ଉଦ୍ୟାନ ଉତ୍କର୍ଷ କେନ୍ଦ୍ର ନାଁରେ ଅନିୟମିତତା

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ପାଣିକୋଇଲିଠାରେ ଆମ୍ବ ଓ ପରିବା ଚାଷୀଙ୍କ ପାଇଁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ(ଉଦ୍ୟାନ ଉତ୍କର୍ଷ କେନ୍ଦ୍ର) ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ମଞ୍ଜୁର ହୋଇଥିବା ୧୪ କୋଟି ୧୧ ଲକ୍ଷ ଟଙ୍କା ଉପଯୁକ୍ତ ଭାବେ ବିନିଯୋଗ ନ ହୋଇ ବାଟମାରଣା ହେଉଥିବା ଚର୍ଚ୍ଚା ହେଉଛି। ଠିକାସଂସ୍ଥା ପକ୍ଷରୁ ରାସ୍ତା, ପାଚେରି, ଜମି ସମତୁଲ ଏବଂ ଗୃହ ନିର୍ମାଣରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର କରା ନ ଯାଇ ଅତି ନିମ୍ନମାନର କାମ ହେଉଛି। ଏଥିରେ ଜିଲା ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ସାଧାରଣରେ କୁହାଯାଉଛି।
ଯାଜପୁର ଜିଲା ପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପରିବା ଚାଷ ହେଉଛି। ସେଥିମଧ୍ୟରୁ ଧର୍ମଶାଳା, ରସୁଲପୁର, ଦଶରଥପୁର, ବିଞ୍ଝାରପୁର ବ୍ଲକରେ ସର୍ବାଧିକ ପରିବା ଚାଷ ହୋଇଥାଏ। ତେବେ ଉପତ୍ାଦିତ ପରିବା ପରିମାଣ ଅନୁସାରେ ଆବଶ୍ୟକ ଶୀତଳ ଭଣ୍ଡାର ନ ଥିବାରୁ ପରିବା ଚାଷୀ ବିଭିନ୍ନ ସମୟରେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହିକ୍ରମରେ ପାଣିକୋଇଲିଠାରେ ଉଦ୍ୟାନ ଉକତ୍ର୍ଷ କେନ୍ଦ୍ର ନିର୍ମାଣ କରାଗଲେ ପରିବା ଚାଷୀଙ୍କ ପାଇଁ ଏକ ବରଦାନ ହେବ ବୋଲି ଚାଷୀମାନେ ଆଶା ରଖିଥିଲେ। ଏହି କେନ୍ଦ୍ର ଜରିଆରେ ଚାଷୀମାନେ ଉଦ୍ୟାନ ଚାଷ ସମ୍ପର୍କରେ ଅଧିକ ଶିକ୍ଷା ଲାଭ କରିବା ସହ ମୂଲ୍ୟ ନିର୍ଦ୍ଧାରଣ ହୋଇପାରିବ। ଏହାସହ ଏହି କେନ୍ଦ୍ରରୁ ବାହାରକୁ ରପ୍ତାନି, ଦେଶବିଦେଶକୁ ଭ୍ରମଣରେ ଯାଇ ଉଦ୍ୟାନ ଚାଷ ସମ୍ପର୍କରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ ଆଦି ସୁବିଧା ଚାଷୀ ପାଇପାରିବେ ବୋଲି ସୂଚନା ମିଳିଛି। ଏହାସହ ପରିଚାଳନା ପ୍ରକ୍ରିୟା, ଡିଏମ୍‌ଏଫ୍‌ ଓ ଇଣ୍ଡୋ-ଇସ୍ରାଏଲ ପାଣ୍ଠିର ବିନିଯୋଗ, ଇଣ୍ଡୋ-ଇସ୍ରାଏଲ ପ୍ରକଳ୍ପ ସହ ହୋଇଥିବା ଚୁକ୍ତିନାମା, ଅନ୍ୟ ପ୍ରକଳ୍ପର ବ୍ୟବହାର, ବୈଷୟିକ ସହାୟତା ଆଦି ସମ୍ପର୍କରେ ଚାଷୀମାନଙ୍କୁ ଶିକ୍ଷା ପ୍ରଦାନ କରିବାର ପ୍ରସ୍ତାବ ରହିଛି। ୨୦୨୦ ନଭେମ୍ବରରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏହାପରେ ପାଣିକୋଇଲି ନିକଟସ୍ଥ ଷଠିପୁରଠାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ମଞ୍ଜୁର ଅର୍ଥର ପ୍ରାୟ ୯୦ ପ୍ରତିଶତ ଖର୍ଚ୍ଚ ହୋଇ ସାରିଥିବା ସୂଚନା ମିଳିଛି। ହେଲେ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ଚାଷୀଙ୍କ ଆଶା ପୂରଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଉଦ୍ୟାନ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର, ନୂତନ ଜ୍ଞାନକୌଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ଫୁଆର ଜଳସେଚନ, ପାଣି ମଡାଇବା ପାଇପ, ରେନ୍‌ଗନ୍‌, ପାଣି ପମ୍ପ, ହସ୍ତ ଓ ଶକ୍ତିଚାଳିତ କୀଟନାଶକ, ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଉଛି। ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୌର ଜନନିଧି ଯୋଜନା କାର୍ଯ୍ୟକାରୀ ହେଉଛି। ଅପରପକ୍ଷରେ ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଛାୟା ପ୍ରକଳ୍ପ, ମତ୍ସ୍ୟ ସମ୍ପଦରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ହେଲେ ପ୍ରକୃତ ଚାଷୀ ଏହିସବୁ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ରାଧେଶ୍ୟାମ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଡିଏମ୍‌ଏଫ୍‌ ସେଲ୍‌ ଜରିଆରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ କେତେ କାର୍ଯ୍ୟ ହୋଇଛି ଏବଂ କେତେ ଟଙ୍କା ଖର୍ଚ୍ଚ ହୋଇସାରିଛି, ତାଙ୍କ ପାଖରେ ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri