ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ: ପ୍ରଜ୍ଞା ମିଶ୍ର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୫।୭(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ଇ) ଦ୍ୱାରା ପରିଚାଳିତ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ଓଡ଼ିଶାର ପାସ୍‌ ହାର ଅଧିକ ରହିଛି। ଦେଶରେ ପାସ୍‌ ହାର ୯୯.୩୮% ଥିବାବେଳେ ଓଡ଼ିଶାରେ ୯୯.୪୭% ରହିଛି। ଏଥର ବି ଛାତ୍ରୀମାନେ ଆଗରେ ରହିଛନ୍ତି। ୯୯.୫୨% ଛାତ୍ରୀ ଓ ୯୯.୨୬% ଛାତ୍ର ପାସ୍‌ କରିଛନ୍ତି। ୧୮ଜଣ ଛାତ୍ରୀଛାତ୍ର ୯୯.୭୫% ମାର୍କ ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେହିଭଳି ୫୮ଜଣ ଛାତ୍ରୀଛାତ୍ର ୯୯.୫% ସହ ଦ୍ୱିତୀୟ ଏବଂ ଓଡ଼ିଶାର ଛାତ୍ରୀ ପ୍ରଜ୍ଞା ମିଶ୍ରଙ୍କ ସହ ୭୮ଜଣ ଛାତ୍ରୀଛାତ୍ର ୯୯.୨୫% ରଖି ତୃତୀୟ ସ୍ଥାନରେ ରହିଛନ୍ତି। ବ୍ରହ୍ମପୁର ଡି ପଲ୍‌ ସ୍କୁଲ ଛାତ୍ରୀ ପ୍ରଜ୍ଞା ୯୯.୨୫% ସହ ରାଜ୍ୟ ଟପ୍ପର ହୋଇଥିବାବେଳେ ଉକ୍ତ ସ୍କୁଲ ଛାତ୍ରୀ ସୌମ୍ୟା ପଟ୍ଟନାୟକ ଓ ରାଉରକେଲା ଚିନ୍ମୟ ବିଦ୍ୟାଳୟ ଛାତ୍ର ଲଳିତେନ୍ଦୁ ଜଗଜ୍ୟୋତି ମିଶ୍ର ୯୮.୭୫% ରଖି ଦ୍ୱିତୀୟ ଏବଂ ରାଉରକେଲା ସେଣ୍ଟ ଜୋସେଫ କନ୍‌ଭେଣ୍ଟ ସ୍କୁଲ ଛାତ୍ରୀ ସ୍ନେହା ମିଶ୍ର ୯୮.୫୦% ସହ
ରାଜ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ କରୋନା ପାଇଁ ପରୀକ୍ଷା ହୋଇ ନ ଥିଲା। ଏଥର କରୋନା ସଂକ୍ରମଣ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା ପାଇଁ କାଉନସିଲ ନିଷ୍ପତ୍ତି ନେଇଥିଲା। ଏପ୍ରିଲ ୬ ରୁ ଜୁନ୍‌ ୧୩ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ମୋଟ ୯୬,୯୪୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିଭଳି ରାଜ୍ୟରେ ଥିବା ମୋଟ ୨୬ ସ୍କୁଲ୍‌ରୁ ୧,୮୭୧ଜଣ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରେ ୯୨୨ଜଣ ଛାତ୍ରୀ ଓ ୯୪୯ଜଣ ଛାତ୍ର ଥିଲେ। ତେବେ ୧,୮୬୧ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍‌ ହାର ୯୯.୪୭% ରହିଛି। ଝିଅଙ୍କ ପାସ୍‌ ହାର ୯୯.୬୭% ଓ ପୁଅଙ୍କ ପାସ୍‌ ହାର ୯୯.୨୬% ରହିଛି। ପରୀକ୍ଷା ଦେଇଥିବା ସମସ୍ତ ୧୨୫ଜଣ ଏସ୍‌ସି ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୮୫ଜଣ ଏସ୍‌ଟି ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ପାସ୍‌ ହାର ୯୯.୬୫% ରହିଛି। ସେହିଭଳି ୨୦୭ଜଣ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ଏବଂ ସମସ୍ତ ପିଲା ପାସ୍‌ ହୋଇଥିବା କାଉନ୍‌ସିଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri