ବିବାହକୁ କହିଥିଲେ ଅବୈଧ; ତେବେ କ’ଣ ନୁସରତ ସିଙ୍ଗଲ ମଦର? କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ବିବାହକୁ ନେଇ ବିବାଦରେ ରହିଥିଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ୨୦୧୮ରେ ସେ ନିଖିଲ ଜୈନଙ୍କ ପ୍ରେମରେ ପଡ଼ିଥିଲେ। ଏହାର ବର୍ଷକ ମଧ୍ୟରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା। ତୁର୍କିରେ ୨୦୧୯ ଜୁନ୍‌ ୧୯ରେ ସେ ନିଖିଲଙ୍କୁ ବିବାହ ମଧ୍ୟ କରିଥିଲେ। ହେଲେ ଏହା ବେଶି ଦିନ ଚାଲି ନ ଥିଲା। ଉଭୟ ଅଲଗା ହେବା ସହ ନୁସରତ ବିବାହକୁ ଅବୈଧ ବୋଲି କହିଥିଲେ। ଏହାପରେ ସେ ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ସ୍ବାମୀଙ୍କଠାରୁ ଅଲଗା ହୋଇଥିବା ବେଳେ ପିଲାର ବାପା କିଏ ବୋଲି ଅନେକ ଲୋକ ତାଙ୍କୁ ପ୍ରଶ୍ନ କରିବା ସହ ଟ୍ରୋଲ ମଧ୍ୟ କରିଥିଲେ। ଗୁରୁବାର ନୁସରତ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ନୁସରତ।

ସ୍ବାମୀ ନିଖିଲଙ୍କଠାରୁ ଅଲଗା ହେବା ପରେ ସହ କଳାକାର ୟଶ ଦାସଗୁପ୍ତାଙ୍କ ନିକଟତର ହୋଇଥିଲେ ନୁସରତ। ଉଭୟ ସମ୍ପର୍କରେ ଥିବା ନେଇ ଖୋଲାଖୋଲି ସ୍ବୀକାର କରି ନ ଥିଲେ ହେଁ ୟଶ ଛାଇଭଳି ତାଙ୍କ ପାଖେ ପାଖେ ରହି ଆସୁଛନ୍ତି। ସେ ହିଁ ନୁସରତଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ଏବେ ସେ ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି। ଲୋକମାନେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ କେହି କେହି ସେ କ’ଣ ସିଙ୍ଗଲ ମଦର୍‌ ବୋଲି ପ୍ରଶ୍ନ କରୁଛନ୍ତି। ଆଗାମୀ ଦିନରେ ନିଶ୍ଚିତ ଭାବେ ତାହା ସ୍ପଷ୍ଟ ହେବ ବୋଲି ନୁସରତଙ୍କ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ହିଟ୍‌, ତାମିଲ ଫ୍ଲପ୍‌

ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍‌ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍‌ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ...

ପ୍ରେଗ୍ନେସି ସମୟର କଷ୍ଟ ବଖାଣିଲେ ବିପାଶା

ମୁମ୍ବାଇ: ଗର୍ଭାବସ୍ଥାର ପ୍ରଥମ କିଛି ମାସ ଅନେକଙ୍କ ପାଇଁ ବହୁତ କଠିନ ଥାଏ । ଏହି ଲିଷ୍ଟରେ କେବଳ ସାଧାରଣ ମହିଳା ନୁହେଁ ସେଲିବ୍ରିଟି ବିପାଶା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅକ୍ଷରାଙ୍କ ଜବରଦସ୍ତ ଭିଡିଓ

ମୁମ୍ବାଇ: ଭୋଜପୁରୀ ଆକ୍ଟ୍ରେସ୍ ଅକ୍ଷରା ସିଂହ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଭିନ୍ନ ଷ୍ଟାଇଲକୁ ନେଇ । ଭୋଜପୁରୀ...

ଶ୍ରୀତମଙ୍କ ନୂଆ ଅବତାର

ଅଭିନେତା ଶ୍ରୀତମ ଦାସ ଖୁବ୍‌ ଶୀଘ୍ର ଦର୍ଶକଙ୍କ ସାମ୍‌ନାକୁ ଏକ ନୂଆ ଅବତାରରେ ଆସୁଛନ୍ତି। ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମିତାଲି ଅପା’ର ଟାଇଟଲ ଭୂମିକାରେ...

‘ନୋକ୍‌ ଝୋକ୍‌’ରେ ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ରିଲିଜ୍‌କୁ ଦର୍ଶକେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର...

ଗୋଟିଏ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ପ୍ରିୟଙ୍କା ଚୋପ୍ରା ଏବେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏକ ଜଣାଶୁଣା ନାମ। ପ୍ରିୟଙ୍କା ନିଜ କାର୍ଯ୍ୟ ଦ୍ୱାରା...

ସିଲ ହେଲା ପଞ୍ଜାବୀ ଗାୟକ ଦିଲେର ମେହନ୍ଦିଙ୍କ ଗୁରୁଗ୍ରାମ ସ୍ଥିତ ଫାର୍ମ ହାଉସ

ଗୁରୁଗ୍ରାମ,୩୦ ।୧୧: ଜଣାଶୁଣା ପଞ୍ଜାବୀ ସିଙ୍ଗର ଦିଲେର ମେହନ୍ଦି ଆସିଛନ୍ତି ଚର୍ଚ୍ଚାକୁ । ହେଲେ ଏଥର ସେ କୌଣସି ଗୀତକୁ ନେଇ ଚର୍ଚ୍ଚାକୁ ଆସି ନାହାନ୍ତି...

ବିବାଦରେ ଅମିତାଭ ବଚ୍ଚନ:ଘର ଆଗରେ ବିରୋଧ ପ୍ରଦର୍ଶନ ଜାରି

ବିଦାଦ ଘେରକୁ ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମେଟ୍ରୋ କାର୍‌ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌...

Advertisement
Archives

Model This Week