ପଥ ଓଗାଳିଛି ଆର୍‌ଇଟି ସର୍ଭେ

ଯାଜପୁର ଅଫିସ,୧୨।୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ଆରଇଟି(ରିକନାନ୍ସ ଇଞ୍ଜିନିୟରିଂ-କମ୍‌-ଟ୍ରାଫିକ) ସର୍ଭେ ରିପୋର୍ଟରେ ସ୍ଥଗିତ ରଖାଯାଇଛି। ରେଳଲାଇନର କ୍ଷମତା ଅନୁସାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ନୂତନ ରେଳଲାଇନର ଆବଶ୍ୟକତା ନାହିଁ ବୋଲି ଆରଇଟି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ତଦନୁଯାୟୀ ରେଲୱେ ବୋର୍ଡର ୱାର୍କ-୨ ନିର୍ଦ୍ଦେଶକ ଧନଞ୍ଜୟ ସିଂ ପୂର୍ବତନ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ୧୮ା୭ା୨୦୧୮ରେ ସୂଚନା ଦେଇଛନ୍ତି। ଏହି ମର୍ମରେ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ତଥ୍ୟ ମିଳିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆସନ୍ତା ଫେବୃୟାରୀରେ ହେବାକୁ ଥିବା ରେଳବଜେଟରେ ଏହି ପ୍ରକଳ୍ପକୁ ନେଇ ଅର୍ଥ ମଞ୍ଜୁର ନ କଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଉଦ୍‌ବେଗ ପ୍ରକାଶ ପାଇଛି।
ଯାଜପୁର-କେନ୍ଦୁଝରରୋଡ୍‌ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ପର୍ଯ୍ୟନ୍ତ ୯୫.୯୫୦ କିମି ନୂତନ ରେଳପଥ ପାଇଁ ୨୦୧୨-୧୩ରେ ସର୍ବେକ୍ଷଣ ହୋଇଛି। ୨୦୧୫ ଏପ୍ରିଲରେ ରେଲଓ୍ବେ ବୋର୍ଡ ନିକଟରେ ନଥିପତ୍ର ଦାଖଲ କରାଯାଇସାରିଛି। ଏହି ରେଳପଥ ନିର୍ମାଣ ପାଇଁ ୧୦୪୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ମଧ୍ୟ ହୋଇଛି। ଏହା ନିର୍ମାଣ ହେଲେ ପୂର୍ବତଟ ରେଲଓ୍ବେ ବର୍ଷକୁ ୩୩ ପ୍ରତିଶତ ଲାଭବାନ ହେବ ବୋଲି ସର୍ଭେ କରିଥିବା ଅଧିକାରୀମାନେ ଜଣାଇଛନ୍ତି। ଯାଜପୁରରେ ମା’ ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲା ଆରଡ଼ିଠାରେ ଆଖଣ୍ଡଳମଣୀ ଧାମ ରହିଛି। ଏହି ୨ ସ୍ଥାନକୁ ପ୍ରତ୍ୟେକ ଦିନ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଆସି ଦର୍ଶନଲାଭ କରିଥାନ୍ତି। ଉକ୍ତ ରେଳପଥ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବ ହେବ। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀଭାବେ ପରିଗଣିତ ହୋଇସାରିଲାଣି। ଏଠାରୁ ଧାମରା ଦେଇ ଦେଶ ବିଦେଶକୁ ମାଲ ପରିବହନ କରିବା ପାଇଁ ସୁଗମ ହେବ। ଜିଲାର ଉପତ୍ାଦିତ କୃଷିଜାତ ଦ୍ରବ୍ୟର ପରିବହନରେ ଉନ୍ନତି ଆସିବା ସହିତ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁବିଧାଜନକ ହେବ ବୋଲି ଦାବି ହୋଇ ଆସିଛି। ବିଗତ ବର୍ଷଗୁଡ଼ିକରେ ରେଳ ବଜେଟରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଆରଟିଆଇର ତଥ୍ୟକୁ ଅବଲୋକନ କଲେ ଏହି ପ୍ରକଳ୍ପ ନିର୍ମାଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଆରଟିଆଇ ତଥ୍ୟରେ ରେଲୱେ ବୋର୍ଡ ପକ୍ଷରୁ ହୋଇଥିବା ଆରଇଟି ସର୍ଭେରେ ଏହି ପ୍ରକଳ୍ପକୁ ନେଇ ନକାରାତ୍ମକ ଉତ୍ତର ଦିଆଯାଇଛି। ଉକ୍ତ ଉତ୍ତରରେ ଭଦ୍ରକଠାରୁ ଧାମରା ବନ୍ଦରକୁ ୬୫ କିମି ଦୂର ପୂର୍ବରୁ ରେଳସଂଯୋଗ ରହିଛି। ଅତିରିକ୍ତ ରେଳସଂଯୋଗର ଆବଶ୍ୟକତା ନାହିଁ। ରେଳଲାଇନର କ୍ଷମତାର ୬୬ ପ୍ରତିଶତ ଏବେ ବ୍ୟବହାର ହେଉଛି। ଯେତେବେଳେ ଏହାର କ୍ଷମତା ୮୦ରୁ ଊର୍ଦ୍ଧ୍ୱ ପ୍ରତିଶତକୁ ବୃଦ୍ଧି ହେବ ସେତେବେଳେ ଦ୍ୱିତୀୟ ରେଳଲାଇନର ଆବଶ୍ୟକତା ହେବ ବୋଲି ଆରଇଟି ସର୍ଭେରେ ଦର୍ଶାଯାଇଛି। କିନ୍ତୁ ବର୍ତ୍ତମାନ ଧାମରା ପୋର୍ଟରୁ ପରିବହନ କ୍ଷମତା ବହୁଗୁଣରେ ବୃଦ୍ଧି ଘଟିଛି। ଏହାସହ ପୂର୍ବରୁ ରହିଥିବା ରେଳଲାଇନରେ ଯାତ୍ରୀ ପରିବହନ ହେଉନାହିଁ। ବିରଜାକ୍ଷେତ୍ର ଓ ଆରଡି ପର୍ଯ୍ୟଟନସ୍ଥଳୀକୁ ଗୁରୁତ୍ୱ ଦେଲେ ନୂତନ ରେଳପ୍ରକଳ୍ପର ବହୁଗୁଣରେ ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେଣୁ ଆସନ୍ତା ବଜେଟ ଅଧିବେଶନରେ ଏହି ପ୍ରକଳ୍ପ ଉପରେ ଜିଲାରୁ ନେତୃତ୍ୱ ନେଉଥିବା ଲୋକ ପ୍ରତିନିଧିମାନେ ପ୍ରଭାବୀ ଢଙ୍ଗରେ ଦାବି କରିବାକୁ ଜିଲାବାସୀ ଆହ୍ବାନ କରିଛନ୍ତି। ରାଜନୈତିକ ବିଦ୍ୱେଷ ମନୋଭାବ ନ ରଖି ଏହି ଲୋକହିତକର ପ୍ରକଳ୍ପକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ସତ୍ୟପ୍ରକାଶ ବେହୁରିଆ, ଦିଗାମ୍ବର ସାହୁ, ଦୁଷ୍ମନ୍ତ ରାଉତ ପ୍ରମୁଖ ସାମାଜିକ କର୍ମୀ ଦାବି କରିଛନ୍ତି।
ଏସଂକ୍ରାନ୍ତରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଆରଇଟି ରିପୋର୍ଟ ସଂକ୍ରାନ୍ତରେ ସେ ଅବଗତ ନାହାନ୍ତି। ସେହି ରିପୋର୍ଟ ଅନୁଧ୍ୟାନ କରି ସେ ସଂସଦରେ ଉକ୍ତ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?