ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତା

ରାଜନଗର,୨୧ା୧(ଡି.ଏନ.ଏ.): ଗାଁ ଗହଳିରେ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ା ଏଥିପାଇଁ ଗତ ସାଢେ ୩ ବର୍ଷ ହେବ ଲୋକେ ସରକାରଙ୍କ ଆବାସ ତାଲିକାକୁ ଚାହିଁ ରହିଥିଲେ। ସରକାର ଘର ଦେବେ, ମାଟି ଘର ଭାଙ୍ଗିବୁ, କୋଠାଘର ଖଣ୍ଡେ ନିର୍ମାଣ କରିବୁ , ଏମିତି କେତେ ସ୍ବପ୍ନ ଓ ଆଶା ବାନ୍ଧିଥିଲେ ଗାଁର ଗରିବ ଗୁରୁବା ଲୋକେ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆବାସ ଯୋଜନାକୁ ନେଇ ଟଣା ଓଟରା ଚାଲିଥିବାରୁ ଏଥିପାଇଁ ବହୁ ବିଳମ୍ବ ଘଟିଥିଲା ା ହେଲେ ଗତ ୧୬ ତାରିଖରେ ରାଜ୍ୟର ପ୍ରତି ପଞ୍ଚାୟତ ଏବଂ ବ୍ଲକ କାନ୍ଥରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରିବା ପାଇଁ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ହେଲେ ସେଥିରେ ବହୁ ହିତାଧିକାରୀ ବାଦ୍‌ ପଡିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଶୁକ୍ରବାର ବେଲପାଳ ପଞ୍ଚାୟତର ହିତାଧିକାରୀ ରାଜନଗର ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ା
ସୂଚନା ଅନୁଯାୟୀ, ରାଜନଗର ବ୍ଲକରେ ୪୦୫୦ ଜଣ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ସ୍କୁଟିନ ପରେ ୩୮୪୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ବାଦ୍‌ ଏହି ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରାଯିବ। ପ୍ରଥମ ଦଫାରେ ରାଜନଗର ବ୍ଲକରେ ୩୮୪୦ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୭୨୮ଜଣଙ୍କ ନାଁ ପ୍ରକାଶ ପାଇଛି। ଏହି ୧୭୨୮ଜଣଙ୍କ ମଧ୍ୟରେ କିଏ ଅଯୋଗ୍ୟ, ସେ ନେଇ ଅଭିଯୋଗ ଦେବା ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଅବଶିଷ୍ଟ ହିତାଧିକାରୀଙ୍କ ନାଁ ପ୍ରକାଶ ପାଇନାହିଁ। ଦୀର୍ଘ ସାଢେ ୩ ବର୍ଷ ପରେ ପ୍ରଧାନମନ୍ତ୍ରୀ ଆବାସ ମିଳୁଥିବା ବେଳେ ପ୍ରଥମ ଦଫା ତାଲିକାରେ ନାଁ ନ ଥିବାରୁ ବିଭିନ୍ନ ପଞ୍ଚାୟତରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ବେଲପାଳ ପଞ୍ଚାୟତରେ ୨୧୩ ହିତାଧିକାରୀଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତ ହୋଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୭୫ ଜଣଙ୍କ ନାଁ ପ୍ରଥମ ଦଫାରେ ପ୍ରକାଶ ପାଇଛି। ଆମେମାନେ ଗରିବ ଲୋକ, ଆମର କୋଠାଘର ନାହିଁ। ଆମେ ପୂର୍ବରୁ କେବେ ସରକାରୀ ବାସଗୃହ ପାଇନାହୁଁ। ଆମ ନାଁ କିପରି ବାଦ୍‌ ପଡିଲା ବୋଲି ଅଭିଯୋଗକରି ଆଜି ବେଲପାଳ ପଞ୍ଚାୟତର ହିତାଧିକାରୀ ରାଜନଗର ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ା ସୁଲୋଚନା ବିଶ୍ୱାଳ, ମଞ୍ଜୁଲତା ସାହୁ, ଜାନକୀ ପରିଡା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଉଷାରାଣୀ ପରିଡା, ଦିଲ୍ଲୀପ ଦାସ, ବିଚିତ୍ର ମହାନ୍ତି ପ୍ରମୁଖ ହିତାଧିକାରୀ ଆମରଣ ଅନଶନରେ ବସିଥିଲେ। ସମସ୍ତଙ୍କ ନାଁ ଅଛି, ଯାହାର ନାଁ କଟିଛି ବୋଲି କହୁଛ, ସମସ୍ତେ ବ୍ୟକ୍ତିଗତ ଭାବେ ଆବେଦନ କରନ୍ତୁ। କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ କଟାଯିବ ନାହିଁ। ୭ଦିନ ଭିତରେ ଏହାର ତଦନ୍ତ କରାଯିବ ବୋଲି ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ପ୍ରତିଶ୍ରୁତି ଦେବା ପରେ ହିତାଧିକାରୀମାନେ ଅନଶନରୁ ଉଠିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାଏର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri