
ଅଷ୍ଟ୍ରେଲିଆର ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ନଦୀରେ ବନ୍ଶୀକଣ୍ଟା ପକାଇଥିଲେ। ମାତ୍ର ମାଛ ବଦଳରେ ଏଥିରେ ଏକ ବଡ଼ କୁମ୍ଭୀର ଲାଗିଗଲା। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କ୍ୟାଥରିନ୍ ସହର ନିକଟସ୍ଥ ଟ୍ରେଣ୍ଟ୍ ଡେ ଏକ ଲୋକପ୍ରିୟ ମାଛଧରା ସ୍ଥାନ। ଏଠାରେ କେତେକ ମତ୍ସ୍ୟଜୀବୀ ନିଜ ପରିବାର ସହ ରହୁଛନ୍ତି। ଡି. ଓ୍ବିଦ୍ ଯିଏ କି ରୋଡ୍ ଏବଂ ରାଇଫଲ ଟ୍ୟାକଲଓ୍ବାଲର୍ଡ କ୍ୟାଥରିନ୍ର ପରିଚାଳନା କରନ୍ତି। ସେ ତାଙ୍କ ଫେସ୍ବୁକ୍ ପେଜ୍ରେ ଏକ ଭୟଙ୍କର କୁମ୍ଭୀରର ଫଟୋ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ନଦୀ କୂଳରେ ଜଣେ ମତ୍ସ୍ୟଜୀବୀ ଠିଆ ହୋଇ ବନ୍ଶୀ ପକାଉଛନ୍ତି। ମାତ୍ର କଣ୍ଟାରେ ମାଛ ନ ପଡ଼ି ଏକ କୁମ୍ଭୀର ପଡ଼ିଯାଇଛି। ଭିଡିଓରେ କଣ୍ଟାରୁ କୁମ୍ଭୀରଟିକୁ କାଢ଼ିବାକୁ ମତ୍ସ୍ୟଜୀବୀ ଜଣକ ଚେଷ୍ଟା କରୁଛନ୍ତି। ମାତ୍ର କୁମ୍ଭୀର କଣ୍ଟା ଛାଡ଼ିବାକୁ ନାରାଜ।
Here we were just trolling along with a classic 200 and this fella decides he wants to have a crack at it. Managed to get the lure back! Although it doesn’t track as straight as it use to.Rod – Samaki XT scale 6’ 12-20lb Reel – shimano Calcutta 250 TE DC with 50lb fins braid and 80lb Schneider leader.
Rod & Rifle TackleWorld Katherine ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಗುರುವಾರ, ಅಕ್ಟೋಬರ್ 15, 2020
ଭିଡିଓରେ ଦେଖିବାକୁ ମିଳିଛି କୁମ୍ଭୀରଟି ବାରମ୍ବାର ତଳଉପର ହେଉଛି। ସେ କଣ୍ଟାରୁ ବାହାରିବା ପାଇଁ ନୁହେଁ, ମତ୍ସ୍ୟଜୀବୀ ଜଣଙ୍କୁ ତା’ର ଶିକାର କରିବା ପାଇଁ ପୂରା ମାତ୍ରାରେ ଚେଷ୍ଟା କରୁଛି। ସୋମବାର ଶେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧.୫ ମିଲିୟନ ୟୁଜର ଦେଖିସାରିଲେଣି। କିଛି ଲୋକ ଏହି ଭିଡିଓକୁ ଦେଖି ଡରି ମଧ୍ୟ ଯାଇଛନ୍ତି।