ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ କମ୍‌ ମିଳେ? ଜାଣନ୍ତୁ କ’ଣ ସତ..

କରୋନା କାଳରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ମାସ୍କ ପରିଧାନକୁ ନେଇ ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି। ଯେପରିକି, ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ ଅକ୍ସିଜେନ୍‌(ଅମ୍ଳଜାନ) କମ୍‌ ମିଳିଥାଏ। ଯଦି ଆପଣଙ୍କ ମନରେ ଏଭଳି ପ୍ରଶ୍ନ ରହିଛି, ତେବେ ସେ ବିଷୟରେ ଜାଣନ୍ତୁ…

ବିଶ୍ୱସ୍ତରୀୟ ମହାମାରୀକୁ ନେଇ ଏପରି ଗୁଜବ ଉଠୁଥିବା ବେଳେ ବ୍ରିଟେନର ଜଣେ ଡାକ୍ତର ନିଜେ ଏହାର ପ୍ରାକ୍ଟିକାଲ୍‌ କରି ଦେଖାଇଛନ୍ତି। ଆଇସିୟୁରେ କାମ କରୁଥିବା ଡାକ୍ତର ଟମ୍‌ ଲୋଟନ୍‌ ତିନି ଥାକ ବିଶିଷ୍ଟ ମାସ୍କ ପିନ୍ଧି ୩୫ କିମି ଦେଡିଥିଲେ। ଏହି ସମୟରେ ଏକ ଯନ୍ତ୍ର ସାହାଯ୍ୟରେ ନିଜ ଶରୀରର ଅମ୍ଳଜାନ ସ୍ତରକୁ ସେ ଯାଞ୍ଚ କରିଥିଲେ। ଶେଷକୁ ଏହା ନିଷ୍କର୍ସ ବାହାରିଲା ଯେ, ମାସ୍କ ପିନ୍ଧିବା ଦ୍ୱାରା ଅକ୍ସିଜେନ୍‌ସ୍ତର କମ୍‌ ହେଉନାହିଁ। କାରଣ ପୁରା ଦୈାଡ଼ ସମୟରେ ଟମ୍‌ଙ୍କ ଶରୀରରେ ଅମ୍ଳଜାନସ୍ତର ୯୮% ଥିବା ଜଣାପଡ଼ିଥିଲା। ଏଣୁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। କୌଣସି ଗୁଜବରେ ପ୍ରଭାବିତ ହୋଇ ମାସ୍କ ନ ପିନ୍ଧିବା ଦ୍ୱାରା କରୋନାକୁ ନିମନ୍ତ୍ରଣ ଦେଇପାରନ୍ତି ବୋଲି ଡାକ୍ତରଜଣଙ୍କ ଚେତାଇଛନ୍ତି। ଏହାଛଡ଼ା ସୋସିଆଲ ମିଡିଂଆ ଗୁଜବଠାରୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ ବୋଲି ସେ କହିଛନ୍ତି। ମାସ୍କ ପିନ୍ଧିବା ଦ୍ୱାରା ହାଇପୋକ୍ସିଆ ହୋଇ ନ ଥାଏ। ଏହାଦ୍ୱାରା ମସ୍ତିଷ୍କ ଏବଂ ହୃଦୟ ଉପରେ କୌଣସି ପ୍ରଭାବ ପଡ଼ି ନ ଥାଏ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବପ୍ନକୁ କରନ୍ତୁ ସାକାର

ବେଳେବେଳେ ଘର,ପରିବାର ଏବଂ ପିଲାଙ୍କ ଯତ୍ନ ନେଉ ନେଉ ମହିଳାମାନେ ସେମାନଙ୍କ କ୍ୟାରିୟର ଏବଂ ସ୍ବପ୍ନକୁ ଭୁଲିଯାଇଥାନ୍ତି । କିନ୍ତୁ ଏବେ ଆଉ ଏପରି କରିବା...

ଏଚ୍‌ଆଇଭି ଭୂତାଣୁକୁ ନିୟନ୍ତ୍ରଣ କରିବ ଗ୍ଲାଇକୋପଲିମର

ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ରୋଗଗୁଡିକ ମଧ୍ୟରୁ ଏଡ୍‌ସ ଅନ୍ୟତମ। ଏଚ୍‌ଆଇଭି ଭାଇରସ ଯୋଗୁ ଏହି ରୋଗ ହୋଇଥାଏ। ତେବେ ଏଭଳି ଭାଇରସକୁ...

ଏହିସବୁ ସମସ୍ୟାରୁ ମୁକ୍ତିଦିଏ ଗୁଡ଼

ଗୁଡ଼ ସ୍ବାସ୍ଥ୍ୟପକ୍ଷେ ଉପକାରୀ। ଏଣୁ ଚିନି ଅପେକ୍ଷା ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଗୁଡ଼ ଖାଇବା ଫଳରେ ଅନେକ ରୋଗରୁ ମୁକ୍ତି ମିଳିବା...

ଶୀତଦିନେ ଆଜ୍‌ମାରୁ ଦୂରେଇ ରହିବେ କିପରି…

ଶୀତଦିନେ ପରିବେଶ ଥଣ୍ଡା ରହିବା ଯୋଗୁ କେତେକଙ୍କଠାରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଚିକିତ୍ସକମାନେ ଆଜ୍‌ମା ସମସ୍ୟା ବୋଲି କହିଥାନ୍ତି। ଏଥିପାଇଁ ଔଷଧ ଖାଇବାକୁ...

ଆଲର୍ଜିରୁ ରକ୍ଷା କରେ ଭିଟାମିନ୍‌ ‘ଇ’

ଭିଟାମିନ୍‌ ‘ଇ’ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ବିଶେଷଭାବରେ ଏଥିରେ ଥିବା ସ୍ବାସ୍ଥ୍ୟୋପକାରୀ ଗୁଣ ଆଲର୍ଜି ପରି ସମସ୍ୟାରୁ ଅନେକାଂଶରେ ରକ୍ଷା...

ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ...

ଶୃଙ୍ଗାର ବଦଳିଛି ପରିଭାଷା

ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ହିଁ ନ ଥିବେ ଯାହାଙ୍କୁ ଶୃଙ୍ଗାର କରିବା ବା ସଜେଇ ହେବାକୁ ଭଲ ନ ଲାଗେ। ହେଲେ...

ତ୍ୱଚାରେ ଆସିବ ଚମକ

କ୍ଷୀରରେ କେତେ ପ୍ରକାର ଗୁଣ  ରହିଛି । ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟରେ ଚମକ ଆଣିଥାଏ। ଏମିତିରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେକ’ଣ...

Play 250+ Trending Games
Archives

Model This Week

Why Dharitri