କୃଷ୍ଣଚନ୍ଦ୍ର ସଂସ୍କୃତ ମହିଳା ମହାବିଦ୍ୟାଳୟରେ ଅନିୟମିତତା

ଡେରାବିଶ, ୨୯ା୧୧(ସ୍ବ.ପ୍ର.): ଡେରାବିଶ ବ୍ଲକ ଯଅଁରାବାରିମୂଳ ପଞ୍ଚାୟତ ଭିତରବମ୍ପୁଠାରେ ଥିବା କୃଷ୍ଣଚନ୍ଦ୍ର ସଂସ୍କୃତ ମହିଳା ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା ନେଇ ଶୁକ୍ରବାର ଉପଜିଲାପାଳଙ୍କ ନିକଟରେ ଅଧ୍ୟୟନରତ ଛାତ୍ରୀଙ୍କ ଅଭିଭାବକ, ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଚେଷ୍ଟାରେ ଅଞ୍ଚଳର ଗରିବ ମେଧାବୀ ଛାତ୍ରୀମାନେ ସଂସ୍କୃତ ମାଧ୍ୟମରେ ଉଚ୍ଚଶିକ୍ଷା ଲାଭ ନିମନ୍ତେ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଅଧ୍ୟକ୍ଷ ମହାବିଦ୍ୟାଳୟକୁ ସପ୍ତାହରେ ୨ ଦିନ ଆସି ପ୍ରତ୍ୟେକ ଦିନ ଉପସ୍ଥିତ ରହୁଥିବା ତାଙ୍କ ଉପସ୍ଥାନରେ ଦସ୍ତଖତ କରୁଥିବା ଅଭିଯୋଗ ହେଉଛି। ମହାବିଦ୍ୟାଳୟର ଛାତ୍ରୀମାନେ ଭଙ୍ଗା ଶୌଚାଳୟ ବ୍ୟବହାର କରୁଥିବା ବେଳେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଭଙ୍ଗା ଶ୍ରେଣୀ ଗୃହରେ ବିପଦସଙ୍କୁଳ ଅବସ୍ଥାରେ ପିଲା ପାଠ ପଢୁଛନ୍ତି। ଛାତ୍ରୀମାନଙ୍କଠାରୁ ନାମଲେଖା ସମୟରେ ଆଦାୟ କରାଯାଉଥିବା ଫିକୁ କଲେଜ ଜମାଖାତାରେ ରଖା ନ ଯାଉନାହିଁ। ଯାହାର ହିସାବ ମିଳୁ ନାହିଁ। ମହାବିଦ୍ୟାଳୟରୁ ପାସ୍‌ କରୁଥିବା ଛାତ୍ରୀଙ୍କଠାରୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପାଇଁ ଟଙ୍କା ଆଦାୟ କରାଯାଇଥାଏ। ଟଙ୍କା ଦେଇ ପାରୁ ନ ଥିବା ଛାତ୍ରୀ ବହୁବର୍ଷ ଧରି ସେମାନଙ୍କର ପ୍ରମାଣପତ୍ର ପାଉ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ କରା ନ ଯାଇ ସେଥି ନିମନ୍ତେ ଆସୁଥିବା ଅନୁଦାନ ଆମତ୍ସାତ୍‌ କରାଯାଉଛି। ଏହି କାରଣରୁ ମହାବିଦ୍ୟାଳୟରୁ ଜାତୀୟ ସେବା ସଂସ୍ଥା ଯୋଜନାକୁ ପ୍ରତ୍ୟାହାର କରି ନିଆଯାଇଛି। ମହାବିଦ୍ୟାଳୟରେ ଶିକ୍ଷାଦାନ, ପ୍ରଶାସନିକ କାର୍ଯ୍ୟ ଓ ଉନ୍ନୟନ ପାଇଁ ଆସୁଥିବା ଅନୁଦାନ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଯାଉ ନ ଥିବା ସମ୍ପର୍କରେ ତଦନ୍ତ କରି ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବୀ ପୂର୍ବତନ ସରପଞ୍ଚ ରଘୁନାଥ ଶତପଥୀ, ଅଜୟ କୁମାର ବଳ, ରମେଶ ଚନ୍ଦ୍ର ବାରିକ, ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଉପଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ମହାବିଦ୍ୟାଳୟ ସମ୍ବନ୍ଧରେ ଆସିଥିବା ଅଭିଯୋଗ ତାଙ୍କର ହସ୍ତଗତ ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଡେରାବିଶ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ ଏହା ଉପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri