ଇରାନ-ଆମେରିକା ଯୁଦ୍ଧ: ନେତାନ୍ୟାହୁଙ୍କ ଜାଲରେ ଫସିଲେ କି ଟ୍ରମ୍ପ?

ନୂଆଦିଲ୍ଲୀ,୧୨।୩: ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ସୂତା ପାଲଟିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ରଣନୀତିକୁ ସମର୍ଥନ କରି ଟ୍ରମ୍ପ ଏବେ ପଶ୍ଚାତାପ କରୁଥିବା ପରି ମନେହେଉଛି। ବିଶେଷଜ୍ଞଙ୍କ ମତରେ, ଇରାନକୁ ଦୁର୍ବଳ ଭାବି ଆମେରିକା ଯେଉଁ ଯୁଦ୍ଧ ଆରମ୍ଭ କରିଥିଲା, ତାହା ଏବେ ଏକ ଦୀର୍ଘକାଳୀନ ସଂଘର୍ଷ ବା ‘ଭିଏତନାମ ଯୁଦ୍ଧ’ ପରି ରୂପ ନେଇପାରେ।

ଭେନେଜୁଏଲାରେ ସଫଳତା ପାଇବା ପରେ ଉତ୍ସାହିତ ଟ୍ରମ୍ପ, ନେତାନ୍ୟାହୁଙ୍କ କଥାରେ ପଡ଼ି ଇରାନ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ। ନେତାନ୍ୟାହୁ ଦାବି କରିଥିଲେ ଯେ ଇରାନର ପ୍ରତିରକ୍ଷା ବ୍ୟବସ୍ଥା ଓ ପରମାଣୁ କେନ୍ଦ୍ରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫେବୃଆରୀ ୨୮ରେ ହୋଇଥିବା ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ।

ଏହି ଯୁଦ୍ଧକୁ ନେଇ ଆମେରିକା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମାତ୍ର ୪୧% ଆମେରିକୀୟ ଏହି ଯୁଦ୍ଧକୁ ସମର୍ଥନ କରୁଛନ୍ତି। ଗ୍ୟାଲପ୍ ପୋଲ୍ ଅନୁଯାୟୀ, ପ୍ରଥମ ଥର ପାଇଁ ଆମେରିକାରେ ଇସ୍ରାଏଲ ଅପେକ୍ଷା ପାଲେଷ୍ଟାଇନ ପ୍ରତି ଅଧିକ ସହାନୁଭୂତି (୪୧%) ଦେଖିବାକୁ ମିଳିଛି। ଟ୍ରମ୍ପ କୌଣସି ସ୍ପଷ୍ଟ ‘ଏକଜିଟ୍ ଷ୍ଟ୍ରାଟେଜି’ ବା ଯୁଦ୍ଧରୁ ବାହାରିବାର ଯୋଜନା ନକରି ଏଥିରେ ଝାସ ଦେଇଥିବା ଅଭିଯୋଗ ହେଉଛି।

ଆମେରିକାର ଆକଳନକୁ ଭୁଲ ପ୍ରମାଣିତ କରି ଇରାନ ଏକ ଭିନ୍ନ ରଣନୀତି ଆପଣାଇଛି। ଇରାନ ନିଜ ସୀମା ବାହାରକୁ ଯୁଦ୍ଧକୁ ବ୍ୟାପ୍ତ କରି ଉପସାଗରୀୟ ଦେଶଗୁଡ଼ିକୁ ଏଥିରେ ସାମିଲ କରିଛି। ଫଳରେ ମାତ୍ର ୬ ଦିନ ମଧ୍ୟରେ ଆମେରିକାର ୧୧.୩ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥାର ଆଶଙ୍କା ଦେଖାଦେଇଛି।

ଇସ୍ରାଏଲରେ ନେତାନ୍ୟାହୁ ନିଜର ଭାବମୂର୍ତ୍ତି ସଧାରିବା ପାଇଁ ଏହି ଯୁଦ୍ଧକୁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଥିବା କୁହାଯାଉଛି। ଗାଜା ଯୁଦ୍ଧ ଓ ନିଜ ବିରୋଧରେ ଥିବା ଦୁର୍ନୀତି ମାମଲାରୁ ଦୃଷ୍ଟି ହଟାଇବା ପାଇଁ ସେ ଇରାନ ସହ ସଂଘର୍ଷକୁ ତେଜୁଥିବା ଚର୍ଚ୍ଚା ହେଉଛି।

ସାମ୍ପ୍ରତିକ ସ୍ଥିତି ଅନୁଯାୟୀ, ଇରାନ ଏବେବି ଶକ୍ତିଶାଳୀ ରହିଛି ଏବଂ ଯୁଦ୍ଧ କେବେ ଶେଷ ହେବ ତାହା ତେହେରାନ ସ୍ଥିର କରିବ ବୋଲି ଚେତାବନୀ ଦେଇଛି। ଏହା ଟ୍ରମ୍ପଙ୍କ ପାଇଁ ଏକ ବଡ଼ କୂଟନୈତିକ ଓ ସାମରିକ ପରାଜୟ ସାବ୍ୟସ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍…

ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି।…

ଯୁଦ୍ଧରୁ ଏହି ଦେଶକୁ ମିଳୁଛି ବମ୍ଫର ଫାଇଦା, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡିତ ଦେଶଗୁଡ଼ିକ ସାମରିକ ଅଭିଯାନ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୧୨ା୩: ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇ କହିଛନ୍ତି,…

ବିଶ୍ଵର ସ୍ମାର୍ଟଫୋନ୍ ହବ୍ ପାଲଟିବ ଭାରତ: ନୂଆ ସବସିଡି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨ା୩: ଭାରତକୁ ବିଶ୍ଵର ସ୍ମାର୍ଟଫୋନ୍ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆପଲ୍ ଏବଂ ସାମସଙ୍ଗ ଭଳି ବୃହତ ସ୍ମାର୍ଟଫୋନ୍…

ଡଲାର ତୁଳନାରେ ଟଙ୍କାର ବଡ଼ ବିପର୍ଯ୍ୟୟ: ରେକର୍ଡ ୯୨.୩୬ ସ୍ତରରେ ପହଞ୍ଚିଲା

ମୁମ୍ବାଇ,୧୨ା୩: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର କାରବାର ସମୟରେ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri