ଜଳସେଚନ ଏବେ ବି ସ୍ଵପ୍ନ

କେନ୍ଦ୍ରାପଡ଼ା ଅଫିସ, ୨ା୧: ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଜମି ଜଳସେଚିତ ହେବ। ବର୍ଷ ସାରା ଅର୍ଥଭିତ୍ତିକ କୃଷି କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ଵପ୍ନ ଗତ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀ ଦେଖିଥିଲେ। ତେବେ ଏହି ଜଳସେଚନ ପ୍ରକଳ୍ପ ମଞ୍ଜୁରୀକୁ ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଅପରପକ୍ଷେ ପ୍ରକଳ୍ପର ବ୍ୟୟ ବରାଦ ୧୯୮୯ରେ ମାତ୍ର ୩୯.୯୪ କୋଟି ଟଙ୍କା ହୋଇଥିବା ବେଳେ ୨୦୧୨ରେ ୩୯୫.୪୬ କୋଟି ଟଙ୍କାରେ ପହଞ୍ଚତ୍ଛି । ୨୦୧୯ରେ ଏଡିବିର ସମୟସୀମା ଶେଷ ହୋଇଯିବା ପରେ ଏହି ପ୍ରକଳ୍ପ କାମ ବନ୍ଦ ପଡ଼ିଛି । ରାଜନେତା ଓ ପ୍ରଶାସକଙ୍କ ଇଚ୍ଛାଶକ୍ତିର ଅଭାବ ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଚାଷୀ ମତ ଦେଇଛନ୍ତି ।

ଏ ସମ୍ପର୍କରେ ମାର୍ଶାଘାଇର ଚାଷୀ ଶ୍ରୀବତ୍ସ ସାମଲ କୁହନ୍ତି, ପାଇକା ନଦୀର ବାମ ପାର୍ଶ୍ୱରେ ଥିବା ମୁଖ୍ୟ କେନାଲ ବଟିରା ପାଖରେ ଅଟକି ରହିଛି। ଏହା ଆଗକୁ ବଢ଼ିବା ସହ ତିଖିରୀ, ଅମେଇପାଳ, ପାଟଳିପଙ୍କ, ଟିକରପଙ୍ଗା ଓ ଯଦୁପୁର ପଞ୍ଚାୟତଯାଏ ପରିବ୍ୟାପ୍ତ ହେବା କଥା। ସେହିପରି ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱରେ ଆସୁଥିବା ମୁଖ୍ୟ କେନାଲ କଳାବୁଦା ପାଖରେ ଅଟକି ରହିଛି। ଏହା ଆଗକୁ ବଢ଼ିବା ସହ ଗରଦପୁର, ପାଖଡ଼, ପାଟକୁରା, ବେଡାରୀ, ତାଳସଙ୍ଗା ଓ ଗରଜଙ୍ଗା ଯାଏ ପରିବ୍ୟାପ୍ତ ହେବା କଥା । ଏଥିସହିତ ଶାଖା ଓ ଉପଶାଖା କେନାଲମାନ ଖୋଳାଯିବା ପରେ ହିଁ ଚାଷୀଙ୍କୁ କେନାଲ ଜଳସେଚନର ସୁବିଧା ଯୋଗାଇ ଦିଆଯାଇପାରିବ । ୨୬ ନଂ. ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ୧୯୮୯ରେ ପାଟକୁରାର ତତ୍କାଳୀନ ବିଧାୟକ ବିଜୟ ମହାପାତ୍ର ସ୍ଥାନୀୟ ଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି କେନାଲ ମାଧ୍ୟମରେ ଜଳସେଚନ କରିବାକୁ ଚେଷ୍ଟା କରିଥିଲେ। ଏହି ବର୍ଷ ପ୍ରକଳ୍ପ ପାଇଁ ୩୯.୯୪ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲା ା ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ବିଜୟ ଜଳସେଚନ ବିଭାଗ ମନ୍ତ୍ରୀ ପଦ ପାଇବା ପରେ ଏହି ପ୍ରକଳ୍ପ କିଛି ମାତ୍ରାରେ ନିର୍ମାଣ କାର୍ଯ୍ୟ ହୋଇଥିଲା। ତେବେ ଏହାପରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଗଲା। ୨୦୧୨ରେ ଜିଲା ଜନସୁରକ୍ଷା ମଞ୍ଚର ଆନ୍ଦୋଳନ ପରେ ପ୍ର୍ରକଳ୍ପର ମୂଲ୍ୟ ୩୯୫.୪୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇ ୨୦୧୪ ସୁଦ୍ଧା ସାରିବାକୁ ନିଷ୍ପତ୍ତି ନିଆଗଲା ା ତେବେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬-୧୭ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସରିନାହିଁ। ଇତିମଧ୍ୟରେ ଏଡିବିର କାର୍ଯ୍ୟକାଳ ଶେଷ ହୋଇଛି ା ଅଧାରେ ଅଟକି ଥିବା ପ୍ରକଳ୍ପ ଯୋଗୁ ବ୍ୟୟ ଅର୍ଥ ନଷ୍ଟ ସମ୍ଭାବନା ଥିବା ସାମଲ ମତ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ପ୍ରମୋଦ କୁମାର ସ୍ବାଇଁ କୁହନ୍ତି, ରାଜନେତା ଓ ପ୍ରଶାସକଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ଏହି ଜଳସେଚନ ପ୍ରକଳ୍ପ ଅଟକି ରହିଛି। କେନ୍ଦ୍ରାପଡ଼ାର ଏହି ଅଞ୍ଚଳରେ ସବୁ ପ୍ରକାର ଫସଲ ପାଇଁ ଉର୍ବର ମୃତ୍ତିକା ଅଛି। ତେବେ ଏଥିରେ ଜଳସେଚନ ହିଁ ମୁଖ୍ୟ ବାଧକ ସାଜିଛି ା ନାଳଶଯ୍ୟା ପୋତି ହୋଇଗଲାଣି। ଆଗାମୀ ଦିନରେ ଏହା ଚାଷୀଙ୍କ ଜବରଦଖଲକୁ ଚାଲିଯିବା ସମ୍ଭାବନା ଅଛି। ସ୍ଥାନୀୟ ରାଜନେତା ଓ ପ୍ରଶାସକ ପଦକ୍ଷେପ ନେବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ପ୍ରଶାସନିକ ବୈଠକ ହୋଇଛି। ଆଲୋଚନା ସମୟରେ ଏହି ପ୍ରକଳ୍ପକୁ ତୁରନ୍ତ ସାରିବା ପାଇଁ ନିଷ୍ପତ୍ତି ନିଅଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri