ରାତ୍ର ଜଗୁଆଳ-ଝାଡୁଦାର ନିଯୁକ୍ତିରେ ଅନିୟମିତତା: ସ୍କୁଲରେ ତାଲା ପକାଇଲେ ଏସ୍‌ଏଚ୍‌ଜି ମହିଳା

ଅମରପାଲି,୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି କ୍ଲଷ୍ଟରର ଅଚଣ୍ଡାସ୍ଥିତ ସରକାରୀ ଉନ୍ନୀତ ହାଇସ୍କୁଲରେ ତାଲା ପକାଇ ପ୍ରତିବାଦ କରୁଛନ୍ତି ଏସ୍‌ଏଚ୍‌ଜି ମହିଳା। ଫଳରେ ସ୍କୁଲ ଭିତରକୁ ଯାଇପାରିନାହାନ୍ତି ଶିକ୍ଷକ ଓ ଛାତ୍ରୀଛାତ୍ର। ଅଭିଯୋଗ ଅନୁସାରେ ଉକ୍ତ ସ୍କୁଲରେ ରାତ୍ର ଜଗୁଆଳି ଓ ଝାଡୁଦାର ନିଯୁକ୍ତି ପାଇଁ ବିଜ୍ଞପ୍ତି ହୋଇଥିଲା। ଏନେଇ ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଆବେଦନ କରିଥିଲେ। ତନ୍ମଧ୍ୟରୁ ତେଲିପାଲି ଗ୍ରାମର ମା’ ମଙ୍ଗଳା ସୟଂ ସହାୟିକା ଗୋଷ୍ଠୀଙ୍କୁ ରାତ୍ର ଜଗୁଆଳି ଓ ଝାଡୁଦାର ପାଇଁ ଦାୟିତ୍ୱ ମିଳିଥିଲା। ମାତ୍ର ଏବେ ଅଚଣ୍ଡା, ମହୁଲପାଲି, ରୁଗୁଡ଼ିପାଲି ଆଦି ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଏହି ନିଯୁକ୍ତିକୁ ବେଆଇନ ଓ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ବିଜ୍ଞପ୍ତି ଯେତେବେଳେ ହେଲା ବିଭିନ୍ନ ଜନଗହଳି ସ୍ଥାନ, ଛକ ଓ ସ୍କୁଲ ସମ୍ମୁଖରେ ଏହାର ନିକୁକ୍ତି ପାଇଁ ସୂଚନା ଦେବାର ନିୟମ ରହିଥିବା ବେଳେ କୌଣସି ସ୍ଥାନରେ ସୂଚନା ଦିଆଗଲା ନାହିଁ କି କୌଣସି ନୋଟିସ୍‌ ଦିଆଯାଇ ନାହିଁ। ଚଞ୍ଚକତା କରି କାହାକୁ ନ ଜଣାଇ ଗୁପ୍ତ ଭାବେ ନିଯୁକ୍ତି ଦିଆଗଲା। ଅଚଣ୍ଡା, ମହୁଲପାଲି ଓ ରୁଗୁଡ଼ିପାଲି ଗ୍ରାମରେ ଅନେକ ସ୍ବୟଂ ସହାୟିକା ଗୋଷ୍ଠୀ ଥିବା ବେଳେ କେମିତି କେହି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିବା ସହିତ ଏହି ଗ୍ରାମର ଯେକୌଣସି ଗୋଟିଏ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱ ଦିଆଯାଉ ବୋଲି ଦାବି କରି ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ, ଶିକ୍ଷକ ସ୍କୁଲ ଭିତରକୁ ଯାଇପାରିନାହାନ୍ତି। ଖବର ପାଇ କେନଝିରିଆପାଲି କ୍ଲଷ୍ଟରର ସିଆରସିସି ବିନୟ ବିଶ୍ୱାଳ ଓ ପରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ ସ୍କୁଲକୁ ଯାଇ ପ୍ରତିବାଦ କରୁଥିବା ମହିଳାଙ୍କୁ ବୁଝାଶୁଝା କରୁଛନ୍ତି।

Dharitri – Odisha’s Most Trusted Odia Newspaper

Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri