ଓସେପା ପୁସ୍ତକ କ୍ରୟରେ ଅନିୟମିତତା

ଯାଜପୁର ଅଫିସ,୧୫ା୩: କେତେକ ଅସାଧୁ ପୁସ୍ତକ ପ୍ରକାଶକଙ୍କ ଇଙ୍ଗିତରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟାକ୍ରମ ପ୍ରାଧିକରଣ(ଓସେପା)ର ପାଠାଗାର ପୁସ୍ତକ କ୍ରୟ ଆଦେଶ ପ୍ରସ୍ତୁତି ଚାଲିଛି। କେଉଁ ପ୍ରକାଶକ କେତେ ଟଙ୍କାର ଆଦେଶ ପାଇବାକୁ ଯାଉଛନ୍ତି ସେ ସମ୍ପର୍କରେ ଜଣେ ପ୍ରକାଶକ କଟକରେ ଖୋଲାଖୋଲି ଆଲୋଚନା କରୁଛନ୍ତି। ବିଗତ ବର୍ଷମାନଙ୍କ ଭଳି ୨୦୨୨-୨୩ ମସିହା ଲାଗି ଓସେପା ପକ୍ଷରୁ ବିଦ୍ୟାଳୟ ପାଠାଗାର ଲାଗି ପୁସ୍ତକ କ୍ରୟ ନିମନ୍ତେ ପ୍ରକ୍ରିୟା ଜାରି ରହିଛି । ବିଗତ ବର୍ଷରେ କେତେଜଣ ଅସାଧୁ ପ୍ରକାଶକ ନିଜର ଫାଇଦା ପାଇଁ ସରକାରୀ କଳର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ବିଷୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେବା ପରେ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେହି ପ୍ରତିଶ୍ରୁତି ପାଣିର ଗାର ହୋଇଥିବାରୁ ତା’ର ପୁଣି ପୁନରାବୃତ୍ତି ହେବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ଅସାଧୁ ପ୍ରକାଶକମାନଙ୍କୁ କଳାତାଲିକାଭୁକ୍ତ କରାଇ ଉଚ୍ଚମାନର ପୁସ୍ତକ ଚୟନ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଲେଖକ, ସ୍ତମ୍ଭକାର ମାୟାଧର ନାୟକ ଏବଂ ଐତିହାସିକ ଶୁଭେନ୍ଦୁ କୁମାର ଭୂୟାଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗ ଅନୁସାରେ ଗତ ୪ ତାରିଖରୁ ପୁସ୍ତକ ଚୟନ କମିଟି ଚୂଡ଼ାନ୍ତ ପୁସ୍ତକ ତାଲିକା ପ୍ରଦାନ କରିଥିବା ବେଳେ ସେହି ତାଲିକାରେ ବ୍ୟାପକ ଅଦଳ ବଦଳ ହେଉଥିବା ଖବର ମିଳିଛି । ଏହି ଅଦଳବଦଳ ଗତ ୧୦ ତାରଖ ଦିନ ଚୂଡ଼ାନ୍ତ ରୂପ ନେଇଥିବା ଜଣାପଡିଛି। ଏହି କାର୍ଯ୍ୟରେ ଉକ୍ତ ପ୍ରକାଶକମାନେ ସଫଳ ହୋଇଥିବାରୁ ଜଗତସିଂହପୁରର ବାବା ଗୋରେଖନାଥ ପୀଠରେ ବିଜୟ ଦିବସ ପାଳନ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ଗତବର୍ଷ ମଧ୍ୟ ସମ୍ପୃକ୍ତ ପ୍ରକାଶକମାନେ ଏଭଳି ବ୍ୟାପକ ଅନିୟମିତତାରେ ସଫଳ ହୋଇ ବୈଷ୍ଣୋଦେବୀ ପୀଠରେ ବିଜୟ ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟରେ ପ୍ରମୁଖ ଭୁମିକା ନେଉଥିବା ଜଣେ ପ୍ରକାଶକଙ୍କ ଏକ ଘରୋଇ ଉତ୍ସବରେ ଓସେପାର ବହୁ ପ୍ରମୁଖ ପଦାଧିକାରୀମାନେ ଯୋଗ ଦେଇଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ମଧ୍ୟ ଘୁରି ବୁଲୁଛି । ଏହି ପ୍ରକାଶକମାନେ ନିଜର ମୁଖ୍ୟ ପ୍ରକାଶନ ସଂସ୍ଥା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମରେ ଏକାଧିକ ସଂସ୍ଥା ତିଆରି କରି ପାଠାଗାର ପାଇଁ ଆସୁଥିବା ଅର୍ଥରୁ କୋଟି କୋଟି ଟଙ୍କା ଲୁଟି ନେଉଥିବା ଅଭିଯୋଗ ହୋଇଛି। ଗତ ଥର ଗୋଖାଦ୍ୟ ଓ କାଠ ବ୍ୟବସାୟୀ ମଧ୍ୟ ବହୁ ଲକ୍ଷ ଟଙ୍କାର ଅର୍ଡର ପାଇଥିବା ନଜିର ରହିଛି । ସେମାନଙ୍କ ଜିଏସ୍‌ଟି କାଗଜ ତନଖି କରାଗଲେ ଏ ସମ୍ପର୍କରେ ସମସ୍ତ ତଥ୍ୟ ଜଣାପଡନ୍ତା ବୋଲି ମତ ପ୍ରକାଶ ପାଇଛ। ଚଳିତ ବର୍ଷ ପୁନର୍ବାର ସେହି ହାତଗଣତି ପ୍ରକାଶକମାନେ ଗତବର୍ଷ ତୁଳନାରେ ଅଧିକ ଡମି ଫାର୍ମ ତିଆରି କରି ଏହି ନାମରେ ପୁନର୍ବାର ମୋଟା ଅର୍ଥର ଏକ ସିଂହ ଭାଗ ହାତେଇ ନେବା ଯୋଜନାରେ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ବରିଷ୍ଠ ଲେଖକ ମାୟାଧର ନାୟକ କହିଛନ୍ତି, ଅସାଧୁ ପୁସ୍ତକ ପ୍ରକାଶକଙ୍କ ଇଙ୍ଗିତରେ ଓସେପା ଜରିଆରେ ପାଠାଗାର ପାଇଁ ଯେଉଁ ପୁସ୍ତକ ମନୋନୟନ ପ୍ରକ୍ରିୟା ଗତ କିଛିବର୍ଷ ଧରି ଚାଲିଆସିଲାଣି, ତାହା ଏବେ ଲୋକନିନ୍ଦାର ଶରବ ହୋଇ ଜନସ୍ବାର୍ଥ ମାମଲାର ସମ୍ମୁଖୀନ ହେବାକୁ ଯାଉଛି ା କେତେକ ଶଠ ପ୍ରକାଶକଙ୍କ ପ୍ରରୋଚନାରେ ପ୍ରବଳ ଉତ୍କୋଚ ପ୍ରଲୋଭନକୁ ଏଡାଇ ନ ପାରି ପୂର୍ବ ପ୍ରସ୍ତୁତ ଚୂଡ଼ାନ୍ତପୁସ୍ତକ ତାଲିକାରେ କୁଆଡେ ବ୍ୟାପକ ଅଦଳବଦଳ ହୋଇଥିବାର ଶୁଣିବାକୁ ମିଳିଛି। କେଉଁ ପ୍ରକାଶକ କେତେ ଟଙ୍କା ପାଇବାକୁ ଯାଉଛନ୍ତି ଏ ବାବଦରେ କଟକର ଜଣେ ପ୍ରକାଶକ ଖୋଲାଖୋଲି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। କଟକର ମାତ୍ର ୪ ରୁ ୫ଟି ପ୍ରକାଶନ ସଂସ୍ଥାର ମାଲିକମାନେ ମିଳିମିଶି ନିଜର ଅସାଧୁ ମେଣ୍ଟ ଗଠନ କରିଛନ୍ତି। ଓସେପା ଆୟୋଜିତ ପୁସ୍ତକ କ୍ରୟ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗିଛି। ପୂର୍ବବର୍ଷର ବଳକା ପ୍ରାୟ ୪ କୋଟି ଟଙ୍କା ସମେତ ଏ ବର୍ଷର ଧାର୍ଯ୍ୟ ହୋଇଥିବା ୨୨ କୋଟି ଟଙ୍କା ମିଶାଇ ସର୍ବମୋଟ ୨୬ କୋଟିରୁ ଅନ୍ତତଃ ୧୮ କୋଟିରୁ ଊର୍ଦ୍ଧ୍ୱଟଙ୍କା ଏହି ଅସାଧୁ ପ୍ରକାଶକ ଓ ସେମାନଙ୍କ ଏକାଧିକ ନକଲିସଂସ୍ଥା ହରିଲୁଟ କରିବାକୁ ମସୁଧା କରିଛନ୍ତି। ଗତ ବର୍ଷ ମଧ୍ୟ ୧୪କୋଟି ଟଙ୍କା ସଂପୃକ୍ତ ପ୍ରକାଶକମାନେ ନିଜ ନିଜ ଭିତରେ ବାଣ୍ଟିି ନେବାପରେ ବଳିପଡିଥିବା ମାତ୍ର ୮ କୋଟି ଟଙ୍କାର ବହି ଯୋଗାଇଦେବାକୁ ୧୦୮ ଜଣ ପ୍ରକାଶକଙ୍କୁ ଓସେପା ଅଫିସରୁ ମେଲ ଜରିଆରେ ଜଣାଇ ଦିଆଯାଇଥିଲା ା ଏ ସଂକ୍ରାନ୍ତରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ରାଜ୍ୟର ବିଭିନ୍ନ ପ୍ରକାଶକ ଗଭୀର କ୍ଷୋଭର ସହିତ ଅବଗତ କରାଇବାପରେ ଆଗକୁ ଆଉ ଏପରି ଅଘଟଣ ଘଟିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହିସବୁ ଅଭିଯୋଗର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ଲେଖକ ନାୟକ ଏବଂ ଭୂୟାଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩...

ଏକାଠି କଲା ଅବହେଳା

ଛେଣ୍ଡିପଦା, ୨୮।୭(ସ୍ବ.ପ୍ର.) – ଶିଳ୍ପରେ ସମୃଦ୍ଧ ଜିଲା। ଖଣି ଖାଦାନରେ ଭରପୂର। ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗ୍ରାମାଞ୍ଚଳବାସୀଙ୍କ ଭାଗ୍ୟରେ ଜୁଟିନି ପକ୍କା...

ଥଣ୍ଡା କାକରରେ ରାସ୍ତାପାର୍ଶ୍ୱରେ କଟୁଛି ବୃଦ୍ଧଙ୍କ ଜୀବନ

ଗୁଣପୁର,୨୦ା୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଗୁଣପୁର ଷ୍ଟେଶନ ରୋଡ୍‌ ଛକ ରାସ୍ତାପାର୍ଶ୍ୱରେ ଜଣେ ବୃଦ୍ଧ ଦୀର୍ଘଦିନ ଧରି ଶୀତରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ହେଲେ...

ନିର୍ବନ୍ଧ ପୂର୍ବରୁ ଯୁବକଙ୍କୁ ହତ୍ୟା: ବରଯାତ୍ରୀ ଯାଇ ନିଖୋଜ ଥିଲେ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡ଼ିଆ ଗ୍ରାମର ବିକାଶ ସାହୁ(୨୯)ଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହକୁ ଜଙ୍କିଆ ଥାନା ରମାବିଲି ଗ୍ରାମର...

ନିର୍ବନ୍ଧ ଭୋଜିରେ ମହିଳାଙ୍କୁ ଛୁରି ଦେଖାଇ ଲୁଟ୍‌ ୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ନୟାଗଡ଼ ଅଫିସ,୨୭ା୮: ନୟାଗଡ଼ ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ରବିବାର ଏକ ଭୋଜି ଚାଲିଥିବାବେଳେ ୪ ଯୁବକ ମହିଳାମାନଙ୍କୁ ଛୁରି ଦେଖାଇ ଲୁଟ୍‌ କରିଥିଲେ। ଖବର ପାଇ...

ଚାଷଜମିରୁ ନିଷ୍କାସନ ହୋଇପାରୁନି ବନ୍ୟାଜଳ

ଆଳି,୨ା୯(ଡି.ଏନ.ଏ.): ଚଳିତ ଥର ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀନଦୀରେ ଜଳସ୍ତର ବୃଦ୍ଧି ପାଇ ମୁଖ୍ୟ ରାସ୍ତା ବୁଡ଼ିଯିବା...

ହଟିଲା ରାସ୍ତାରୋକ: ମୃତକଙ୍କ ପରିବାରକୁ ଚାକିରି , ୫ଲକ୍ଷର କ୍ଷତିପୂରଣ

ବାରଙ୍ଗ,୩୦।୧୦(ଡି.ଏନ୍‌ଏ.): ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ରବିବାର ସକାଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମୃତକଙ୍କ ପରିବାରକୁ ୫...

ଘରେ ପଶି ମହିଳାଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୨୫।୨: ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ...

Advertisement
Archives

Model This Week