ଅନିୟମିତ ବର୍ଷା: ବିପଦରେ ଚାଷ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲ ନଷ୍ଟ ଓ ଗ୍ରୀନ୍‌ ହାଉସ ଗ୍ୟାସ ବୃଦ୍ଧି ଯୋଗୁ ଜଳବାୟୁରେ ବ୍ୟାପକ ଅସନ୍ତୁଳନ ଦେଖାଦେଲାଣି। ଗତ ଦୁଇ ଦଶନ୍ଧି ହେବ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ଅସ୍ବାଭାବିକତା ପରିଲକ୍ଷିତ ହେଉଛି। ଅନିୟମିତ ବର୍ଷା ଯୋଗୁ ଚାଷ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। ବର୍ଷା ଉପରେ ନିର୍ଭର କରୁଥିବା ଦେଶଗୁଡିକ ଆଗାମୀ ଦିନରେ ଭୟଙ୍କର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ ବୋଲି ନିକଟରେ ପ୍ରକାଶିତ ଜାତିସଂଘ ଡିଜାଷ୍ଟର ରିସ୍କ ରିଡକ୍ସନ(ୟୁଡିଆରଆର) ରିପୋର୍ଟରେ ଚେତାବନୀ ଦିଆଯାଇଛି।
ଚଳିତବର୍ଷ ମୌସୁମୀ ଅନିୟମିତତା ଯୋଗୁ ରାଜ୍ୟରେ ଚାଷ ପ୍ରଭାବିତ ହୋଇଛି। ସ୍ବଳ୍ପ ବର୍ଷା ଯୋଗୁ ଖୋର୍ଦ୍ଧା, ବାଲେଶ୍ୱର, ପୁରୀ, ଗଜପତି ଆଦି ଜିଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଅଗଷ୍ଟରେ ଅଧିକ ବର୍ଷା ଯୋଗୁ ରାଜ୍ୟରେ ଯାଜପୁର, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଭଦ୍ରକ, ପୁରୀ ଜିଲାରେ ଅନେକ ଜମିର ଫସଲ ଉଜୁଡି ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ୧୭ ଜିଲାରେ ସାଧାରଣ ବୃଷ୍ଟିପାତ (୧୯ ପ୍ରତିଶତ)ଠାରୁ ଅଧିକ ହୋଇଥିବାବେଳେ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିଲା। ସେଥିରୁ ୬ ଜିଲାରେ ସାଧାରଣ ବୃଷ୍ଟିପାତଠାରୁ ୧୦୫ ପ୍ରତିଶତରୁ ୧୭୬ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ହୋଇଥିବାବେଳେ ନୂଆପଡା ଜିଲାରେ ୩୧.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଅଗଷ୍ଟରେ ୪ଟି ଲଘୁଚାପ ହୋଇଥିଲା। ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଏହି ବନ୍ୟାରେ ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲା କ୍ଷତିଗ୍ରସ୍ତ ହୋଇଥିଲା। ଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନକୁ ଦେଖି ରାଜ୍ୟ ସରକାର ଅଣ ଧାନ ଫସଲ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାଛଡା ବିଭିନ୍ନ ବିଭାଗକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।
ଅନିୟମିତ ବର୍ଷା ଯୋଗୁ ଫସଲରେ ପୋକ ଲାଗୁଛି। ଏଥିଯୋଗୁ ଅଧିକ କୀଟନାଶକ ବ୍ୟବହାର ହେଉଛି। ଏହାଦ୍ୱାରା ଫସଲ ଉତ୍ପାଦନ ହ୍ରାସ ପାଇବା ସହ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ୫୧ ପ୍ରତିଶତ ଜମି ବର୍ଷା ଉପରେ ନିର୍ଭର କରେ, ଯାହା କି ଦେଶର ସମୁଦାୟ ଖାଦ୍ୟଶସ୍ୟ ୪୦ ପ୍ରତିଶତ ଉତ୍ପାଦନ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ଉପରେ ପ୍ରଭାବ ପଡିବା ଆଶଙ୍କା ଅଧିକ ରହିଛି। ଜାତିସଂଘ ରିପୋର୍ଟରେ କୁହାଯାଇଛି, ଗତ ଦୁଇ ଦଶନ୍ଧି ମଧ୍ୟରେ ମୌସୁମୀ ବର୍ଷାର ଅନିୟମିତତା ଯୋଗୁ ବିଶ୍ୱରେ ୭୦ ପ୍ରତିଶତ ଚାଷ ପ୍ରଭାବିତ ହେବା ସହ ୧.୩ ବିଲିୟନ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି। ୟୁଏନ୍‌ଡିଆରଆର ରିପୋର୍ଟ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ୦.୫୧ ନିୟୁତ ଲୋକଙ୍କର ଜୀବନ ଯାଇଥିବା ବେଳେ ୩.୯ ବିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ଏହି ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିମାଣ ମଧ୍ୟ ଦୁଇଗୁଣ ବୃଦ୍ଧି ପାଇଛି। ୧୯୮୦ରୁ ୧୯୯୯ ମଧ୍ୟରେ ସମଗ୍ର ବିଶ୍ୱରେ ୩୬୫୬ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବା ବେଳେ ୨୦୦୦ରୁ ୨୦୧୯ ମଧ୍ୟରେ ୬ ହଜାର ୬୮୧ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏଥିଯୋଗୁ କେବଳ ଭାରତ ଓ ଚାଇନାରେ ୨.୮ ବିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରତ୍ୟେକ ବର୍ଷ ୨୦୦ ନିୟୁତ ଲୋକ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଛନ୍ତି। ବର୍ଷା ନ ହେବାରୁ ୧.୪ ବିଲିୟନ ଲୋକ ମରୁଡିର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଅଭାବରୁ ଜଳ ସଙ୍କଟ ସୃଷ୍ଟି ହେବା ସହ ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ଦାରିଦ୍ର୍ୟ, କ୍ଷୁଧା ଭଳି ସମସ୍ୟା ସୃଷ୍ଟି ହେବା ଯୋଗୁ ତାହା ଦୀର୍ଘ ସମୟ ଧରି ଅର୍ଥନୈତିକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri