ହାଇଲେଭଲ କେନାଲ ରାସ୍ତା ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୧୫ା୨(ଡି.ଏନ.ଏ.): ଚାର୍‌ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ଚାଲିଛି ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ହାଇଲେଭଲ କେନାଲ ରାସ୍ତା ଉନ୍ନତୀକରଣ କାର୍ଯ୍ୟ। ମାତ୍ର ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏହି କେନାଲ ବନ୍ଧ ରାସ୍ତାଟି ପୂର୍ବରୁ ଜାରକା ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ୨୦୧୯ ଡିସେମ୍ବରରେ ଏହା ପୂର୍ତ୍ତ ବିଭାଗ ଅଧୀନକୁ ଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚଣ୍ଡିଖୋଲଠାରୁ ବୈରୀ ପର୍ଯ୍ୟନ୍ତ ୧୨ କି.ମି. ୨୦୦ ମିଟର ରାସ୍ତାକୁ ୧୩ କି.ମି. ୯୦୦ ମିଟର କରାଯାଇ ମରାମତି କାମ ଆରମ୍ଭ କରାଗଲା। ୨୦୨୧ରେ ସମ୍ପୃକ୍ତ ରାସ୍ତାକୁ ୨ ଭାଗରେ ବିଭକ୍ତ କରି ଟେଣ୍ଡର କରାଗଲା। ବୈରୀଠାରୁ ଖଇରା ପର୍ଯ୍ୟନ୍ତ ୬ କି.ମି. ୬୦୦ ମିଟର ରାସ୍ତା ପାଇଁ ୯ କୋଟି ୯୩ ଲକ୍ଷ ୫୮ ହଜାର ୩୭୬ ଟଙ୍କା ବ୍ୟୟ ବରାଦ କରାଯାଇ ୨୦୨୧ ଡିସେମ୍ବରରେ ଟେଣ୍ଡର କରାଗଲା। ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ଥିରୀକୃତ କରାଯାଇ ଠିକା ସଂସ୍ଥା ସହ ଚୁକ୍ତି ହେଲା। କେବଳ ସେତିକି ନୁହେଁ ଏହି ରାସ୍ତା ପ୍ରଶସ୍ତୀକରଣ କରାଗଲେ ରାସ୍ତାପାଶର୍‌ବରେ ଥିବା ଗଛ କାଟିବା ସହ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଆକଳନ କରାଗଲା। ତେଣୁ ଗଛ କାଟିବା ପାଇଁ ୩ ଲକ୍ଷ ଓ ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ ପାଇଁ ୧ କୋଟି ୮ ଲକ୍ଷ ୪୬ ହଜାର ୭୮୩ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବ୍ୟୟ ଅଟକଳ କରାଯାଇଛି।
ତେବେ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଗୋଟିଏ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇନାହିଁ କିମ୍ବା ଗଛ କଟାଯାଇନାହିଁ। ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ପୂର୍ବରୁ ଏହି ରାସ୍ତାର ଓସାର ୩.୭୫ ମିଟର ଥିବାବେଳେ ନୂତନ ଭାବେ କରାଯାଇଥିବା ଟେଣ୍ଡରରେ ଏହାର ଓସାର ୭.୭ ମିଟର କରାଯିବ ବୋଲି ସ୍ଥିର କରାଯାଇଛି। ରାସ୍ତାର ବାମପାର୍ଶ୍ୱରେ ହାଇଲେଭଲ କେନାଲ ରହିଥିବାହେତୁ ରାସ୍ତା ଓସାର ଦକ୍ଷିଣ ପାର୍ଶ୍ୱରେ ହେବ ବୋଲି ସ୍ଥିର କରାଯାଇଛି। ଏହି ରାସ୍ତାରେ ୫.୫୦୦ ମିଟର ଓସାର ପିଚୁ କରାଯିବ ବୋଲି ସ୍ଥିର ହୋଇଥିବାବେଳେ ୨.୨୦୦ ମିଟର ମାଟି ଓ ମୋରମ ରାସ୍ତା କରାଯିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ରାସ୍ତା ନିର୍ମାଣ ସମୟରେ ୬ ବକ୍ସ କଲଭର୍ଟ ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାମଧ୍ୟରେ ଠିକା କମ୍ପାନୀ ଅବଧି ଶେଷ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ୨୦ ପ୍ରତିଶତ ହୋଇନାହିଁ। ରାସ୍ତାର ପୁରୁଣା ପିଚୁ ସମ୍ପୂର୍ଣ୍ଣ ଖୋଳାଯାଇ ନୂତନ ଭାବେ କାମ ହେବାର ନିୟମ ରହିଥିବାବେଳେ ଠିକା ସଂସ୍ଥା କେବଳ ଦକ୍ଷିଣ ପାର୍ଶ୍ୱରେ ପିଚୁ ନୂଆ କରୁଥିଲେ ମଧ୍ୟ ପୁରୁଣା ପିଚୁ ଖୋଳୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପ୍ରଶସ୍ତୀକରଣରେ ମଧ୍ୟ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ରାସ୍ତା ଚଉଡ଼ା ୭.୭ ମିଟର ହେବାକୁ ଥିବା ବେଳେ ଏହାକୁ ଠିକା ସଂସ୍ଥା ୬.୫ମିଟର କରୁଥିବା ଦେଖାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଅଣଦେଖା କରାଯାଉ ଥିବା ଯୋଗୁ ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଥିବା ଲୋକେ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସଙ୍କୁ ପଚାରିବାରୁ ସେ କୁହନ୍ତି, କାମ ଶେଷ କରିବା ସମୟ ବିଳମ୍ବ ହୋଇଛି। ସେଥିପାଇଁ ଆମ ପକ୍ଷରୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛୁ। ପ୍ରତ୍ୟେକ ସମୟରେ କାମ ତଦାରଖ କରୁଛୁ। ଅନିୟମିତତା ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri