ପୋଲ ମରାମତିରେ ଅନିୟମିତତା

ଖଇରା, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର-ସୁଣ୍ଢିରା ରାସ୍ତାର ମଝିରେ ନିର୍ମିତ ପକ୍କା ପୋଲର ମରାମତି କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ସୁଣ୍ଢିରା ଗ୍ରାମବାସୀ ଓ ସ୍ଥାନୀୟ ଏମ୍‌ବି ଡାଇମଣ୍ଡ କ୍ଲବର ପିଲାମାନେ ଅଭିଯୋଗ କରିଛନ୍ତି। ମରାମତିର ୫ଦିନ ନ ପୂରୁଣୁ ଅନେକ ସ୍ଥାନରେ କଂକ୍ରିଟ ଫାଟିଯାଇଥିବାରୁ ଗ୍ରାମବାସୀ ଏହି କାମର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।
ପୋଲର ଉପର କଂକ୍ରିଟ ଢଳାଇ ଓ ପାଚେରି ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨ଲକ୍ଷ ୫୬ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଠିକାଦାର ନିମ୍ନମାନର କାମ କରୁଥିବା ବେଳେ ଗ୍ରାମର ରବୀନ୍ଦ୍ର ନାୟକ, ତ୍ରିଲୋଚନ ନାୟକ, ରାଜେନ୍ଦ୍ର ରାୟ, ଜନ୍ମେଜୟ ଦାସଙ୍କ ସମେତ ସ୍ଥାନୀୟ ଏମ୍‌ବି ଡାଇମଣ୍ଡ କ୍ଲବର ସଦସ୍ୟମାନେ ଏହାକୁ ବନ୍ଦ କରିଥିଲେ। ହେଲେ ସେମାନଙ୍କୁ ଭୟଭୀତ କରି ଏହି କାର୍ଯ୍ୟକୁ ତରବରିଆ ଭାବେ ଶେଷ କରି ପଳାଇଯିବା ପରେ ଏବେ କଂକ୍ରିଟ ଢଳାଇ ନଷ୍ଟ ହେବା ଆରମ୍ଭ ହେଲାଣି। ସେପଟେ ୫ଦିନ ଧରି କାମ ଶେଷ ହୋଇସାରିଥିବା ବେଳେ ଦିନେ ହେଲେ ପାଣି ଦିଆଯାଇ ନ ଥିବା ସମ୍ପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉଭୟ କନିଷ୍ଠଯନ୍ତ୍ରୀ ରଞ୍ଜିତ ଭୂୟାଁ ଓ ସହକାରୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ପରେ ପାଣି ଢାଳିବା ପାଇଁ ତାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ରସଗୋଲା ମହୋତ୍ସବ

ବାଲେଶ୍ୱର ଅଫିସ, ୧୬।୬ – ବାଲେଶ୍ୱର ସହର ଏଡ଼ିଏମ୍‌ ଛକସ୍ଥିତ ବ୍ରିଟ୍‌ କଲ୍ୟାଣମଣ୍ଡପ ପରିସରରେ ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ତରଫରୁ ରସଗୋଲା ମହୋତ୍ସବ ବୁଧବାର...

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା

ଭୋଗରାଇ,୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଡିହକଖଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଏବଂ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଭଳି ଘଟଣା ନେଇ...

ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ଗଲା: ୨ ଗିରଫ

ବାଲେଶ୍ୱର ଅଫିସ,୧୪।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗୋଶାଳପଦାର ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାର ପାଇଁ ହତ୍ୟା କରାଯାଇ ବୁଢ଼ାବଳଙ୍ଗ ନଦୀରେ ଫୋପାଡ଼ି ଦିଆଯାଇଛି। ପୋଲିସ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ୩ବର୍ଷର ସୋହିନୀ

ଖୋର୍ଦ୍ଧା/ ବାଲେଶ୍ୱର ଅଫିସ, ୧୫।୧୨- ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩...

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା: ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ, ଦଲାଲ ଗିରଫ

ବଡବିଲ, ୧୫।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ନାବାଳିକା ଚାଲାଣ ର଼୍ୟାକେଟ୍‌ କିଭଳି ସକ୍ରିୟ ରହିଛି ତାହାର ଏକ ନଜିର ପଦାକୁ ଆସିଛି। ବଲାଣୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ...

ଓଡ଼ିଶା ବନ୍ଦ ଡାକରା: ବାଲେଶ୍ୱର ପ୍ରଭାବିତ

ବାଲେଶ୍ୱର ଅଫିସ, ୧୫।୨- କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସୋମବାର କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଛି। କେଦ୍ରସରକାର ପ୍ରେଟ୍ରୋଲ, ଡିଜେଲ...

ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ଷଡଯନ୍ତ୍ରକାରୀ ମହିଳାଙ୍କ ସମେତ ୫ ଗିରଫ

ବହଳଦା,୨୯ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବହଳଦା ଥାନା ପୋଲିସ ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରି ଶୁକ୍ରବାର...

ବଢୁଛି ଆନ୍ତଃ ରାଜ୍ୟ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ

ବସ୍ତା, ୭।୭(ଡି.ଏନ.ଏ.)-ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲା ଅଧୀନ ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ଅପରାଧୀମାନେ ଯୋଜନାବଦ୍ଧ...

Advertisement
Archives

Model This Week