାର ପାଇଁ ଖୋରାକ୍‌ ଯୋଗାଇଥିଲା। ୨୦୧୪ରେ ପାକିସ୍ତାନରେ ଆଇଏସ୍‌ଆଇଏସ୍‌ର ବିଭାଜିତ ଶାଖା ଆଇଏସ୍‌କେ ଗଠନ କରାଯାଇଥିଲା। ଏହା ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ଦି ଲିଭାଣ୍ଟ-ଖୋରାସାନ୍‌ ପ୍ରଭିନ୍ସ (ଆଇଏସ୍‌ଆଇଏଲ୍‌-କେପି ବା ଆଇଏସ୍‌କେପି) ନାମରେ ମଧ୍ୟ ଜଣାଯାଏ।

ସାମଞ୍ଜସ୍ୟ, ବିଭେଦ

ଇସ୍‌ଲାମିକ୍‌ ଷ୍ଟେଟ୍‌ ଏବଂ ତାଲିବାନ୍‌ ନିଜକୁ ଇସଲାମ୍‌ର ପ୍ରକୃତ ପ୍ରତିନିଧି ବୋଲି କହିଥାନ୍ତି। ଉଭୟ ସଂଗଠନ ହିଂସା ଏବଂ କ୍ରୂରତାପୂର୍ଣ୍ଣ ଦଣ୍ଡବିଧାନରେ ବିଶ୍ୱାସ ରଖନ୍ତି। ପ୍ରତି କାର୍ଯ୍ୟର ଫଳାଫଳ ଜରୁରୀ ଏବଂ ସେଠାରେ ପହଞ୍ଚିବା ପାଇଁ ଯୁଦ୍ଧ ଏକମାତ୍ର ମାଧ୍ୟମ ବୋଲି ଏହି ଆତଙ୍କବାଦୀ ସଙ୍ଗଠନ ବିଶ୍ୱାସ କରନ୍ତି। ବିରୋଧୀଙ୍କୁ ଶେଷ କରିବା ନିଜ ଅଧିକାର ଭାବେ ବିବେଚନା କରିଥାନ୍ତି। ସେଥିପାଇଁ ସର୍ବସାଧାରଣରେ ଫାଶୀ ସହ କଠୋର ଦଣ୍ଡବିଧାନ ପାଇଁ ସେମାନେ ପଛଘୁଞ୍ଚା ଦେଇ ନ ଥାନ୍ତି। ଉଭୟ ପାଶ୍ଚାତ୍ୟ ଦେଶର ଗଣତାନ୍ତ୍ରିକ ନୀତିର ବିରୋଧୀ। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନତା, ମାନବିକ ଅଧିକାର, ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ଅନ୍ୟାନ୍ୟ ଆଧୁନିକ ଚିନ୍ତାଧାରାକୁ ଉଭୟ ସଙ୍ଗଠନ ବିରୋଧ କରିଥାନ୍ତି। ମହିଳାଙ୍କ ଭୂମିକା କେବଳ ସନ୍ତାନ ପ୍ରସବ ଓ ପରିବାର ଦେଖାଶୁଣାରେ ସୀମିତ ରଖିବାକୁ ସେମାନେ କହିଥାନ୍ତି। ସେମାନେ ମହିଳାଙ୍କୁ ହିଜାବ ଏବଂ ନିକାବ ପିନ୍ଧିବାକୁ ବାଧ୍ୟ କରୁଥିବାବେଳେ ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବାକୁ ନିର୍ଦ୍ଦେଶ ରହିଥାଏ। ଇସ୍‌ଲାମିକ ଷ୍ଟେଟ୍‌ ଏକ ବିସ୍ତାରବାଦୀ ସଙ୍ଗଠନ, ଯାହା କି ସୀମା ବାହାରେ ଅନ୍ୟ ଦେଶରେ ମଧ୍ୟ ସକ୍ରିୟ। କିନ୍ତୁ ତାଲିବାନ୍‌ ଏକ କ୍ଷେତ୍ରୀୟ ସଙ୍ଗଠନ।

ରକ୍ତାକ୍ତ ସଂଘର୍ଷ

ଏବେ ତୁଳନାରେ କିଛି ବର୍ଷ ପୂର୍ବରୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ଥିଲା ଆଇଏସ୍‌କେ। ୨୦୨୦ ପ୍ରାରମ୍ଭରେ ନଙ୍ଗାରହାର ଏବଂ କୁନାର ପ୍ରଦେଶରେ ଦୀର୍ଘ ମାସର ରକ୍ତାକ୍ତ ସଂଘର୍ଷ ପରେ ଆଇଏସ୍‌କେ ଉପରେ ବିଜୟ ହାସଲ କରିଥିବା ତାଲିବାନ୍‌ ଘୋଷଣା କରିଥିଲା। ଅନେକ ଆଇଏସ୍‌କେର ସଦସ୍ୟଙ୍କୁ ତାଲିବାନ୍‌ ଆତଙ୍କବାଦୀ ହତ୍ୟା କରିବା ସହ ସେମାନଙ୍କ ଘରଦ୍ୱାର ଜାଳି ଦେଇଥିଲେ। ୨୦୧୮ରେ ମଧ୍ୟ ଜଜ୍ୱାନ ପ୍ରଦେଶରେ ସମାନ ସ୍ଥିତି ଦେଖାଯାଇଥିଲା। ଦୀର୍ଘ ସପ୍ତାହର ଲଢ଼େଇ ପରେ ଆଇଏସ୍‌କେକୁ କାବୁ କରି ନେଇଥିଲା ତାଲିବାନ୍‌। ପରେ ଅନେକ ଆଇଏସ୍‌କେ ଆତଙ୍କବାଦୀ ଆଫଗାନ୍‌ ସେନାର ଶରଣ ପଶିଥିଲେ। ସେହିପରି ୨୦୧୭ରେ ତାଲିବାନ ପାଇଁ ଅର୍ଥ ସଂଗ୍ରହ କରୁଥିବା ୩ ଡ୍ରଗ୍ସ ଡିଲରଙ୍କୁ ଧରିନେବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ମଧ୍ୟ ଆଇଏସ୍‌କେ ପରାଜିତ ହୋଇଥିଲା।
ଥିଙ୍କ ଟ୍ୟାଙ୍କ୍‌ ଷ୍ଟିମ୍‌ସନ୍‌ ସେଣ୍ଟର ରିପୋର୍ଟ ଅନୁସାରେ, ୨୦୧୯ରେ ଆଇଏସ୍‌କେ ୩୪୩ ଆକ୍ରମଣ କରିଥିଲା। ସମ୍ବଳ ଅଭାବରୁ ୨୦୨୦ରେ ଆକ୍ରମଣ ସଂଖ୍ୟା ୧୧କୁ ଖସି ଆସିଥିଲା। ୨୦୧୬ରେ ଆଇଏସ୍‌କେରେ ପ୍ରାୟ ୮,୫୦୦ ଆତଙ୍କବାଦୀ ଥିବାବେଳେ ୨୦୧୯ ବେଳକୁ ତାହା ପ୍ରାୟ ୪,୦୦୦ ରହିଥିଲା।
ସୈନ୍ୟ ପ୍ରତ୍ୟାହାର ନେଇ ନିକଟରେ ଆମେରିକା ଓ ତାଲିବାନ୍‌ ମଧ୍ୟରେ ଦୋହା ଚୁକ୍ତି ହେବା ପରଠାରୁ ଆଫଗାନିସ୍ତାନରେ ନିଜ ଉଦ୍ଦେଶ୍ୟ ସାଧିତ କରିବାକୁ ଆଇଏସ୍‌କେ ଏବେ ପୁଣି ମାତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?