ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି

ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରି ବର୍ଷ ବିତିଗଲାଣି। ଏଇ ପଞ୍ଚସ୍ତରି ବର୍ଷ ବିତିଗଲା ପିଠା କଳିରେ। ଚତୁର ଇଂରେଜମାନେ ସ୍ବାଧୀନତା ନାମକ ଯେଉଁ ପିଠା ଭାରତୀୟଙ୍କ ସାମ୍ନାରେ ପକାଇ ଦେଲେ, ତାକୁ ଖାଇବା ପାଇଁ କଳିତକରାଳରେ ବିତିଗଲା ଏତେବର୍ଷ। ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ସାମାନ୍ୟତମ ଦୃଷ୍ଟିପାତ ପାଇଁ ଫୁରୁସତ ପାଇଲେ ନାହିଁ ଆମ ନେତୃଗଣ। ଫଳତଃ ଭାରତୀୟ ମାଟିରେ ଇଂରାଜୀ ଭାଷା, ସାହିତ୍ୟ ଓ ସଂସ୍କୃତି ପୂଜ୍ୟ ହୋଇପଡିଲା। ଇଂରେଜ ଜାତି ଜାଣିଥିଲା ଭାରତକୁ ନିଃଶେଷ କରିବାକୁ ହେଲେ ତା’ର ଭାଷା ସାହିତ୍ୟ ଓ ସଂସ୍କୃତିକୁ ପ୍ରଥମେ ଧ୍ୱଂସ କରିବାକୁ ହେବ। ତାହା ହିଁ ହେଲା। ପାକିସ୍ତାନ ଭାରତଠୁ ବିଭାଜିତ ହେଲା ପରେ ଭାରତରେ କ୍ଷମତା ପାଇଁ ଚାଲିଲା ରାଜନୀତିର ମହାଭାରତ। ଯେଉଁ ଭାରତୀୟ ଇଂଲିଶ୍‌ ଜାଣିଥିଲେ ଓ ଇଂରେଜ ସାହେବ ବା ସାହେବାଣୀଙ୍କ ସହ ସମ୍ପର୍କ ମଧୁର ରଖିଥିଲେ, ସେମାନେ ସହଜରେ ସିଂହାସନ ଦଖଲ କରିଲେ। ସେଇମାନଙ୍କ ଇଚ୍ଛାରୁ ବୋଧେ ଉଦ୍ଭବ ହୋଇଥିଲା ଭାରତୀୟ ସମ୍ବିଧାନ। ଏଥିରେ ଭାରତୀୟ ଗୁଣସୂତ୍ର ଅପେକ୍ଷା ଥିଲା ଆମେରିକା ଓ ଇଂଲଣ୍ଡର ଗୁଣସୂତ୍ର ଅଧିକ। ତାକୁ ଜାଣିବାକୁ ହେଲେ ଇଂଲିଶ୍‌ ଶିକ୍ଷିତ ହେବା ଜରୁରୀ ଥିଲା। ଏଇଠୁ ଭାରତରେ ଆରମ୍ଭ ହେଲା ଇଂଲିଶ୍‌ ଶିକ୍ଷା, ସଂସ୍କୃତି ଇତ୍ୟାଦିକୁ କାଖେଇ ବୁଲିବାର ପ୍ରତିଯୋଗିତା। ଏଣୁ ସାଧାରଣ ଜନତାଙ୍କୁ ଅନ୍ଧାରରେ ରଖିଦିଆଗଲା ଦୀର୍ଘ ବର୍ଷ। ପରୋକ୍ଷରେ ଏଇଠୁ ଭାରତୀୟ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଇଂଲିଶ୍‌ ସାମ୍ନାରେ ନୂ୍ୟନ କରି ରଖିଦିଆଗଲା। ଉଦ୍ଦେଶ୍ୟ ଥିଲା ବଂଶାନୁକ୍ରମିକ ରାଜକୀୟ ଜୀବନଯାପନ ଓ କର୍ତ୍ତୃତ୍ୱ ଜାହିର କରିବା। ଓଡ଼ିଶା ସରକାର ଓଡ଼ିଆ ଭାଷା ସୁରକ୍ଷା ପ୍ରତି ଖୁବ୍‌ ସମ୍ବେଦନଶୀଳ ବୋଲି ସମ୍ମିଳନୀ ମାଧ୍ୟମରେ ବାର୍ତ୍ତା ଦେଲାବେଳେ ଐତିହ୍ୟସମ୍ପନ୍ନ ସୁସମୃଦ୍ଧ ଓଡ଼ିଆ ଭାଷାର ବୈଭବ ସମ୍ପର୍କରେ ବିଶ୍ୱକୁ ବାର୍ତ୍ତାଗଲା। ମାତ୍ର ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’ ନ୍ୟାୟରେ ଯାହା ଦେଖାଯାଉନାହିଁ, ତାହା ସମ୍ମିଳନୀର ଘୋଷିକାଙ୍କ କଣ୍ଠରେ ପ୍ରକାଶିତ ହୋଇଗଲା। ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କଣ୍ଠକବି ଲକ୍ଷ୍ମୀକାନ୍ତ ବୋଲି ବିଶ୍ୱ ଜାଣିଲା। କହିବା କାହାକୁ, ଶୁଣିବ କିଏ? ଯାହାକୁ କହିବ, ସିଏ ଇଂଲିଶ୍‌ କାଇଦାରେ ଦି’ଚାରିପଦ ଝାଡ଼ିଦବ। ଏଣୁ ନ କହିବା ଭଲ।
୨୦୧୪ରୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ବ୍ୟବହାରକାରୀଙ୍କ ସଂଖ୍ୟା କମିକମି ଯାଉଛି ଇଂଲିଶ୍‌ ମୋହ ଓ ରାଜନୈତିକ ପୃଷ୍ଠପୋଷକତା ଅଭାବରୁ। ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବିଶ୍ୱବିଦିତ ହୁଏ ଭାଷା। ବିଶ୍ୱବିଦିତ ଭାଷା ସଂସ୍କୃତ ସେଇ ନ୍ୟାୟରେ ଆଜି ଭାରତରେ କୋଣଠେସା ହୋଇ କେବଳ ପାଠ୍ୟକ୍ରମରେ ସୀମିତ ଅଛି। ଏଣୁ ପ୍ରକୃତ ଓଡ଼ିଆ ପୁଏ ସତର୍କ ରୁହ। ସତରେ କ’ଣ ଏଣିକି ଓଡ଼ିଶାର ଶିକ୍ଷିତଲୋକେ ନିଜ ପିଲାପରିବାର ସହ ହିନ୍ଦୀ, ଇଂଲିଶ୍‌ ନୁହେଁ, ଓଡ଼ିଆରେ କଥା ହେବେ? ସତରେ କ’ଣ ସରକାରୀ କାମରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶାରେ ଖୁନ୍ଦିହୋଇ ରହିଥିବା ଅଣ-ଓଡ଼ିଆବାବୁମାନଙ୍କୁ ମନେଇ ପାରିବେ? ଏବେ ତ ଓଡ଼ିଆ ବାବୁ କହିଲେଣି ଯେ, ଇଂଲିଶ୍‌ରେ ଲେଖିବା ସହଜ, ମାତ୍ର ଓଡ଼ିଆରେ ଲେଖିବା କଷ୍ଟ। ସତେ ଯେମିତି ଇଂଲିଶ୍‌ ହୋଇଯାଇଛି ଓଡ଼ିଆଙ୍କ ମାତୃଭାଷା ଓ ଓଡ଼ିଆ ହୋଇଯାଇଛି ଉପଭାଷା। ଏଣୁ ସାବଧାନ ଓଡ଼ିଆଏ। ଇଂଲିଶ୍‌ ପ୍ରେମରେ ବିଲାତି ଓଡ଼ିଆମାନେ ବିନା ସଙ୍କୋଚରେ ଓଡ଼ିଆ ଭାଷାର ମୃତ୍ୟୁକୁ ସହ୍ୟ କରିଯିବେ, ମାତ୍ର ଇଂଲିଶ୍‌କୁ ନୁହେଁ। କାରଣ ଆଜି ବି ବିବାହ,ବ୍ରତ ଇତ୍ୟାଦି ପାଇଁ ନିମନ୍ତ୍ରଣ ପତ୍ର ଇଂଲିଶ୍‌ରେ ଲେଖିବା ବୁନିଆଦିର ନମୁନା ବୋଲି ଅନେକଙ୍କର ଧାରଣା ରହିଛି। ଅର୍ଥାତ୍‌ ଆମ ଅସ୍ଥିମଜାଗତ ହୋଇଯାଇଛି ଇଂଲିଶ୍‌। ଏବେ ବି ଭାରତୀୟମାନେ ଭାବନ୍ତି ଯେ ଇଂଲିଶ୍‌ ଜାଣିଥିବା ଲୋକଟି ଶିକ୍ଷିତ ଓ ନ ଜାଣିଥିବା ଲୋକଟି ମୂର୍ଖ। ତଦନୁସାରେ ଆମ ପରିବାର, ସମାଜ, ପ୍ରଥା ପରମ୍ପରା ଇତ୍ୟାଦି ଇଂଲିଶ୍‌ ସୁନାମି ଆଘାତରେ ବିପର୍ଯ୍ୟସ୍ତ ହୋଇପଡିଲାଣି। ଓଡ଼ିଆ ଲୋକେ ହିନ୍ଦୀ ଇଂଲିଶ୍‌ ମିଶା ଏକ ଅଦ୍ଭୁତ ହିଂଡ୍ରୋଡିଆ କହିଲେଣି। ଯଦି ଏହି କ୍ରମ ବଜାୟ ରହେ ଓ ରାଜପୃଷ୍ଠପୋଷକତା ନାମରେ ଭାଷାକୁ ନେଇ ତୁଚ୍ଛା ରାଜନୀତି ଚାଲେ, ତେବେ ବୁଝିବାକୁ ହେବ ଯେ ବିଭବଶାଳୀ ଓଡ଼ିଆ ଭାଷାର ଶେଷଦିନ ଆଗତପ୍ରାୟ।

  • ଡ. ଭବାନୀ ଶଙ୍କର ଦାଶ
    ସରାଟ ଶାସନ, ବାଲିପାଟଣା, ଖୋର୍ଦ୍ଧା
    ମୋ: ୮୯୧୭୬୨୪୩୮୬

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri