ହାଇଲେଭଲ କେନାଲ ରାସ୍ତା ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୧୫ା୨(ଡି.ଏନ.ଏ.): ଚାର୍‌ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ଚାଲିଛି ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ହାଇଲେଭଲ କେନାଲ ରାସ୍ତା ଉନ୍ନତୀକରଣ କାର୍ଯ୍ୟ। ମାତ୍ର ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏହି କେନାଲ ବନ୍ଧ ରାସ୍ତାଟି ପୂର୍ବରୁ ଜାରକା ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ୨୦୧୯ ଡିସେମ୍ବରରେ ଏହା ପୂର୍ତ୍ତ ବିଭାଗ ଅଧୀନକୁ ଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚଣ୍ଡିଖୋଲଠାରୁ ବୈରୀ ପର୍ଯ୍ୟନ୍ତ ୧୨ କି.ମି. ୨୦୦ ମିଟର ରାସ୍ତାକୁ ୧୩ କି.ମି. ୯୦୦ ମିଟର କରାଯାଇ ମରାମତି କାମ ଆରମ୍ଭ କରାଗଲା। ୨୦୨୧ରେ ସମ୍ପୃକ୍ତ ରାସ୍ତାକୁ ୨ ଭାଗରେ ବିଭକ୍ତ କରି ଟେଣ୍ଡର କରାଗଲା। ବୈରୀଠାରୁ ଖଇରା ପର୍ଯ୍ୟନ୍ତ ୬ କି.ମି. ୬୦୦ ମିଟର ରାସ୍ତା ପାଇଁ ୯ କୋଟି ୯୩ ଲକ୍ଷ ୫୮ ହଜାର ୩୭୬ ଟଙ୍କା ବ୍ୟୟ ବରାଦ କରାଯାଇ ୨୦୨୧ ଡିସେମ୍ବରରେ ଟେଣ୍ଡର କରାଗଲା। ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ଥିରୀକୃତ କରାଯାଇ ଠିକା ସଂସ୍ଥା ସହ ଚୁକ୍ତି ହେଲା। କେବଳ ସେତିକି ନୁହେଁ ଏହି ରାସ୍ତା ପ୍ରଶସ୍ତୀକରଣ କରାଗଲେ ରାସ୍ତାପାଶର୍‌ବରେ ଥିବା ଗଛ କାଟିବା ସହ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଆକଳନ କରାଗଲା। ତେଣୁ ଗଛ କାଟିବା ପାଇଁ ୩ ଲକ୍ଷ ଓ ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ ପାଇଁ ୧ କୋଟି ୮ ଲକ୍ଷ ୪୬ ହଜାର ୭୮୩ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବ୍ୟୟ ଅଟକଳ କରାଯାଇଛି।
ତେବେ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଗୋଟିଏ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇନାହିଁ କିମ୍ବା ଗଛ କଟାଯାଇନାହିଁ। ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ପୂର୍ବରୁ ଏହି ରାସ୍ତାର ଓସାର ୩.୭୫ ମିଟର ଥିବାବେଳେ ନୂତନ ଭାବେ କରାଯାଇଥିବା ଟେଣ୍ଡରରେ ଏହାର ଓସାର ୭.୭ ମିଟର କରାଯିବ ବୋଲି ସ୍ଥିର କରାଯାଇଛି। ରାସ୍ତାର ବାମପାର୍ଶ୍ୱରେ ହାଇଲେଭଲ କେନାଲ ରହିଥିବାହେତୁ ରାସ୍ତା ଓସାର ଦକ୍ଷିଣ ପାର୍ଶ୍ୱରେ ହେବ ବୋଲି ସ୍ଥିର କରାଯାଇଛି। ଏହି ରାସ୍ତାରେ ୫.୫୦୦ ମିଟର ଓସାର ପିଚୁ କରାଯିବ ବୋଲି ସ୍ଥିର ହୋଇଥିବାବେଳେ ୨.୨୦୦ ମିଟର ମାଟି ଓ ମୋରମ ରାସ୍ତା କରାଯିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ରାସ୍ତା ନିର୍ମାଣ ସମୟରେ ୬ ବକ୍ସ କଲଭର୍ଟ ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାମଧ୍ୟରେ ଠିକା କମ୍ପାନୀ ଅବଧି ଶେଷ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ୨୦ ପ୍ରତିଶତ ହୋଇନାହିଁ। ରାସ୍ତାର ପୁରୁଣା ପିଚୁ ସମ୍ପୂର୍ଣ୍ଣ ଖୋଳାଯାଇ ନୂତନ ଭାବେ କାମ ହେବାର ନିୟମ ରହିଥିବାବେଳେ ଠିକା ସଂସ୍ଥା କେବଳ ଦକ୍ଷିଣ ପାର୍ଶ୍ୱରେ ପିଚୁ ନୂଆ କରୁଥିଲେ ମଧ୍ୟ ପୁରୁଣା ପିଚୁ ଖୋଳୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପ୍ରଶସ୍ତୀକରଣରେ ମଧ୍ୟ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ରାସ୍ତା ଚଉଡ଼ା ୭.୭ ମିଟର ହେବାକୁ ଥିବା ବେଳେ ଏହାକୁ ଠିକା ସଂସ୍ଥା ୬.୫ମିଟର କରୁଥିବା ଦେଖାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଅଣଦେଖା କରାଯାଉ ଥିବା ଯୋଗୁ ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଥିବା ଲୋକେ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସଙ୍କୁ ପଚାରିବାରୁ ସେ କୁହନ୍ତି, କାମ ଶେଷ କରିବା ସମୟ ବିଳମ୍ବ ହୋଇଛି। ସେଥିପାଇଁ ଆମ ପକ୍ଷରୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛୁ। ପ୍ରତ୍ୟେକ ସମୟରେ କାମ ତଦାରଖ କରୁଛୁ। ଅନିୟମିତତା ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri