ପୋଲ ମରାମତିରେ ଅନିୟମିତତା

ଖଇରା, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର-ସୁଣ୍ଢିରା ରାସ୍ତାର ମଝିରେ ନିର୍ମିତ ପକ୍କା ପୋଲର ମରାମତି କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ସୁଣ୍ଢିରା ଗ୍ରାମବାସୀ ଓ ସ୍ଥାନୀୟ ଏମ୍‌ବି ଡାଇମଣ୍ଡ କ୍ଲବର ପିଲାମାନେ ଅଭିଯୋଗ କରିଛନ୍ତି। ମରାମତିର ୫ଦିନ ନ ପୂରୁଣୁ ଅନେକ ସ୍ଥାନରେ କଂକ୍ରିଟ ଫାଟିଯାଇଥିବାରୁ ଗ୍ରାମବାସୀ ଏହି କାମର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।
ପୋଲର ଉପର କଂକ୍ରିଟ ଢଳାଇ ଓ ପାଚେରି ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨ଲକ୍ଷ ୫୬ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଠିକାଦାର ନିମ୍ନମାନର କାମ କରୁଥିବା ବେଳେ ଗ୍ରାମର ରବୀନ୍ଦ୍ର ନାୟକ, ତ୍ରିଲୋଚନ ନାୟକ, ରାଜେନ୍ଦ୍ର ରାୟ, ଜନ୍ମେଜୟ ଦାସଙ୍କ ସମେତ ସ୍ଥାନୀୟ ଏମ୍‌ବି ଡାଇମଣ୍ଡ କ୍ଲବର ସଦସ୍ୟମାନେ ଏହାକୁ ବନ୍ଦ କରିଥିଲେ। ହେଲେ ସେମାନଙ୍କୁ ଭୟଭୀତ କରି ଏହି କାର୍ଯ୍ୟକୁ ତରବରିଆ ଭାବେ ଶେଷ କରି ପଳାଇଯିବା ପରେ ଏବେ କଂକ୍ରିଟ ଢଳାଇ ନଷ୍ଟ ହେବା ଆରମ୍ଭ ହେଲାଣି। ସେପଟେ ୫ଦିନ ଧରି କାମ ଶେଷ ହୋଇସାରିଥିବା ବେଳେ ଦିନେ ହେଲେ ପାଣି ଦିଆଯାଇ ନ ଥିବା ସମ୍ପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉଭୟ କନିଷ୍ଠଯନ୍ତ୍ରୀ ରଞ୍ଜିତ ଭୂୟାଁ ଓ ସହକାରୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ପରେ ପାଣି ଢାଳିବା ପାଇଁ ତାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?