ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର

 

ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ ସମୟରେ ଈଶ୍ୱରଙ୍କ ନାମ ଉଚ୍ଚାରଣ କରିବା ବଡ଼ କଥା; କିନ୍ତୁ ଏହାର ଅପବ୍ୟବହାର ଈଶ୍ୱରଙ୍କ ପ୍ରତି ଏକ ତାଚ୍ଛଲ୍ୟ ପରି ମନେହୁଏ। ଉଚ୍ଚ ମନ, ନିର୍ମଳ ହୃଦୟ, ନିରହଂକାର ଆଚରଣ, ପରୋପକାର ଭଳି ସୁଗୁଣର ଅଧିକାରୀଙ୍କୁ ରାମନାମ ଉଚ୍ଚାରଣ ଶୋଭାପାଏ। ମନେ ଅଛି ସପ୍ତଦଶ ଲୋକ ସଭାକୁ ନିର୍ବାଚିତ ସଭ୍ୟମାନଙ୍କ ପ୍ରଥମ ପ୍ରବେଶ ସମୟରେ, ବିଶେଷକରି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ସମୟରେ ଅଧିକାଂଶ ସଭ୍ୟ ଜୟଶ୍ରୀରାମ ଧ୍ୱନିରେ ସଂସଦକୁ ପ୍ରକମ୍ପିତ କଲେ। ମନେହେଲା ଏଥର ଭାରତବର୍ଷକୁ ପ୍ରକୃତ ରାମରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଯେପରି ଅଙ୍ଗୀକାରବଦ୍ଧ। କିନ୍ତୁ ଦିନ ଗଡିଚାଲି ଇତିମଧ୍ୟରେ ପାଞ୍ଚବର୍ଷ ବିତିଯାଇଥିଲେ ମଧ୍ୟ ରାମ ରାଜ୍ୟର ସ୍ବରୂପ ଦର୍ଶନରୁ ଭାରତର ଜନତା ସତତଃ ବଞ୍ଚତ୍ତ। ଜୟ ଶ୍ରୀରାମ ହୁଏତ ଗୋଟିଏ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ଉଚ୍ଚାରଣ ହୋଇପାରେ; ମାତ୍ର ଅନ୍ୟ ଧର୍ମର ବ୍ୟକ୍ତି ବିଶେଷଙ୍କୁ ଏହା ପୀଡ଼ା ଦେଇପାରେ। ତେଣୁ ସଂସଦ ଭଳି ଏକ ରାଜନୈତିକ ଅନୁଷ୍ଠାନରେ ଜୟ ଶ୍ରୀରାମ ଉଚ୍ଚାରଣ ଅନେକଙ୍କ ପାଇଁ ଥିଲା ଅପ୍ରାସଙ୍ଗିକ।
ବାଲ୍ମୀକି ରାମାୟଣ ଅନୁଯାୟୀ ଶ୍ରୀରାମ ହେଉଛନ୍ତି ଅହିଂସାର ପ୍ରତୀକ। ସେ ବୀର ଓ ଅନ୍ୟାୟକୁ ପ୍ରତିରୋଧ କରୁଥିବା ନୀତିନିଷ୍ଠ, ସତ୍ୟସନ୍ଧ ମର୍ଯ୍ୟାଦା ପୁରୁଷୋତ୍ତମ। ସେ ଅରକ୍ଷ ରକ୍ଷକ, ଅନାଥର ବନ୍ଧୁ, ସତ୍ୟ, ଧର୍ମ ଓ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ। ସନ୍ଥ ତୁଳସୀ ଦାସଙ୍କ ପ୍ରସିଦ୍ଧ ‘ରାମ ଚରିତ ମାନସ’ରେ ଶ୍ରୀରାମଙ୍କୁ କମନୀୟ କାନ୍ତିଯୁକ୍ତ, ନମନୀୟ ସ୍ବଭାବବିଶିଷ୍ଟ, ପ୍ରଜାବତ୍ସଳ ଓ ଦୁର୍ବଳର ରକ୍ଷାକାରୀ ଭାବରେ ଯେପରି ବର୍ଣ୍ଣନା କରାଯାଇଛି, ଶତ୍ରୁସଂହାର ସମୟରେ ତାଙ୍କୁ ଠିକ୍‌ ସେହିପରି କଠୋରତା ନିଦର୍ଶକ ରୂପେ ମଧ୍ୟ ଚିତ୍ରଣ କରାଯାଇଛି। ‘ଜନ୍‌ ଗୀରସନ’ ନାମକ ଜଣେ ବିଦେଶୀ ସମୀକ୍ଷକଙ୍କ ମତରେ ସନ୍ଥ ତୁଳସୀ ଦାସଙ୍କ ରାମଚରିତ ମାନସ ଆମେ ଯାହା ପ୍ରଚାର କରୁ କି ନ କରୁ, ଶ୍ରୀରାମଙ୍କ ଉଦାରତା, ଦୁର୍ବଳକୁ ରକ୍ଷାକରିବାର ପ୍ରତିବର୍ଦ୍ଧତା ଓ ସର୍ବୋପରି ସତ୍ୟ ପ୍ରତିଷ୍ଠା କରିବାର ଅଦମ୍ୟ ପ୍ରେରଣା ଯୁଗେଯୁଗେ ପବିତ୍ର ରାମାୟଣକୁ ଜନସମୁଦାୟର ନିକଟତର କରିବାରେ ସକ୍ଷମ ହେବ। ସନ୍ଥ ତୁଳସୀ ଦାସଙ୍କ ମତରେ ପ୍ରଭୁ ଶ୍ରୀରାମ ଶ୍ରେଷ୍ଠ ମାନବବାଦୀ ଏବଂ କର୍ମ ଓ ଜ୍ଞାନ ଯୋଗର ଅନନ୍ୟ ନିଦର୍ଶନ। ସେ ହେଉଛନ୍ତି ଉଭୟ ବୈରାଗ୍ୟ ଓ ଗାର୍ହସ୍ଥ୍ୟ ଧର୍ମର ଅପୂର୍ବ ସଂସ୍ଥାପକ। ଲୌକିକ ସଂସାରରେ ଅବତୀର୍ଣ୍ଣ ହୋଇ ମଧ୍ୟ ବିଷୟ ବାସନା ପ୍ରତି ବିମୁଖ ରହିବା ରାମ ଦର୍ଶନର ବିଶେଷତ୍ୱ। ପିତାଙ୍କର କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ବିମାତା କୈକେୟୀଙ୍କୁ ବରପ୍ରଦାନର ପ୍ରତିବଦ୍ଧତା ଓ ରାଜାଭିଷେକର ଅବ୍ୟବହିତ ପୂର୍ବରୁ ଶ୍ରୀରାମଙ୍କୁ ରାଜସୁଖରୁ ବଞ୍ଚିତ କରିବା ଓ ସ୍ବାମୀଙ୍କ ଦ୍ୱାରା ଯାଚିତ ବରପ୍ରାପ୍ତିର ଅଭୀପ୍‌ସାକୁ ଚରିତାର୍ଥ କରିବାର ହୀନ ପ୍ରୟାସକୁ ହୃଦୟଙ୍ଗମ କରି ପିତାଙ୍କୁ ଏକ ଧର୍ମ ସଙ୍କଟରୁ ରକ୍ଷାକରିବାର ମହାନ୍‌ ଲକ୍ଷ୍ୟକୁ ଅକ୍ଳେଶରେ ପୂରଣ କରିବାରେ ସଫଳ ହେଲେ ସୁପୁତ୍ର ଶ୍ରୀରାମ। କି ବିଶାଳ ହୃଦୟ। ବନବାସ ଉପରାନ୍ତେ ମାତା କୈକେୟୀଙ୍କୁ ସାକ୍ଷାତ ସମୟରେ କୈକେୟୀ କୋହଭରା କଣ୍ଠରେ କହିଛନ୍ତି- ମୁଁ ମାତା ନୁହେଁ ବିମାତା। ମୋ ଯୋଗୁ ତୋତେ ଏତେସବୁ ଦୁର୍ଦ୍ଦିନର ସମ୍ମୁଖୀନ ହେବାକୁ ପଡ଼ିଲା। ଉତ୍ତରରେ ଶ୍ରୀରାମ କହୁଛନ୍ତି ମାତା! ଆପଣଙ୍କର ଏ ରାମ ପ୍ରତି ଦୟା ଅପାର। ବନବାସକୁ ଯାଇ ନ ଥିଲେ ରାମ କେବଳ ଜଣେ ସାଧାରଣ ରାଜା ହୋଇ ଅନ୍ୟ ନରପତିମାନଙ୍କ ପରି ଦିନେ ଇହଧାମ ତ୍ୟାଗ କରିଥା’ନ୍ତା। କେବଳ ଆପଣଙ୍କ ଯୋଗୁ ରାମର ରାମତ୍ୱ ପୃଥିବୀରେ ପ୍ରସାରିତ ହେଲା। ବିଚିତ୍ର ରାମାୟଣରେ କବି ବିଶ୍ୱନାଥ ଖୁଣ୍ଟିଆ କହନ୍ତି- ‘କରିଛି ମାତା ଯେଉଁ ଉପକାର ମାନ – ବଚନରେ ତାହା ନୁହଇ ବର୍ଣ୍ଣନ।’ ସନ୍ଥ ତୁଳସୀଦାସ କହନ୍ତି – ‘ଶୁନୁ ଜନନୀ ଶୋଇ ସୁତୁ ବଡ଼ଭାଗୀ, ଯୋ ପିତୃ ମାତୃ ବଚନ ଅନୁରାଗୀ। ତନୟ ମାତୃପିତୃ ଶୋକ ନିହାରା, ଦୁର୍ଲଭ ଜନନୀ ସକଲ ସଂହାର। ପିତା ମାତାଙ୍କ ବଚନ ରକ୍ଷାଠାରୁ ବଳି ସୌଭାଗ୍ୟର କଥା ଆଉ କିଛିନାହିଁ।’
ଆଜି ଆମେ ଯେଉଁମାନେ କଥାକଥାକେ ଜୟ ଶ୍ରୀରାମ କହି ଶ୍ରୀରାମଙ୍କ ଅନୁଗତ ଓ ଶ୍ରେଷ୍ଠ ଭକ୍ତ ଭାବେ ନିଜକୁ ପରିଚିତ କରାଉଛୁ, ଥରେ ନିଜକୁ ପ୍ରଶ୍ନ କରିବା ଦରକାର ଶ୍ରୀରାମଙ୍କ କେଉଁ ଗୁଣକୁ ଆମେ ହୃଦୟରେ ଧାରଣ କରିଛୁ ଓ ବାସ୍ତବତାରେ ରୂପାୟିତ କରୁଛୁ। ତୁଣ୍ଡରେ ରାମନାମ ଉଚ୍ଚାରଣ କରୁଥିବା ନେତୃମଣ୍ଡଳୀ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ ତ? ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ପ୍ରତିଷ୍ଠା ପାଇଁ କେତେଜଣ ଅଙ୍ଗୀକୃତ? କେତେଜଣ ତଥାକଥିତ ରାମ ଅନୁରାଗୀ ତାଙ୍କ ବଚନ ରକ୍ଷା କରୁଛନ୍ତି, ଯାହା ଥିଲା ରଘୁବଂଶର ଶ୍ରେଷ୍ଠ ଭୂଷଣ। ପ୍ରାଣପଛେ ଯାଉ ମାତ୍ର ଦେଇଥିବା ବଚନରୁ ବିଚ୍ୟୁତ ନ ହୁଏ, ଏପରି ମାନସିକତା ଆଜିର ଦୁନିଆରେ ବିରଳ। ଗାନ୍ଧିଜୀଙ୍କ ରାମରାଜ୍ୟ କେଉଁ ଆଡ଼େ ଉଭେଇ ଯାଇ କେବଳ ରାବଣର ରାଜତ୍ୱ ଚାଲିଛି। ନାରୀର ସମ୍ମାନ ଆଜି ଭୂଲୁଣ୍ଠିତ। ରାବଣର ସବୁ ସୁଗୁଣ ମଧ୍ୟରେ ସୀତାହରଣ ଭଳି ମହାପାପ ତା’ର ବିନାଶର କାରଣ ହେଲା। ଆଜି ଆମେ ପ୍ରତ୍ୟହ ଶୁଣିବାକୁ ପାଉଛୁ ନାରୀ ପ୍ରତି ପୈଶାଚିକତାର କାହାଣୀ। ଏଥିରେ କ’ଣ ରାମ ରାଜ୍ୟ ପରିକଳ୍ପନା ବାସ୍ତବ ରୂପ ନେଇପାରିବ?
ରାମ ରାଜ୍ୟରେ ନ ଥିଲା ଜାତିଭେଦର ଉକତ୍ଟତା। ଶ୍ରୀରାମ ମିତ୍ରତା ସ୍ଥାପନ କରିଥିଲେ ବନବାସୀ ଶବର ଗୁହକ ସହିତ। ଶ୍ରୀରାମ ଜାତିପ୍ରଥାର ଊର୍ଦ୍ଧ୍ୱକୁ ଉଠି ମାତା ଶବରୀ ହାତରୁ ତା’ର ଉଚ୍ଛିଷ୍ଟ ଫଳ ସବୁକୁ ଆନନ୍ଦରେ ଭକ୍ଷଣ କରିଥିଲେ। ମାନବେତର ବାନର ଭଲ୍ଲୁକଙ୍କୁ ଶ୍ରୀରାମ ଦେଇଥିଲେ ଶ୍ରେଷ୍ଠତମ ମାନ୍ୟତା।
ବର୍ତ୍ତମାନ ସମୟରେ ମଧ୍ୟ ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଭାଇଚାରାର ଅଭାବ ନାହିଁ। କେଉଁଠି ହିନ୍ଦୁମାନେ ମସ୍‌ଜିଦର ରକ୍ଷଣାବେକ୍ଷଣ କରୁଛନ୍ତି (ଯଥା ପାବର ହେଣ୍ଡୋନେଟ୍‌ ଗ୍ରାମ) ତ କେଉଁଠି ମୁସଲମାନ ମୁରବି ହିନ୍ଦୁମାନଙ୍କ ଉପାସନା ପାଇଁ ନିର୍ମାଣ କରୁଛନ୍ତି ମନ୍ଦିର (ଯଥା ଉତ୍ତର ପ୍ରଦେଶ ମଥୁରା ଜିଲାର ଅଜମଲ ଅଲିଶେଖ) ଭ୍ରାତୃତ୍ୱ ଓ ବନ୍ଧୁତା ବଳରେ ସମଗ୍ର ପୃଥିବୀକୁ ଆପଣାର କରାଯାଇପାରେ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ:୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri