ବାଲିଚନ୍ଦ୍ରପୁର-କଳାଶ୍ରୀ ରାସ୍ତା ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୮ା୪(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ରାସ୍ତାଟି ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀନରେ ଥିଲାବେଳେ ୨ ବର୍ଷ ତଳେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ତରଫରୁ ୫ କିଲୋମିଟର ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ ପାଇଁ ୭ କୋଟି ୪୮ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ରାସ୍ତା ପ୍ରଶସ୍ତୀକରଣ ନାମରେ ଠିକାଦାର ସରକାରୀ ମୂଳ ଗାଇଡ୍‌ଲାଇନକୁ ପରିବର୍ତ୍ତନ କରି ନିଜସ୍ବ ଢଙ୍ଗରେ ରାସ୍ତା ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉକି, ବାଲିଚନ୍ଦ୍ରପୁରଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ବିରୂପା ନଦୀବନ୍ଧ ଭାବରେ ଜଳସମ୍ପଦ ବିଭାଗ ଅଧୀନରେ ରହିଥିଲା। ବିରୂପା ନଦୀରେ ବନ୍ୟା ଆସିଲେ ଏହି ବନ୍ଧ ବନ୍ୟା ଦାଉରୁ ରକ୍ଷା କରିଥାଏ। ଏହି ବନ୍ଧ ଉପରେ ରାସ୍ତା ନିର୍ମାଣ କରାଯାଇ ୩ଟି ବ୍ଲକର ଲକ୍ଷାଧିକ ଲୋକ ଯାତାୟାତ କରିଥାନ୍ତି। ୨୦୧୪ରେ ରାସ୍ତାର ଉନ୍ନତୀକରଣ ସହିତ ନଦୀବନ୍ଧକୁ ଉଚ୍ଚ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିଚନ୍ଦ୍ରପୁରଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ରାସ୍ତାରେ ୧୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରେ ୨୦୧୬ ଜୁନ୍‌ରେ ରାସ୍ତା କାର୍ଯ୍ୟ ଶେଷ ହୋଇଥିଲା। ତେବେ ରାସ୍ତା କାର୍ଯ୍ୟ ଶେଷ ହେବାର ୨ ମାସ ପରେ ପିଚୁ ଉଠିଯିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ମରାମତି ନାମରେ ୨୦୧୮ ମସିହା ପର୍ଯ୍ୟନ୍ତ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା। ତଥାପି ରାସ୍ତାର ଅବସ୍ଥା ନ ସୁଧୁରିବାରୁ ଏହାକୁ ୨୦୧୯ ଡିସେମ୍ବରରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା। ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୦ରେ ରାସ୍ତାର ମରାମତି ନାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାପରେ ୨୦୨୧ରେ ମାତ୍ର ୫ କିଲୋମିଟର ରାସ୍ତା ପାଇଁ ଟେଣ୍ଡର କରାଗଲା। ଟେଣ୍ଡର ଅନୁଯାୟୀ ଠିକାଦାର ରାସ୍ତାକୁ ୩୦ ଫୁଟ ଚଉଡ଼ା କରିବା ପାଇଁ ପ୍ରସ୍ତାବ ରହିଥିଲା। ତେବେ ପୂର୍ବରୁ ଯେଉଁ ରାସ୍ତା ଥିଲା ଏହାର ଦୁଇ ଗୁଣା କରାଯାଇ ସମ୍ପୂର୍ଣ୍ଣ ଏକ ନୂତନ ନଦୀ ବନ୍ଧ ରାସ୍ତା ନିର୍ମାଣ କରିବ ବୋଲି ସ୍ଥିର କରାଯାଇଥିଲା। ହେଲେ ଠିକାଦାର ବନ୍ଧର ମୂଳଦୁଆକୁ ନ ଯାଇ ବନ୍ଧ ରାସ୍ତାର ଅଧାସ୍ଥିତିରୁ କାଟି କେବଳ ଉପରକୁ ଚଉଡ଼ା କରିବା ପାଇଁ ଯୋଜନା କରିଛନ୍ତି। ଏହି ଉପାୟ ଅବଲମ୍ବନ କରିବା ସହିତ ଦକ୍ଷିଣ ପାର୍ଶ୍ୱରେ ଥିବା ପଟ୍ଟାମୁଣ୍ଡାଇ କେନାଲ ଶଯ୍ୟାକୁ ପୋତି ଦିଆଯାଉଛି, ଯଦ୍ଦ୍ବାରା ଜଗତପୁରଠାରୁ ପଟାମୁଣ୍ଡାଇ ପର୍ଯ୍ୟନ୍ତ ଯାଇଥିବା କେନାଲଟି ଭବିଷ୍ୟତରେ ପୋତି ହୋଇଯିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି କି ଏହି ଘଟଣା ପାଇଁ ଜଳ ସମ୍ପଦ ବିଭାଗ କଟକ ଚାରିବାଟିଆ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖି କେନାଲ ଶଯ୍ୟାକୁ ନ ପୋତିବା ପାଇଁ ଅନୁରୋଧ କରିଛି। ଯଦି ଏ ଭଳି କରାଯାଏ ଭବିଷ୍ୟତରେ କେନାଲ ପୋତି ହୋଇଯିବ। ଏହା ସହ ନଦୀ ବନ୍ଧର ମୂଳଶଯ୍ୟା ଠିକ୍‌ ଭାବେ ନିର୍ମାଣ ହେଉ ନ ଥିବାରୁ ନଦୀ ବନ୍ଧଟି ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ନଦୀବନ୍ଧ ନୁହେଁ ନିର୍ମାଣ କରାଯାଉଥିବା ରାସ୍ତାର ସ୍ଥାୟିତ୍ୱ ରହିବ ନାହିଁ। ବର୍ଷାଦିନେ ଯଦି ଅଧିକ ବର୍ଷା ହୁଏ ତେବେ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଏହି ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ଦୀର୍ଘ ୮ବର୍ଷ ହେଲା ଯେଉଁ ସମସ୍ୟା ଭୋଗୁଛନ୍ତି ପୁନର୍ବାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଲାପରେ ସେହି ଅବସ୍ଥା ଭୋଗିବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଠିକାଦାରଙ୍କୁ ସମ୍ପୂର୍ଣ୍ଣ ନଦୀ ବନ୍ଧର ମୂଳଶଯ୍ୟାକୁ ଯାଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଏହା ନ କରିଥାନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri