Posted inଖେଳ

ପୁଣି ନିକଟତର ହେଉଛନ୍ତି କି ଉର୍ବଶୀ-ପନ୍ତ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଏହା ସହିତ ଅକ୍ଷୟ କୁମାର, ମୌନି ରୟଙ୍କ ସମେତ ଅନେକ ଭାରତୀୟ ସେଲିବ୍ରିଟି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ହୋଇଥିଲେ। କିନ୍ତୁ, ଏସବୁ ମଧ୍ୟରେ ଜଣେ ସେଲିବ୍ରିଟିଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ହେଉଛନ୍ତି ଅଭିନେତ୍ରୀ ଉର୍ବଶୀ ରଉତେଲା। ଉର୍ବଶୀ ଏବଂ ଭାରତୀୟ ଉଇକେଟ୍‌ କିପର ରିଷଭ ପନ୍ତଙ୍କ ଡେଟିଂ ବିଷୟରେ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ପରେ ଉଭୟଙ୍କ ବ୍ରେକଅପ ଖବର ସାମ୍ନାକୁ ଆସିଥିଲା। ରିଷଭ ପନ୍ତଙ୍କ ସହ ବ୍ରେକଅପ କରିବା ପରେ ଉର୍ବଶୀଙ୍କୁ ଷ୍ଟାଡିୟମରେ କେବେବି ଦେଖିବାକୁ ମିଳି ନ ଥିଲା, କିନ୍ତୁ ହଠାତ୍‌ ତାଙ୍କ ମ୍ୟାଚ ଦେଖିବା ପାଇଁ ପହଞ୍ଚିବା ପରେ ସେ ପୁଣି ପନ୍ତଙ୍କ ନିକଟତର ହେଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି।
୨୦୧୯ରେ ରିଷଭ ଏବଂ ଉର୍ବଶୀ ଜୁହୁର ଏଷ୍ଟେଲା ହୋଟେଲରେ ବିଳମ୍ବିତ ରାତ୍ରି ପାର୍ଟି କରିବାକୁ ଯାଉଥିବାର ଦେଖାଯାଇଥିଲା, ଯାହା ପରେ ସୋସିଆଲ ମିଡିଆରେ ଉଭୟଙ୍କ ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ତା’ପରେ ଖବର ଆସିଥିଲା ଯେ ଉର୍ବଶୀ ଏବଂ ରିଷଭ ପନ୍ତ ଅଲଗା ହୋଇ ଯାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ହ୍ବାଟସଆପ୍ରେ ଉର୍ବଶୀଙ୍କୁ ବ୍ଲକ କରିଦେଇଥିଲେ।
ସେତେବେଳେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ରିଷଭ ପନ୍ତ ଏକାଦଶ ଖେଳିବାର ସୁଯୋଗ ପାଇ ନ ଥିଲେ। ଏଥି ସହିତ ସେ ପଡ଼ିଆରେ ମଧ୍ୟ ଖରାପ ଫର୍ମରେ ଥିଲେ। ଯାହାକୁ ନେଇ ସେ ମଧ୍ୟ ଚିନ୍ତିତ ଥିଲେ। କଳ୍ପନାଜଳ୍ପନା ଚାଲିଥିଲା ଯେ, ଏହି ଟେନସନ ରିଷଭ ଉର୍ବଶୀଙ୍କୁ ହ୍ବାଟସଆପ୍‌ରେ ବ୍ଲକ କରିଥିଲେ। ରିଷଭ ଏବେ ଇଶା ନେଗିଙ୍କୁ ଡେଟିଂ କରୁଛନ୍ତି। ଇଶା ଡେରାଡୁନରୁ ଆସିଛନ୍ତି ଏବଂ ସେ ଜଣେ ଇଣ୍ଟେରିୟର ଡିଜାଇନର ଇନଷ୍ଟାଗ୍ରାମରେ ଇଶା ନେଗି ବହୁତ ସକ୍ରିୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ପ୍ରଥମ ଯାଆଁଳା ଭାଇ

ମୁମ୍ବାଇ, ୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ଦୁଇ ଭାଇ ଖେଳିବାର ଅନେକ ନଜିର ରହିଛି। ମାତ୍ର ପ୍ରଥମ ଯାଆଁଳାଭାଇ ଚଳିତ ସଂସ୍କରଣରେ ଖେଳିଛନ୍ତି।...

କିଛି ବର୍ଷ ପୂର୍ବେ ତାଲିବାନଠାରୁ ବଞ୍ଚି ପାକିସ୍ତାନରେ ଆଶ୍ରୟ ନେଇଥିଲେ; ଏବେ ପୁଣି ଚିନ୍ତାରେ ଏହି କ୍ରିକେଟରଙ୍କ ପରିବାର…

କାବୁଲ,୧୭।୮: ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ଦେଖାଦେଇଛି। ରବିବାର ତାଲିବାନ କାବୁଲ ଏବଂ ରାଷ୍ଟ୍ରପତି ଭବନ କବ୍ଜା କରିଥିଲା। ଏହାପୂର୍ବରୁ ରାଷ୍ଟ୍ରପତି ଅଶରଫ୍‌...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଥିରୁଭାନନ୍ତପୁରମ,୨୮।୯: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜିତିବା ପରେ ଭାରତୀୟ ଦଳ ବର୍ତ୍ତମାନ ଏକ ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ। ବୁଧବାର...

ବିବାହ ପୂର୍ବରୁ ସମସ୍ତେ ପଛରେ ପଡ଼ନ୍ତି, ପରେ ବଦଳି ଯାଆନ୍ତି: ସାକ୍ଷୀ ଧୋନୀ

ବମ୍ବେ: ୨୦୧୦ରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ଧରିଥିଲେ ସାକ୍ଷୀ ସିଂହ ଧୋନୀ। ଏବେ ବିବାହକୁ ୧୩ ବର୍ଷ ବିତିଥିବା ବେଳେ ଦୁହେଁ ପରସ୍ପର...

କୋହଲିଙ୍କ ସାମ୍ନାରେ ମାତ୍ର ୮୫ ରନ୍‌ ଲକ୍ଷ୍ୟ ରଖିଲା କୋଲକାତା

ଆବୁଧାବି, ୨୧।୧୦: ଆଇପିଏଲ୍‌ ୧୩ତମ ସିଜନର ୩୯ତମ ମ୍ୟାଚ୍‌ରେ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ...

୯ ଓଭର ମଧ୍ୟରେ କୋଲକାତାର ଅଧା ଟିମ୍‌ ପ୍ୟାଭିଲିଅନରେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ଲାଇନ୍‌ ଅପ୍‌। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର...

ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପୂର୍ବତନ କ୍ରିକେଟର

ବ୍ରିଜଟାଉନ, ୮।୨: ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ଇଜ୍ରା ମୋସଲିଙ୍କର ଶନିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

Advertisement
Archives

Model This Week