ଜଳସେଚନ ଏବେ ବି ସ୍ଵପ୍ନ

କେନ୍ଦ୍ରାପଡ଼ା ଅଫିସ, ୨ା୧: ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଜମି ଜଳସେଚିତ ହେବ। ବର୍ଷ ସାରା ଅର୍ଥଭିତ୍ତିକ କୃଷି କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ଵପ୍ନ ଗତ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀ ଦେଖିଥିଲେ। ତେବେ ଏହି ଜଳସେଚନ ପ୍ରକଳ୍ପ ମଞ୍ଜୁରୀକୁ ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଅପରପକ୍ଷେ ପ୍ରକଳ୍ପର ବ୍ୟୟ ବରାଦ ୧୯୮୯ରେ ମାତ୍ର ୩୯.୯୪ କୋଟି ଟଙ୍କା ହୋଇଥିବା ବେଳେ ୨୦୧୨ରେ ୩୯୫.୪୬ କୋଟି ଟଙ୍କାରେ ପହଞ୍ଚତ୍ଛି । ୨୦୧୯ରେ ଏଡିବିର ସମୟସୀମା ଶେଷ ହୋଇଯିବା ପରେ ଏହି ପ୍ରକଳ୍ପ କାମ ବନ୍ଦ ପଡ଼ିଛି । ରାଜନେତା ଓ ପ୍ରଶାସକଙ୍କ ଇଚ୍ଛାଶକ୍ତିର ଅଭାବ ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଚାଷୀ ମତ ଦେଇଛନ୍ତି ।

ଏ ସମ୍ପର୍କରେ ମାର୍ଶାଘାଇର ଚାଷୀ ଶ୍ରୀବତ୍ସ ସାମଲ କୁହନ୍ତି, ପାଇକା ନଦୀର ବାମ ପାର୍ଶ୍ୱରେ ଥିବା ମୁଖ୍ୟ କେନାଲ ବଟିରା ପାଖରେ ଅଟକି ରହିଛି। ଏହା ଆଗକୁ ବଢ଼ିବା ସହ ତିଖିରୀ, ଅମେଇପାଳ, ପାଟଳିପଙ୍କ, ଟିକରପଙ୍ଗା ଓ ଯଦୁପୁର ପଞ୍ଚାୟତଯାଏ ପରିବ୍ୟାପ୍ତ ହେବା କଥା। ସେହିପରି ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱରେ ଆସୁଥିବା ମୁଖ୍ୟ କେନାଲ କଳାବୁଦା ପାଖରେ ଅଟକି ରହିଛି। ଏହା ଆଗକୁ ବଢ଼ିବା ସହ ଗରଦପୁର, ପାଖଡ଼, ପାଟକୁରା, ବେଡାରୀ, ତାଳସଙ୍ଗା ଓ ଗରଜଙ୍ଗା ଯାଏ ପରିବ୍ୟାପ୍ତ ହେବା କଥା । ଏଥିସହିତ ଶାଖା ଓ ଉପଶାଖା କେନାଲମାନ ଖୋଳାଯିବା ପରେ ହିଁ ଚାଷୀଙ୍କୁ କେନାଲ ଜଳସେଚନର ସୁବିଧା ଯୋଗାଇ ଦିଆଯାଇପାରିବ । ୨୬ ନଂ. ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ୧୯୮୯ରେ ପାଟକୁରାର ତତ୍କାଳୀନ ବିଧାୟକ ବିଜୟ ମହାପାତ୍ର ସ୍ଥାନୀୟ ଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି କେନାଲ ମାଧ୍ୟମରେ ଜଳସେଚନ କରିବାକୁ ଚେଷ୍ଟା କରିଥିଲେ। ଏହି ବର୍ଷ ପ୍ରକଳ୍ପ ପାଇଁ ୩୯.୯୪ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲା ା ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ବିଜୟ ଜଳସେଚନ ବିଭାଗ ମନ୍ତ୍ରୀ ପଦ ପାଇବା ପରେ ଏହି ପ୍ରକଳ୍ପ କିଛି ମାତ୍ରାରେ ନିର୍ମାଣ କାର୍ଯ୍ୟ ହୋଇଥିଲା। ତେବେ ଏହାପରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଗଲା। ୨୦୧୨ରେ ଜିଲା ଜନସୁରକ୍ଷା ମଞ୍ଚର ଆନ୍ଦୋଳନ ପରେ ପ୍ର୍ରକଳ୍ପର ମୂଲ୍ୟ ୩୯୫.୪୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇ ୨୦୧୪ ସୁଦ୍ଧା ସାରିବାକୁ ନିଷ୍ପତ୍ତି ନିଆଗଲା ା ତେବେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬-୧୭ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସରିନାହିଁ। ଇତିମଧ୍ୟରେ ଏଡିବିର କାର୍ଯ୍ୟକାଳ ଶେଷ ହୋଇଛି ା ଅଧାରେ ଅଟକି ଥିବା ପ୍ରକଳ୍ପ ଯୋଗୁ ବ୍ୟୟ ଅର୍ଥ ନଷ୍ଟ ସମ୍ଭାବନା ଥିବା ସାମଲ ମତ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ପ୍ରମୋଦ କୁମାର ସ୍ବାଇଁ କୁହନ୍ତି, ରାଜନେତା ଓ ପ୍ରଶାସକଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ଏହି ଜଳସେଚନ ପ୍ରକଳ୍ପ ଅଟକି ରହିଛି। କେନ୍ଦ୍ରାପଡ଼ାର ଏହି ଅଞ୍ଚଳରେ ସବୁ ପ୍ରକାର ଫସଲ ପାଇଁ ଉର୍ବର ମୃତ୍ତିକା ଅଛି। ତେବେ ଏଥିରେ ଜଳସେଚନ ହିଁ ମୁଖ୍ୟ ବାଧକ ସାଜିଛି ା ନାଳଶଯ୍ୟା ପୋତି ହୋଇଗଲାଣି। ଆଗାମୀ ଦିନରେ ଏହା ଚାଷୀଙ୍କ ଜବରଦଖଲକୁ ଚାଲିଯିବା ସମ୍ଭାବନା ଅଛି। ସ୍ଥାନୀୟ ରାଜନେତା ଓ ପ୍ରଶାସକ ପଦକ୍ଷେପ ନେବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ପ୍ରଶାସନିକ ବୈଠକ ହୋଇଛି। ଆଲୋଚନା ସମୟରେ ଏହି ପ୍ରକଳ୍ପକୁ ତୁରନ୍ତ ସାରିବା ପାଇଁ ନିଷ୍ପତ୍ତି ନିଅଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri