ସବୁବେଳେ ଘରେ କଳହ ଲାଗି ରହୁଛି କି…ଏପରି ବାସ୍ତୁଦୋଷ ହୋଇପାରେ କାରଣ; ଜାଣନ୍ତୁ ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତି), ଘରେ ରହୁଥିବା ଲୋକ ଯଦି ଠିକ୍‌ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି ଠିକ୍‌ ନ ଥାଏ ତାହେଲେ ଘରେ ଅସନ୍ତୋଷ ଦେଖାଦେଇଥାଏ। ଏଣୁ ଘରେ ଥିବା କଳହକୁ ଦୂର କରିବା ପାଇଁ ଘରର ରଙ୍ଗକୁ ଠିକ୍‌ କରାଇ ନିଅନ୍ତୁ।

-ଏଥିପାଇଁ ଘରେ କେବଳ ହାଲକା ଏବଂ ସୁନ୍ଦର ରଙ୍ଗ ବ୍ୟବହାର କରନ୍ତୁ। ଯଦି ସମ୍ଭବ ତେବେ ଲିଭିଂ ଏରିଆରେ ହାଲ୍‌କା ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଶୋଇବା ଗୃହରେ ଗୋଲାପୀ, ବାଇଗଣୀ ଅଥବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ହେଲେ ଛାତକୁ ସବୁବେଳେ ଧଳା ରଖନ୍ତୁ।

– ଘରେ ଥିବା ସାମଗ୍ରୀ ଏବଂ ଲୋକଙ୍କଠାରୁ ଉର୍ଜା ବାହାରିଥାଏ। ଏଣୁ ଉପଯୋଗୀ ନ ଥିବା ଜିନିଷକୁ ଘରେ ରଖନ୍ତୁ ନାହିଁ। ବାସି ଖାଇବା, ଅବ୍ୟବହୃତ ଜୋତା ଏବଂ ଚପଲ ରହିଥାଏ, ସେଠାରେ ନକରାତ୍ମକ ଶକ୍ତି ଥାଏ। ଏହା ବାଦ-ବିବାଦର କାରଣ ପାଲଟେ।

– ଯେଉଁ ଘରେ ସର୍ବଦା ବଡ଼ ପାଟିରେ କଥା କୁହାଯାଏ, ଯୁକ୍ତିତର୍କ ହୋଇଥାଏ, ସେଠାରେ ବିକିରଣ ଖରାପ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସର୍ବଦା ଅନ୍ୟ କବାଟ ଅପେକ୍ଷା ବଡ଼ ହେବା ଉଚିତ। ଯଦି ଏପରି ହୋଇ ନ ଥାଏ ତେବେ ସେହି ଘରେ ସବୁବେଳେ ଟଙ୍କା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ଏହାକୁ ନେଇ କଳହ ମଧ୍ୟ ହୋଇଥାଏ।

– ଗାଧୁଆଘରେ ଅଥବା ଓ୍ବାଶିଂ ମେଶିନରେ ଥିବା ଟ୍ୟାପ୍‌ରୁ ପାଣି ଟପ୍‌ ଟପ୍‌ ହୋଇ ବୋହିବା ଉଚିତ ନୁହେଁ। ଏହାକୁ ମଧ୍ୟ ବାସ୍ତୁଦୋଷ ଭାବେ ଗଣାଯାଏ। ଏହାଛଡ଼ା ଭଙ୍ଗା କାଚ ଏବଂ ଘରେ ଏଣେତେଣେ ପଡ଼ିଥିବା ବସ୍ତୁଗୁଡ଼ିକ ନକରାତ୍ମକ ଶକ୍ତି ବିସ୍ତାର କରିଥାଏ। ଏହାଦ୍ୱାରା ପରିବାର ସଦସ୍ୟ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ

କଳା, ସଂସ୍କୃତି ଓ ପରମ୍ପରାରେ ପରିପୂର୍ଣ୍ଣ ମୟୂରଭଞ୍ଜ ଜିଲା। ଏଠାରେ ରହିଛନ୍ତି ଅନେକ ଲୁକ୍କାୟିତ ପ୍ରତିଭା; ଯାହାକୁ ଲୋକଲୋଚନକୁ ଆଣିବାକୁ ଅଣ୍ଟା ଭିଡିଛି ୟଙ୍ଗ ମାସ୍‌...

ଉପକାରୀ ସ୍ନେକ୍‌ ପ୍ଲାଣ୍ଟ

ସ୍ନେକ୍‌ ପ୍ଲାଣ୍ଟ, ବହୁଳ ବ୍ୟବହୃତ ଇନ୍‌ଡୋର ପ୍ଲାଣ୍ଟ। ଏହା ଏୟାର ପ୍ୟୁରିଫାୟର୍‌ ପ୍ଲାଣ୍ଟ ହେବା ସହ ଘର ଭିତରେ ଖୁବ୍‌ କମ୍‌ ଯତ୍ନରେ ଦୀର୍ଘଦିନ ଧରି...

ପରିଣତ ବୟସରେ…

ଜୀବନର ସାୟାହ୍ନରେ ଯୌବନର ମାଦକତା ଓ ଇନ୍ଦ୍ରିୟ କାର୍ଯ୍ୟ କ୍ଷମତା ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ ରୁଗ୍ଣତା ଆସିଲେ ଶରୀର ହୋଇପଡ଼େ ଦୁର୍ବଳ...

ମୁଣ୍ଡରେ ରୁପି ହେଉଥିଲେ…

ଚୁଟିରେ ତେଲ ଲଗାଇବା ଦ୍ୱାରା ଚୁଟିମୂଳ ଶକ୍ତ ହେବା ସହ ମୁଣ୍ଡ ଥଣ୍ଡା ରୁହେ। ହେଲେ ଆପଣ ଜାଣନ୍ତିକି, ଅନେକେ ଭାବନ୍ତି ଶୀତଦିନେ କେଶରେ ଅଧିକ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

ସନ୍ତୁଳିତ ଖାଦ୍ୟ ଓ ଖୁସି

ଖୁସିରେ ରହିବାକୁ କିଏ ବା ନ ଚାହେଁ? ହେଲେ ଅନେକ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। କାରଣ ପାରିପାର୍ଶ୍ୱିକ ପରିସ୍ଥିତି, କାର୍ଯ୍ୟଚାପ ଆମକୁ...

ପନିର ପକୋଡ଼ା

ଆବଶ୍ୟକ ସାମଗ୍ରୀ- ପନିର- ୨୦୦ ଗ୍ରାମ୍‌, ଧଳା ରାଶି- ୪ ବଡ଼ ଚାମଚ, ମଇଦା- ୪ ବଡ଼ ଚାମଚ, ରସୁଣ- ୫-୭ଟି, ଅଦା- ଛୋଟ ଖଣ୍ଡ,...

ଷ୍ଟ୍ରେଚ୍‌ମାର୍କରୁ ମୁକ୍ତି

ଶିଶୁ ଜନ୍ମ ପରେ ଅଧିକାଂଶ ମା’ଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ହୋଇଯାଏ, ଯାହା ସୌନ୍ଦର୍ଯ୍ୟ ନଷ୍ଟ କରିଦିଏ ବୋଲି ଅନେକେ ବ୍ୟସ୍ତ...

Advertisement
Archives

Model This Week