ଦୋକାନ ଗୃହ ଅନିୟମିତତାର ତଦନ୍ତ ହେଉନି

ବାଲିଚନ୍ଦ୍ରପୁର,୨୨ା୭(ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁର ବଜାରରେ ନିର୍ମାଣାଧୀନ ଦୋକାନ ଗୃହରେ ବ୍ୟାପକ ଅନିୟମିତତା ହୋଇଛି। ଗୋଟିଏ ଗୃହ ପ୍ରଦାନ ପାଇଁ ବେଆଇନ ଭାବେ ପ୍ରଭାବଶାଳୀ ଲୋକଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଆଦାୟ କରାଯାଇଛି। ଏଥିସହିତ ସେମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରାଯାଉଛି। ମାତ୍ର ଏଠାରେ ବିସ୍ଥାପିତମାନଙ୍କୁ ଅଣଦେଖା କରାଯାଇଛି। ସେମାନଙ୍କୁ ଥଇଥାନ କରିବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ତେଣୁ ଏହି ଘଟଣାର ତଦନ୍ତ ଦାବି କରି ଯାଜପୁର ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ବିସ୍ଥାପିତ ବ୍ୟବସାୟୀ ଏବଂ ବାଲିଚନ୍ଦ୍ରପୁର ପଞ୍ଚାୟତବାସୀ ଅନେକ ଥର ଚିଠି ଲେଖିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଘଟଣାର ତଦନ୍ତ ହେଉନାହିଁ। ଫଳରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ଯଦି ଏହାର ତଦନ୍ତ ନ ହୁଏ ତେବେ ସେମାନେ ଆନ୍ଦୋନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସେମାନେ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବାଲିଚନ୍ଦ୍ରପୁର ବଜାରଟି ଅବିଭକ୍ତ କଟକ ଜିଲାର ଏକ ପ୍ରମୁଖ ବ୍ୟବସାୟ ସ୍ଥଳ। ଏହାଉପରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ହଜାରହଜାର ଲୋକ ନିର୍ଭର କରିଥାନ୍ତି। ମାତ୍ର ରାସ୍ତା ସମ୍ପ୍ରସାରଣ ଓ ପଟ୍ଟାମୁଣ୍ଡାଇ କେନାଲ ପୁନରୁଦ୍ଧାର ନିମନ୍ତେ ୨୦୧୬ରେ ଉକ୍ତ ବଜାରର ଶତାଧିକ ବ୍ୟବସାୟୀଙ୍କ ଦୋକାନ ଉଚ୍ଛେଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜୀବିକା ହରାଇଥିବା ବ୍ୟବସାୟୀ, ପଞ୍ଚାୟତ ପ୍ରତିନିଧି, ବଣିକସଂଘ ଓ ସ୍ଥାନୀୟ ମୁରବିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କିପରି ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ସେ ନେଇ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏଥିରେ କୁହାଯାଇଥିଲା, କେନାଲ ସମ୍ପ୍ରସାରଣ ପରେ ଜଳସମ୍ପଦ ବିଭାଗର ବଳକା ଜାଗାରେ ଦୋକାନ ଗୃହ ନିର୍ମାଣ କରାଯିବ। ସେଠାରେ ପ୍ରଥମେ ବିସ୍ଥାପିତମାନଙ୍କୁ ଥଇଥାନ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଘର ପ୍ରଦାନର ବ୍ୟବସ୍ଥା କରାଯିବ। ବୈଠକର ନିଷ୍ପତ୍ତି ଅନୁସାରେ ବଳକା ଜମିରେ ପଞ୍ଚାୟତ ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଗଲା। ଏହାପରେ ବିସ୍ଥାପିତମାନଙ୍କୁ ଦୋକାନ ଗୃହ ପାଇଁ ଆବେଦନ କରିବାକୁ କୁହାଗଲା। ଫଳରେ ସମସ୍ତ ବିସ୍ଥାପିତ ଓ ଅନ୍ୟମାନେ ଗୃହ ପାଇଁ ଆବେଦନ କରିଥିଲେ। ମାତ୍ର ପଞ୍ଚାୟତ ପକ୍ଷରୁ ପୂର୍ବ ପ୍ରତିଶ୍ରୁତି ଓ ବିସ୍ଥାପିତଙ୍କ କଥାକୁ ବିଚାରକୁ ନିଆ ନ ଯାଇ ଉପରୋକ୍ତ ଚଞ୍ଚକତା କରାଯାଇଛି। ଫଳରେ ବାଦ ପଡ଼ିଥିବା ବ୍ୟବସାୟୀଙ୍କ ମଧ୍ୟରୁ କେତେଜଣ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନିର୍ମାଣାଧୀନ ଦୋକାନ ଘର ଗୁଡ଼ିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହି ନଷ୍ଟ ହେବାକୁ ବସିଲାଣି। ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ

ବରଗଡ଼ ଅଫିସ୍‌,୧୨।୮: ବରଗଡ଼ରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିଛି । ୧ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗଫୁଟରେ ଉକ୍ତ...

ଯୁବକଙ୍କ ହତ୍ୟା କରି ପୋଖରୀରେ ଫିଙ୍ଗିଲେ

ଶେରଗଡ଼, ୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।...

ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ସୌମ୍ୟଙ୍କ ମୃତ୍ୟୁ ପଛର ରହସ୍ୟ

ସୋର,୧।୮: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଏଥିସହ ପୋଲିସର ତଦନ୍ତକୁ ନେଇ ପରିବାର ଲୋକେ...

ଆଇଏପି ଅନିୟମିତତାର ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୬।୭: ମାଓବାଦୀ ଉପଦ୍ରୁତ ଆଦିବାସୀ ତଥା ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ସମନ୍ବିତ କାର୍ଯ୍ୟକ୍ରମ ଯୋଜନା ବା ଇଣ୍ଟିଗ୍ରେଟେଡ...

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୨୯ କୁ ବୃଦ୍ଧି...

ବନ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ସହାୟତା ଦିଅ

ଅମରପାଲି,୨୩ା୮(ଡି.ଏନ.ଏ.): ମହାନଦୀରେ ଆସିଥିବା ବନ୍ୟାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଖମ୍ବେଶ୍ୱରିପାଲି ଓ କମଲପୁର ଗାଁର ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା...

ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ

ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...

ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର

କାକଟପୁର, ୨୩।୧୨(ଡି.ଏନ୍‌.ଏ.): କାକଟପୁର ମା’ ମଙ୍ଗଳା ମନ୍ଦିର ଖୋଲିଛି। କରୋନା ଯୋଗୁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିବା ପରେ ବୁଧବାର ସମ୍ପୂର୍ଣ୍ଣ...

Advertisement
Archives

Model This Week