ପର ଧର୍ମ କ’ଣ ଭୟାବହ

‘ସୋସିଆଲ ମୋବିଲିଟି’ କହିଲେ ‘ସମାଜରେ ବିନା ବାଧାରେ ଅଧିକ ଆୟର ସ୍ତର ବା ବର୍ଗକୁ ଯିବା’ ବୁଝାଏ। ଇକୋନୋମିକ୍‌ ମୋବିଲିଟି ଉପରେ ଏହା ପର୍ଯ୍ୟବସିତ। କୌଳିକ ବୃତ୍ତିରେ ଚଳିବା କଷ୍ଟ ହେଉଥିବାରୁ ମଣିଷ ଉପାର୍ଜନର ନୂଆ ନୂଆ ଉପାୟ ଖୋଜେ – ପରମ୍ପରା କ୍ରମକୁ ଭାଙ୍ଗେ, ‘ସନାତନ’ ଆଚରଣ ତ୍ୟାଗ କରେ। ଦାରିଦ୍ର୍ୟରୁ ସ୍ବଚ୍ଛଳ ହେବା, ଏପରି କି ଅସ୍ପୃଶ୍ୟରୁ ସ୍ପୃଶ୍ୟ ହେବା ଲାଗି ଭିନ୍ନସ୍ତରର ଧନ୍ଦା ଆପଣାଇବା ସନାତନ ଧର୍ମରେ ନାହିଁ। ମା’ବାପାଙ୍କ ବୃତ୍ତି ଛାଡ଼ି ଆଇଟି(ଇନ୍‌ଫର୍ମେଶନ ଟେକ୍ନୋଲୋଜି)ରେ କାମ କରିବା ବା ଡାକ୍ତର କି ଇଞ୍ଜିନିୟର ହେବା ଭଳି କାମ ହାତେଇବା ଧର୍ମ ନୁହେଁ ବୋଲି ଗୀତାରେ ଥରେ ନୁହେଁ ଦୁଇଥର ଲେଖାଅଛି। ଶ୍ରେୟାନ୍‌ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ସ୍ବାନୁଷ୍ଠିତାତ୍‌ //
ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।ା (ଅଧ୍ୟାୟ ୩ର ଶ୍ଳୋକ ୩୫) ଏବଂ ଶ୍ରେୟାନ୍‌ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ସ୍ବନୁଷ୍ଠିତାତ୍‌//ସ୍ବଭାବନିୟତଂ କର୍ମ କୁର୍ବନ୍ନାପ୍ନୋତି କିଳ୍‌ବିିଷମ୍‌।ା (ଅଧ୍ୟାୟ ୧୮ର ଶ୍ଳୋକ ୪୭)ା ଦୁଇଟିଯାକ ଶ୍ଳୋକରେ ପ୍ରଥମ ଧାଡ଼ିଟି ସମାନ। ଗୀତାରେ ଅନ୍ୟତ୍ର ଏପରି ଦ୍ୱିରୁକ୍ତିର ଦୃଷ୍ଟାନ୍ତ ନାହିଁ। ‘ସ୍ବଧର୍ମ’ରେ ବିଗୁଣ (ମେରିଟ୍‌ ନ ଥିଲେ)ଥିଲେ ବି ତାହା ପରର ଧର୍ମଠାରୁ ଭଲ, ସେହିଥିରେ ରହି ମରିବା ବରଂ ଭଲ, ପରର ଧର୍ମ (ପେସା) ଯେତେ ଭଲ ଭାବରେ କଲେ ବି ଫଳ ଭୟାବହ ହେବ (୩-୩୫) ଏବଂ ସ୍ବଭାବନିୟତ କର୍ମ (ପାରିବାରିକ ବେଉସା) କଲେ ପାପ ହୁଏନାହିଁ (୧୮-୪୭)ା ଏସବୁର ଅର୍ଥ ଆମେ ଯେଉଁ କୁଳରେ ଜନ୍ମ ନେଇଛେ ସେହି କୁଳର କାମ ହିଁ କରିବା, ଅର୍ଥାତ୍‌ ସୋସିଆଲ ମୋବିଲିଟି ବନ୍ଦ।
ଆମ ଧର୍ମକୁ ଗୀତାରେ ସନାତନ ଧର୍ମ କୁହାଯାଇଛି। ଅଧ୍ୟାୟ ୭ର ୧୦ମ ଶ୍ଳୋକ ‘ବୀଜଂ ମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନମ୍‌’ରୁ ସନାତନ ଶବ୍ଦର ଅର୍ଥ ଅନାଦି, ମୂଳ, ସବୁଦିନିଆ ବା ପରମ୍ପରା ବୋଲି ମନେହୁଏ। ସନାତନ ଧର୍ମ ଏକ ଚଳଣି। ଯିଏ ଯେଉଁସ୍ତରରେ ଅଛ ସେହି ସ୍ତରରେ ରହିଯାଅ, ତାକୁ ବଦଳାଇଲେ ପାପ ମାଡ଼ିବସିବ। ଏମିତି କହିବା ମାନେ ଯେ ବର୍ଣ୍ଣବିଦ୍ୱେଷ ବା ଜାତିଭେଦକୁ ମାନ୍ୟତା ଦେବା ତାହା ଗୀତାକାର ଭାବିନାହାନ୍ତି। ନିମ୍ନସ୍ତରରୁ ଉଚ୍ଚସ୍ତରକୁ ଉଠିବା, ଗରିବରୁ ଧନୀ ହେବା ଚେଷ୍ଟା କରିବା ସନାତନ ଧର୍ମ ନୁହେଁ, ତାହା କଲେ ଫଳ ଭୟାବହ ହେବ ବୋଲି ଗୀତାରେ କୁହାଯାଇଛି: ତାହା ସୋସିଆଲ ମୋବିଲିଟି ଧାରଣାର ମୂଳପୋଛ କରିଦେଲା, ସମାଜରେ ଉପରକୁ ବିନା ବାଧାରେ ଉଠିବାର ଇଚ୍ଛାକୁ ମାରିଦେଲା। ସେତେବେଳେ ଗଙ୍ଗାଧର ମେହେରଙ୍କ ଭଳି କବି ଥିଲେ ସମ୍ଭବତଃ ଲେଖିଥାନ୍ତେ, ‘ଉଚ୍ଚ ହେବା ଲାଗି ଯଦି କର ଆଶା// ଉଚ୍ଚ କର ଆଗେ ନିଜର ବେଉସା’ା
ଗୀତା ରଚନା ସମୟରେ, ପ୍ରାୟ ଚାରି ପାଞ୍ଚ ହଜାର ବର୍ଷ ତଳେ ସଂଗଠିତ ଧର୍ମ (ଇଂଲିଶ୍‌ରେ ‘ରିଲିଜିଅନ’ ଯାହା ବୁଝାଏ) ନ ଥିଲା।
ସଂଗଠିତ ଧର୍ମର ଜନ୍ମ-ସ୍ଥାନ ଓ ଜନ୍ମ-ସମୟ ଥାଏ। ସବୁଠୁ ପୁରୁଣା ସଂଗଠିତ ଧର୍ମ ହେଉଛି ପ୍ରାୟ ୨୬୦୦ ବର୍ଷ ତଳର ଇହୁଦୀମାନଙ୍କ ଜୁଡାଇଜମ୍‌। ଖ୍ରୀଷ୍ଟପୂର୍ବ ୧୩୧୨ରେ ତାହାର ଆରମ୍ଭ, ଯେଉଁ ବର୍ଷ ମୋଜେସ୍‌ ମିଶର ଛାଡ଼ି ଈଶ୍ୱରଙ୍କ ପ୍ରମିଜ୍‌ଡ ଲ୍ୟାଣ୍ଡ ବା ପ୍ରଦ ଭୂମି ଅନ୍ବେଷଣରେ ଯାତ୍ରା ଆରମ୍ଭ କଲେ। ତା’ ଆଗରୁ ନୂଆ ନୂଆ ଅଞ୍ଚଳରେ ବସତି ସ୍ଥାପନ କରୁଥିବା ମଣିଷମାନେ ଅର୍ଥାତ୍‌ ବିଜୟୀ ଲୋକମାନେ ନିଜକୁ ଉଚ୍ଚ ବର୍ଣ୍ଣର ଓ ପରାଜିତମାନଙ୍କୁ ଦାସ ଭଳି ନୀଚବର୍ଣ୍ଣର ଅଭିହିତ କରିଆସୁଥିଲେ। ସେମାନଙ୍କୁ ଶାରୀରିକ ପରିଶ୍ରମର କାମରେ ନିୟୋଜିତ କରୁଥିଲେ। କାଳକ୍ରମେ ମଣିଷର ପେସା ତାହାର ଜାତି ସୂଚାଇଲା; ‘କର୍ମ ଅନୁଯାୟୀ ଜାତି’ରୁ ‘ଜାତି ଅନୁଯାୟୀ କର୍ମ’ ପରମ୍ପରା ହୋଇଗଲା, ଏପରି ଚଳଣିକୁ ସନାତନୀ ଧର୍ମ ବା କର୍ତ୍ତବ୍ୟ କୁହାଗଲା। ଗୁଣ ଓ କର୍ମ ଅନୁଯାୟୀ ଲୋକଙ୍କୁ ଚାରିଭାଗରେ ବିଭକ୍ତ କରାଯାଇଛି ବୋଲି ଶ୍ରୀକୃଷ୍ଣଙ୍କ ମୁହଁରେ କୁହାଇ ଦିଆଗଲା: ଚାତୁର୍ବର୍ଣ୍ଣ୍ୟ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (ଅଧ୍ୟାୟ ୪ ଶ୍ଳୋକ ୧୩)ା ଭାରତବର୍ଷର ଚଳଣିକୁ ସନାତନ ଧର୍ମ କୁହାଯାଇଛି। ତେଣୁ ଅର୍ଜୁନ ତାଙ୍କ ସମୟର ଚଳଣି ବର୍ଣ୍ଣନା କରି କହିଛନ୍ତି ”କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ। ଧର୍ମେ ନଷ୍ଟେ କୁଳଂ କୃତ୍ସ୍ନମଧର୍ମୋଽଭିଭବତ୍ୟୁତ“ (୧-୪୦)ା ଯୁଦ୍ଧରେ ପୁରୁଷ ଯୋଦ୍ଧାମାନେ ନିହତ ହେଲେ ସ୍ତ୍ରୀମାନେ ଅଭିଭାବକଶୂନ୍ୟ ହୋଇଯିବେ, ତେଣୁ କୁଳଟା ହୋଇଯିବେ; କୁଳଟାମାନଙ୍କ ହାତରୁ ପିଣ୍ଡ ପାଇଲେ ପୂର୍ବପୁରୁଷମାନେ ନର୍କରେ ପଡ଼ିଯିବେ। ଅର୍ଜୁନ ସେ ସମୟର ରୀତିନୀତି ବଖାଣି ପରିବାରର ପୁରୁଷ ଅଭିଭାବକମାନଙ୍କୁ ନ ମାରିବା ପାଇଁ ଅସ୍ତ୍ରତ୍ୟାଗ କରି ଯୁଦ୍ଧଭୂମି ଛାଡ଼ି ଚାଲିଯିବାକୁ ଚାହିଁବାରୁ ଶ୍ରୀକୃଷ୍ଣ ବୁଝାଇଥିଲେ, ଏହାର ମାନେ ତୁମେ ତୁମ ନିଜ ଧର୍ମ ପାଳନ କରୁନାହଁ। ଶ୍ରୀକୃଷ୍ଣ ଯେଉଁ ଅର୍ଥରେ ଧର୍ମ ଶବ୍ଦକୁ ବ୍ୟବହାର କରିଥିଲେ ତାହା ସନାତନୀ। ସେ କହିଛନ୍ତି, ‘ଗୁଣ କର୍ମ ବିଭାଗଶଃ’ ଚାରୋଟି ବର୍ଣ୍ଣ ସେ ତିଆରି କରିଛନ୍ତି (ଅଧ୍ୟାୟ ୪ ଶ୍ଳୋକ ୧୩)। ତାହା ହିଁ ପ୍ରାଗୈତିହାସ ଯୁଗରୁ ଚଳିଆସିଥିବା ସନାତନ ଧର୍ମ। ଧର୍ମ ମାନେ ଆଚରଣ, କର୍ତ୍ତବ୍ୟ। ତେଣୁ ଅର୍ଜୁନ ବହୁବଚନ ଲଗାଇଛନ୍ତି ‘କୁଳଧର୍ମାଃ ସନାତନାଃ’: ପ୍ରତି କୁଳର ଧର୍ମ ଭିନ୍ନ ହୋଇଥିବାରୁ ଧର୍ମାଃ ବା ଧର୍ମମାନେ କୁହାଯାଇଛି।
ଡାକ୍ତରଙ୍କ ଲିଖିତ ପରାମର୍ଶ ଭଳି ଏ ଏକ ପ୍ରେସ୍କ୍ରିପ୍ସନ, ମାନିବାକୁ ପଡ଼ିବ ନ ହେଲେ ରୋଗ (ଦୁଃଖକଷ୍ଟ) ଭୋଗିବ। ତୁମେ ନିଜ କାମରେ ଲାଗିରହିଲେ ଯେତେ ଭଲ ଲାଗିବ ତାହା ଅନ୍ୟକୁ ଅନୁକରଣ କରି ତା’ ଭଳି କାମ କଲେ ମିଳିବ ନାହିଁ।
ଆମେ କ’ଣ କରିବା ତାହା ଆମର ସ୍ବଭାବ ବା ପ୍ରକୃତି କହିଦେଉଛି। ପୁରୀର ଗଜପତି ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପରେ ପରେ ରୋଷଘରେ କେତେକ କୁଶଳୀ ଅଣବ୍ରାହ୍ମଣଙ୍କୁ ରୋଷେଇଆ ତାଲିକାରେ ଭର୍ତ୍ତି କରିବା ସନାତନ (ପରମ୍ପରା) ନୁହେଁ ବୋଲି କେହି ସ୍ବର ଉଠାଇନାହାନ୍ତି, କାରଣ ରାଜାନୁଗତ ଧର୍ମ। ସେହିଭଳି ଏବେ ତାମିଲନାଡୁ ରାଜ୍ୟ ସରକାର କେତେକ ଅଣବ୍ରାହ୍ମଣଙ୍କୁ ପୁରୋହିତଗିରିରେ ଶିକ୍ଷା ଓ ତାଲିମ ଦେଇ ସେଠାକାର ବଡ଼ ବଡ଼ ମନ୍ଦିରରେ ପୂଜକ ଭାବେ ନିଯୁକ୍ତି ଦେଲେ ବି ସନାତନୀମାନେ ପାଟି କରୁନାହାନ୍ତି। ଆଉ ଗୋଟିଏ ପରମ୍ପରା ବିରୋଧୀ କଥା ହେଉଛି, ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ ଅଧିକାର। ମୁଖ୍ୟଦ୍ୱାରରେ ପଥର କାନ୍ଥରେ ୫ଟି ଭାଷାରେ ଲେଖାହୋଇଥିବା ବିଜ୍ଞାପନ: କିଏ କିଏ ମନ୍ଦିର ଭିତରକୁ ଯାଇପାରିବେ; ଇଂଲିଶ୍‌ରେ ଲେଖାହୋଇଛି ନନ୍‌ ବଟ୍‌ ଅର୍ଥୋଡସ୍କ ହିନ୍ଦୁଜ୍‌ ଆର୍‌ ଆଲାଓଡ୍‌ ଟୁ ଏଣ୍ଟର ଦି ଟେମ୍ପ୍ଲ ଅଫ୍‌ ଶ୍ରୀ ଜଗନ୍ନାଥ ଦେବ। (‘ଭଗବାନଙ୍କ ନାଁରେ ମିଛ’ ବହିର ପୃଷ୍ଠା ୧୫୦ ଦ୍ରଷ୍ଟବ୍ୟ)ା ଇଂରେଜମାନେ ୧୮୦୩ରେ ପୁରୀ ଦଖଲ ପରେ ମନ୍ଦିରର ପୂଜକମାନଙ୍କ ତୁଷ୍ଟୀକରଣ ପାଇଁ ମନ୍ଦିରର ଦ୍ୱାରଦେଶରେ ଏପରି ଲେଖାଇଥିଲେ। ପଥର କାନ୍ଥରେ ଏମିତି ଖୋଦେଇ କରିଥିବା କାରିଗର ଅଣହିନ୍ଦୁ ହୋଇଥିବ ନିଶ୍ଚୟ। ଆଜିର ପୂଜକମାନେ ଶ୍ରୀମନ୍ଦିର ଦ୍ୱାରଦେଶରେ କେହି ଅଣହିନ୍ଦୁକୁ ଦଣ୍ଡାୟମାନ ରହିବାକୁ ଦେବେ କି? କିନ୍ତୁ ଇଂରେଜ ଜିଲାପାଳଙ୍କ ଆଦେଶରେ ଖୋଦନକାରୀ ଲେଖକଙ୍କୁ ଛାଡ଼ିଦେଇଥିବେ! ଯେମିତି ମାଟି ଦୀପ ଜାଳିବାର ପରମ୍ପରା ଛାଡ଼ି ମନ୍ଦିର ଭିତରକୁ ବିଜୁଳି ଗଲାଣି! ଏବଂ ଦୀପରୂଖା ମନ୍ଦିରର ଗର୍ଭଗୃହରୁ ବାହାରକୁ ଆସିଗଲାଣି!
ଏବେ ଯଦି ଆମେ କହିବା ଯେ ହିନ୍ଦୁମାନେ ସନାତନୀ ହୋଇ ରହନ୍ତୁ, ସେମାନଙ୍କ କୌଳିକ କାମ ଛଡ଼ା ଅନ୍ୟ କିଛି ନ କରନ୍ତୁ, ତାହା ସୋସିଆଲ ମୋବିଲିଟି ବିରୁଦ୍ଧରେ ଯିବ; କ୍ଷତ୍ରିୟ ଓ ବ୍ରାହ୍ମଣଙ୍କ କାମ ଦେଶର ଜିଡିପି ବୃଦ୍ଧି କରିବ ନାହିଁ ଅଥଚ ଦଳିତମାନେ କେବଳ ଶାରୀରିକ ପରିଶ୍ରମ ଦରକାର କରୁଥିବା କର୍ମରେ ନିଯୁକ୍ତ ରହିଥିବେ ତ ଜିଡିପି ବୃଦ୍ଧି ହେବନାହିଁ। କେବଳ ସୋସିଆଲ ମୋବିଲିଟି ହିଁ ସ୍ତରୀଭୂତ ଜାତିପ୍ରଥାକୁ ଚୂରମାର୍‌ କରିଦେବ, ସନାତନ ଧର୍ମୀ ବା ହିନ୍ଦୁ ସମାଜକୁ ଏଗାଲିଟାରିଆନ୍‌ (ସମାନାଧିକାରବାଦୀ) କରିପାରିବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri