ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି

ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରି ବର୍ଷ ବିତିଗଲାଣି। ଏଇ ପଞ୍ଚସ୍ତରି ବର୍ଷ ବିତିଗଲା ପିଠା କଳିରେ। ଚତୁର ଇଂରେଜମାନେ ସ୍ବାଧୀନତା ନାମକ ଯେଉଁ ପିଠା ଭାରତୀୟଙ୍କ ସାମ୍ନାରେ ପକାଇ ଦେଲେ, ତାକୁ ଖାଇବା ପାଇଁ କଳିତକରାଳରେ ବିତିଗଲା ଏତେବର୍ଷ। ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ସାମାନ୍ୟତମ ଦୃଷ୍ଟିପାତ ପାଇଁ ଫୁରୁସତ ପାଇଲେ ନାହିଁ ଆମ ନେତୃଗଣ। ଫଳତଃ ଭାରତୀୟ ମାଟିରେ ଇଂରାଜୀ ଭାଷା, ସାହିତ୍ୟ ଓ ସଂସ୍କୃତି ପୂଜ୍ୟ ହୋଇପଡିଲା। ଇଂରେଜ ଜାତି ଜାଣିଥିଲା ଭାରତକୁ ନିଃଶେଷ କରିବାକୁ ହେଲେ ତା’ର ଭାଷା ସାହିତ୍ୟ ଓ ସଂସ୍କୃତିକୁ ପ୍ରଥମେ ଧ୍ୱଂସ କରିବାକୁ ହେବ। ତାହା ହିଁ ହେଲା। ପାକିସ୍ତାନ ଭାରତଠୁ ବିଭାଜିତ ହେଲା ପରେ ଭାରତରେ କ୍ଷମତା ପାଇଁ ଚାଲିଲା ରାଜନୀତିର ମହାଭାରତ। ଯେଉଁ ଭାରତୀୟ ଇଂଲିଶ୍‌ ଜାଣିଥିଲେ ଓ ଇଂରେଜ ସାହେବ ବା ସାହେବାଣୀଙ୍କ ସହ ସମ୍ପର୍କ ମଧୁର ରଖିଥିଲେ, ସେମାନେ ସହଜରେ ସିଂହାସନ ଦଖଲ କରିଲେ। ସେଇମାନଙ୍କ ଇଚ୍ଛାରୁ ବୋଧେ ଉଦ୍ଭବ ହୋଇଥିଲା ଭାରତୀୟ ସମ୍ବିଧାନ। ଏଥିରେ ଭାରତୀୟ ଗୁଣସୂତ୍ର ଅପେକ୍ଷା ଥିଲା ଆମେରିକା ଓ ଇଂଲଣ୍ଡର ଗୁଣସୂତ୍ର ଅଧିକ। ତାକୁ ଜାଣିବାକୁ ହେଲେ ଇଂଲିଶ୍‌ ଶିକ୍ଷିତ ହେବା ଜରୁରୀ ଥିଲା। ଏଇଠୁ ଭାରତରେ ଆରମ୍ଭ ହେଲା ଇଂଲିଶ୍‌ ଶିକ୍ଷା, ସଂସ୍କୃତି ଇତ୍ୟାଦିକୁ କାଖେଇ ବୁଲିବାର ପ୍ରତିଯୋଗିତା। ଏଣୁ ସାଧାରଣ ଜନତାଙ୍କୁ ଅନ୍ଧାରରେ ରଖିଦିଆଗଲା ଦୀର୍ଘ ବର୍ଷ। ପରୋକ୍ଷରେ ଏଇଠୁ ଭାରତୀୟ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଇଂଲିଶ୍‌ ସାମ୍ନାରେ ନୂ୍ୟନ କରି ରଖିଦିଆଗଲା। ଉଦ୍ଦେଶ୍ୟ ଥିଲା ବଂଶାନୁକ୍ରମିକ ରାଜକୀୟ ଜୀବନଯାପନ ଓ କର୍ତ୍ତୃତ୍ୱ ଜାହିର କରିବା। ଓଡ଼ିଶା ସରକାର ଓଡ଼ିଆ ଭାଷା ସୁରକ୍ଷା ପ୍ରତି ଖୁବ୍‌ ସମ୍ବେଦନଶୀଳ ବୋଲି ସମ୍ମିଳନୀ ମାଧ୍ୟମରେ ବାର୍ତ୍ତା ଦେଲାବେଳେ ଐତିହ୍ୟସମ୍ପନ୍ନ ସୁସମୃଦ୍ଧ ଓଡ଼ିଆ ଭାଷାର ବୈଭବ ସମ୍ପର୍କରେ ବିଶ୍ୱକୁ ବାର୍ତ୍ତାଗଲା। ମାତ୍ର ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’ ନ୍ୟାୟରେ ଯାହା ଦେଖାଯାଉନାହିଁ, ତାହା ସମ୍ମିଳନୀର ଘୋଷିକାଙ୍କ କଣ୍ଠରେ ପ୍ରକାଶିତ ହୋଇଗଲା। ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କଣ୍ଠକବି ଲକ୍ଷ୍ମୀକାନ୍ତ ବୋଲି ବିଶ୍ୱ ଜାଣିଲା। କହିବା କାହାକୁ, ଶୁଣିବ କିଏ? ଯାହାକୁ କହିବ, ସିଏ ଇଂଲିଶ୍‌ କାଇଦାରେ ଦି’ଚାରିପଦ ଝାଡ଼ିଦବ। ଏଣୁ ନ କହିବା ଭଲ।
୨୦୧୪ରୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ବ୍ୟବହାରକାରୀଙ୍କ ସଂଖ୍ୟା କମିକମି ଯାଉଛି ଇଂଲିଶ୍‌ ମୋହ ଓ ରାଜନୈତିକ ପୃଷ୍ଠପୋଷକତା ଅଭାବରୁ। ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବିଶ୍ୱବିଦିତ ହୁଏ ଭାଷା। ବିଶ୍ୱବିଦିତ ଭାଷା ସଂସ୍କୃତ ସେଇ ନ୍ୟାୟରେ ଆଜି ଭାରତରେ କୋଣଠେସା ହୋଇ କେବଳ ପାଠ୍ୟକ୍ରମରେ ସୀମିତ ଅଛି। ଏଣୁ ପ୍ରକୃତ ଓଡ଼ିଆ ପୁଏ ସତର୍କ ରୁହ। ସତରେ କ’ଣ ଏଣିକି ଓଡ଼ିଶାର ଶିକ୍ଷିତଲୋକେ ନିଜ ପିଲାପରିବାର ସହ ହିନ୍ଦୀ, ଇଂଲିଶ୍‌ ନୁହେଁ, ଓଡ଼ିଆରେ କଥା ହେବେ? ସତରେ କ’ଣ ସରକାରୀ କାମରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶାରେ ଖୁନ୍ଦିହୋଇ ରହିଥିବା ଅଣ-ଓଡ଼ିଆବାବୁମାନଙ୍କୁ ମନେଇ ପାରିବେ? ଏବେ ତ ଓଡ଼ିଆ ବାବୁ କହିଲେଣି ଯେ, ଇଂଲିଶ୍‌ରେ ଲେଖିବା ସହଜ, ମାତ୍ର ଓଡ଼ିଆରେ ଲେଖିବା କଷ୍ଟ। ସତେ ଯେମିତି ଇଂଲିଶ୍‌ ହୋଇଯାଇଛି ଓଡ଼ିଆଙ୍କ ମାତୃଭାଷା ଓ ଓଡ଼ିଆ ହୋଇଯାଇଛି ଉପଭାଷା। ଏଣୁ ସାବଧାନ ଓଡ଼ିଆଏ। ଇଂଲିଶ୍‌ ପ୍ରେମରେ ବିଲାତି ଓଡ଼ିଆମାନେ ବିନା ସଙ୍କୋଚରେ ଓଡ଼ିଆ ଭାଷାର ମୃତ୍ୟୁକୁ ସହ୍ୟ କରିଯିବେ, ମାତ୍ର ଇଂଲିଶ୍‌କୁ ନୁହେଁ। କାରଣ ଆଜି ବି ବିବାହ,ବ୍ରତ ଇତ୍ୟାଦି ପାଇଁ ନିମନ୍ତ୍ରଣ ପତ୍ର ଇଂଲିଶ୍‌ରେ ଲେଖିବା ବୁନିଆଦିର ନମୁନା ବୋଲି ଅନେକଙ୍କର ଧାରଣା ରହିଛି। ଅର୍ଥାତ୍‌ ଆମ ଅସ୍ଥିମଜାଗତ ହୋଇଯାଇଛି ଇଂଲିଶ୍‌। ଏବେ ବି ଭାରତୀୟମାନେ ଭାବନ୍ତି ଯେ ଇଂଲିଶ୍‌ ଜାଣିଥିବା ଲୋକଟି ଶିକ୍ଷିତ ଓ ନ ଜାଣିଥିବା ଲୋକଟି ମୂର୍ଖ। ତଦନୁସାରେ ଆମ ପରିବାର, ସମାଜ, ପ୍ରଥା ପରମ୍ପରା ଇତ୍ୟାଦି ଇଂଲିଶ୍‌ ସୁନାମି ଆଘାତରେ ବିପର୍ଯ୍ୟସ୍ତ ହୋଇପଡିଲାଣି। ଓଡ଼ିଆ ଲୋକେ ହିନ୍ଦୀ ଇଂଲିଶ୍‌ ମିଶା ଏକ ଅଦ୍ଭୁତ ହିଂଡ୍ରୋଡିଆ କହିଲେଣି। ଯଦି ଏହି କ୍ରମ ବଜାୟ ରହେ ଓ ରାଜପୃଷ୍ଠପୋଷକତା ନାମରେ ଭାଷାକୁ ନେଇ ତୁଚ୍ଛା ରାଜନୀତି ଚାଲେ, ତେବେ ବୁଝିବାକୁ ହେବ ଯେ ବିଭବଶାଳୀ ଓଡ଼ିଆ ଭାଷାର ଶେଷଦିନ ଆଗତପ୍ରାୟ।

  • ଡ. ଭବାନୀ ଶଙ୍କର ଦାଶ
    ସରାଟ ଶାସନ, ବାଲିପାଟଣା, ଖୋର୍ଦ୍ଧା
    ମୋ: ୮୯୧୭୬୨୪୩୮୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri