Posted inଫୁରସତ

ଆଇରନ୍‌ ଲେଡି

ନାରୀର ଶକ୍ତି ଅସୀମିତ । ସେ କୌଣସି ନିର୍ଦ୍ଦିଷ୍ଟତା ଭିତରେ ସୀମିତ ନୁହେଁ, ଯାହାକୁ ପ୍ରମାଣିତ କରିଛନ୍ତି ଏଇ ଆଇରନ୍‌ ଲେଡିମାନେ। ପୁରୁଷ ପ୍ରଧାନ ବଡି ବିଲ୍ଡିଂ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରି ନାରୀର ଶକ୍ତିକୁ ସାରା ଦୁନିଆକୁ ଦେଖାଇଛନ୍ତି…

ଜାସ୍ମିନ ଚୌହାନ: ଗୁରଗାଓଁ, ହରୟାନାର ଜାସ୍ମିନ ଚୌହାନ୍‌ ବେଶ୍‌ ପରିଚିତ ଆଇରନ୍‌ ଲେଡିଭାବେ। ଦେଖିବାକୁ ବେଶ୍‌ ସୁନ୍ଦର, ଶରୀର କିନ୍ତୁ ତାଙ୍କର ଲୁହା ପରି ଶକ୍ତ। ବଡିବିଲ୍ଡିଂରେ ସେ ଅନେକ ଚାମ୍ପିୟନଶିପ୍‌ ଜିତିଛନ୍ତି। ୨୦୧୬ରେ ଆଇବିବିଏଫ୍‌ଏଫ୍‌ ତରଫରୁ ଆୟୋଜିତ ମିସ୍‌ ଏସିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ। ସେହି ବର୍ଷ ସେ ମିସ୍‌ ଇଣ୍ଡିଆ ଫିଜିକ୍‌ସ ଆଣ୍ଡ ଫିଟନେସ୍‌ ଟୁର୍ନାମେଣ୍ଟ ଏବଂ ପାଓ୍ବାର ଲିଫ୍ଟିଂ ପ୍ରତିଯୋଗିତାର ଡବଲ୍‌ସରେ ବି ସ୍ବର୍ଣ୍ଣ ପଦକ ହାସଲ କରି ଦେଶର ନାଁକୁ ଗୌରବମଣ୍ଡିତ କରିଥିଲେ। ୨୦୦୫ରେ ଜାସ୍ମିନ ଗ୍ଲାଡରାଗ୍‌ ମିସେଜ୍‌ ଇଣ୍ଡିଆରେ ବି ଜିତିଥିଲେ। ସେ କେବଳ ଜଣେ ଆଥ୍‌ଲିଟ୍‌ ନୁହନ୍ତି ଜଣେ ବିଜନେସ୍‌ ଉମେନ୍‌ ମଧ୍ୟ ଅଟନ୍ତି। ଗୁରଗାଓଁରେ ନିଜର ଏକ ଜିମ୍‌ ଅଛି। ସେଠାରେ ସେ ଉଭୟ ମହିଳା ଓ ପୁରୁଷଙ୍କୁ ଟ୍ରେନିଂ ଦେଇଥାନ୍ତି। ନିଜ ଜିମ୍‌ରେ ସେ ପ୍ରତି ମାସ ୫୦୦ ପୁରୁଷ ମହିଳାଙ୍କୁ ତାଲିମ ଦେଇଥାନ୍ତି। ତେବେ ଛୋଟବେଳେ ଜାସ୍ମିନ ଏକ ରୋଗ ପାଇଁ ବେଶ୍‌ ମୋଟା ହୋଇଯାଇଥିଲେ। ସ୍କୁଲ କଲେଜରେ ତାଙ୍କୁ ବହୁତ ଚିଡାଉଥିଲେ। ସେଥିପାଇଁ ସେ ନିଜକୁ ଫିଟ୍‌ କରିବା ଲାଗି ଜିମ୍‌ ଯାଇ ଏକ୍ସରସାଇଜ୍‌ କରିବା ଆରମ୍ଭ କରିଥିଲେ। ପରେ ଏହା ତାଙ୍କ ନିଶା ପାଲଟିଗଲା। ଆଉ ସେ ପାଲଟିଗଲେ ବଡିବିଲ୍ଡର। ସେ ଏକ ଝିଅର ମା’ ବି।

ସୋନାଲି ସ୍ବାମୀ: ବାଙ୍ଗାଲୁରର ସୋନାଲି ଏକାଧାରରେ ଜଣେ ପତ୍ନୀ, ମା’, ଇନଷ୍ଟ୍ରକ୍ଟର ଏବଂ ଆଥ୍‌ଲିଟ। ସେ ଦୁଇଟି ସନ୍ତାନର ଜନନୀ ହେବା ପରେ ୩୭ ବର୍ଷ ବୟସରେ ଜିମ୍‌ ଯିବା ଆରମ୍ଭ କରିଥିଲେ। କଠିନ ପରିଶ୍ରମ କରି ସେ ଧୀରେ ଧୀରେ ଏକ ସୁନ୍ଦର ଟୋନ୍‌ଡ ବଡି ପାଇବାରେ ସଫଳ ହେଲେ। ଆଉ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ। ତେବେ ବିବାହିତା ଓ ଦୁଇ ସନ୍ତାନର ମା’ ହୋଇ ବିକିନି ପିନ୍ଧିବାକୁ ତାଙ୍କୁ ଲାଜ ଲାଗୁଥିଲା। କିନ୍ତୁ ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କର ସହଯୋଗ ଥିଲା, ଯାହାକି ତାଙ୍କୁ ଆଗକୁ ବଢିବାର ସାହସ ଦେଇଥିଲା। ହେଲେ ତାଙ୍କ ନିଜ ମା’ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପସନ୍ଦ କରୁ ନଥିଲେ। ଏମିତିରେ ସୋନାଲୀ ୨୦୧୪ରେ ‘ଫିଟ୍‌ ଫ୍ୟାକ୍ଟର’ ପ୍ରତିଯୋଗିତା ଓ ପରେ ‘ମସଲ୍‌ ମାନିଆ’ ପ୍ରତିଯୋଗିତାରେ ବିଜୟହାସଲ କଲେ। ଆଉ ୨୦୧୬ରେ ଭୁଟାନରେ ଆୟୋଜିତ ୫୦ତମ ‘ଏସିଆନ ବଡିବିଲ୍ଡିଂ ଚାମ୍ପିୟନଶିପ୍‌’ରେ ‘ଓମେନ୍‌ସ ମଡେଲ ଫିଜିକ କାଟାଗୋରୀ’ରେ ବ୍ରୋଞ୍ଜ ପଦକ ହାସଲ କଲେ। ଯେଉଁଦିନ ସେ ପ୍ରତିଯୋଗିତାରେ ଜିତି ଟ୍ରଫି ପାଇଥିଲେ ଶାଶୁ ଖୁସିରେ କହିଥିଲେ ଏମିତି ଆହୁରି ଟ୍ରଫି ଘରକୁ ଆସିବ। ପରେ ତାଙ୍କ ମା’ ବି ତାଙ୍କ ଦକ୍ଷତାକୁ ଚିହ୍ନିପାରିଥିଲେ ଓ ସପୋର୍ଟ କଲେ। ଏବେ ସେ ଜଣେ ସାର୍ଟିଫାଇଡ୍‌ ଜୁମ୍ବା, ବୋକଓ୍ବା, ଏରୋବିକ୍‌, ଟିଆରଏକ୍ସ ସସପେନସନ୍‌ ଇନ୍‌ଷ୍ଟ୍ରକ୍ଟର ଭାବେ ଅନ୍ୟଙ୍କୁ ତାଲିମ ଦେଉଛନ୍ତି।

ଶ୍ୱେତା ମେହତା: ହରିୟାଣାର ଝିଅ ଶ୍ୱେତା ପଢା ସାରିବା ପରେ ବାଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ଚାକିରି କଲେ। ମାସକୁ ୭୦ହଜାର ଟଙ୍କା ଦରମା ପାଉଥିଲେ। ତେବେ ୫ ବର୍ଷ ଚାକିରି କରିବା ପରେ ଫିଟନେସ୍‌ ଦୁନିଆରେ ନାଁ କରିବା ଲାଗି ସେ ଚାକିରି ଛାଡିଦେଲେ। ଶ୍ୱେତାଙ୍କର ଏହି ନିଷ୍ପତ୍ତିରେ ଘରେ ଖୁସି ନ ଥିଲେ। ଅନେକ ବୁଝାଇବା ପରେ ସେମାନେ ବୁଝିଲେ। ଶ୍ୱେତା ଦିନ ରାତି ପରିଶ୍ରମ କଲେ ପ୍ରତିଯୋଗିତାରେ ଭାଗ ନେବା ପାଇଁ। ହେଲେ ବିକିନୀ ପିନ୍ଧା ଅନିବାର୍ଯ୍ୟ ହୋଇଥିବାରୁ ଘରେ ପୁଣିଥରେ ପ୍ରତିବାଦ କଲେ। କିନ୍ତୁ ଶ୍ୱେତା ଥିଲେ ଅଟଳ। ଏଣେ ଚାକିରି ଛାଡି ଦେଇଥିବାରୁ ବ୍ୟାୟାମ ସହ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ପାଇଁ ଟଙ୍କାର ଅଭାବ ଦେଖାଦେଲା। ସେଥିପାଇଁ ସେ ନିଜର ବଡ ଘରଛାଡି ଛୋଟ ଘରେ ରହିଲେ। ଆଉ ଏହି ପରିଶ୍ରମର ଫଳ ତାଙ୍କୁ ସେତେବେଳେ ମିଳିଲା, ଯେବେ ସେ ବିଭିନ୍ନ ଚାମ୍ପିୟନଶିପ୍‌ ଜିତିଲେ। ୨୦୧୬ରେ ଜେରାଇ ଓମେନ ଫିଟନେସ୍‌ ମଡେଲ ଚାମ୍ପିୟନଶିପ୍‌ ବି ଜିତିଲେ। ଫଳରେ ପୃଥିବୀର କେତେଜଣ ଭଲ ଫିଟନେସ୍‌ ଏଥ୍‌ଲିଟଙ୍କ ଭିତରେ ଶ୍ୱେତାଙ୍କୁ ଗଣନା କରାଯାଉଛି। ସେ ଏମ୍‌ଟିଭି ରୋଡିଜ୍‌ ରାଇଜିଂ-୧୪ ବି ଜିତିଥିଲେ। ଏହି ଶୋ’ରେ ସେ କ୍ରିକେଟର୍‌ ହରଭଜନ ସିଂଙ୍କୁ ନିଜ କାନ୍ଧରେ ବସାଇ ଟେକି ଚର୍ଚ୍ଚାକୁ ଆସିଥିଲେ।

ଦୀପିକା ଚୌଧୁରୀ: ଭୋପାଳ ମଧ୍ୟପ୍ରଦେଶର ଦୀପିକା ହେଉଛନ୍ତି ଭାରତର ପ୍ରଥମ ମହିଳା ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ବଡି ବିଲ୍ଡିଂ ଆଣ୍ଡ ଫିଟନେସ୍‌ ପ୍ରଫେସନାଲ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତକୁ ରିପ୍ରେଜେଣ୍ଟ କରିଛନ୍ତି। ୨୦୧୪ରେ ସେ ‘ବ୍ୟାଟେଲ ଅନ୍‌ ଦ ବିଚ୍‌’ ଓ ‘ଫିଟ ଲଡରଡେଲ କପ୍‌’ରେ ବିଜୟ ହାସଲ କରିଥିଲେ। ଏହାବାଦ ‘ଦି ଷ୍ଟିଭଷ୍ଟୋନ ମେଟ୍ରୋପଲିଟାନ ଚାମ୍ପିୟନଶିପ୍‌, ଆଟଲାଣ୍ଟିକ୍‌ ଷ୍ଟେଟ୍‌ସ ଚାମ୍ପିୟନଶିପ୍‌, ଏନ୍‌ପିସି ଇଷ୍ଟର୍ନ ୟୁଏସ୍‌ ଚାମ୍ପିୟନଶିପ୍‌ରେ ବିଜୟିନୀ ହୋଇ ଦେଶର ନାଁକୁ ଗୌରବାନ୍ବିତ କରିଛନ୍ତି। ପେସାରେ ଦୀପିକା ଜଣେ ଭାଇରୋଲୋଜିଷ୍ଟ। ପୁନେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ମୋଲେକ୍ୟୁଲାର ବାୟୋଲୋଜିଷ୍ଟ ଭାବେ କାମ କରନ୍ତି।

କିରଣ ଡେମ୍ବଲା: ବିବାହ ଓ ଦୁଇ ଛୁଆର ମା’ ହେବା ପରେ କିରଣଙ୍କର ସମୟ କେବଳ ଘର, ସ୍ବାମୀ ଓ ପିଲାଙ୍କ କଥା ବୁଝିବାରେ ବିତୁଥିଲା। ତେବେ ହଠାତ୍‌ ଥରେ ବ୍ରେନ୍‌ରେ ବ୍ଲଡ କ୍ଲଟ ହେଇ ସେ କଥା କହିବା ଓ ମୁଣ୍ଡ ହଲାଇବାରେ ଅସମର୍ଥ ହୋଇଗଲେ। ଅନେକ ଚିକିତ୍ସା ପରେ ଭଲ ହେଲେ ସତ, କିନ୍ତୁ ଏତେ ମୋଟା ହେଇଯାଇଥିଲେ ଯେ ଆଇନାରେ ନିଜକୁ ଚିହ୍ନିପାରୁ ନଥିଲେ। ତେଣୁ ସେ ଯୋଗ, ସୁଇମିଂ କରିବା ଆରମ୍ଭ କଲେ। ଏଥିରେ ବିଶେଷ ସୁଫଳ ନ ମିଳିବାରୁ ଜିମ୍‌ ଗଲେ। ପରିଶ୍ରମ କରି ୨୫ କି.ଗ୍ରା. ଓଜନ କମାଇବା ପରେ ସେ ଜିମ୍‌ ପ୍ରେମରେ ପଡିଗଲେ। ୪୦ ବର୍ଷ ବୟସରେ ସିକ୍ସ ପ୍ୟାକ୍‌ ବି କଲେ। ଆଉ ଭାରତୀୟ ବଡି ବିଲ୍ଡିଂ ଫେଡେରେଶନ୍‌ରୁ ବୁଡାପେଷ୍ଟରେ ଆୟୋଜିତ ଓ୍ବାର୍ଲଡ ବଡି ବିଲ୍ଡିଂ ଚାମ୍ପିୟନଶିପ୍‌ରେ ଅଂଶ ଗ୍ରହଣ କରିବାକୁ ପ୍ରସ୍ତାବ ଆସିଲା। ପ୍ରଥମେ ତାଙ୍କ ସ୍ବାମୀ ରାଜି ହୋଇ ନ ଥିଲେ। କାରଣ ସେଥିରେ ବିକିନୀ ପିନ୍ଧିବାକୁ ପଡିବ। କିନ୍ତୁ ସେ ତାଙ୍କୁ ବୁଝାଇଦେଇଥିଲେ। ଆଉ ୪ ମାସ ପରିଶ୍ରମ କରି ୨୦୧୩ରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଷଷ୍ଠ ସ୍ଥାନରେ ରହିଲେ। ତାଙ୍କର ନିଜର ଜିମ୍‌ ଅଛି। ସେ ରାମଚରଣ, ତମନ୍ନା ଭାଟିଆ, ଅନୁଷ୍କା ସେଟ୍ଟି, ତାପସୀ ପନ୍ନୁ ଭଳି ସାଉଥ୍‌ ଇଣ୍ଡିଆ ଷ୍ଟାରଙ୍କୁ ତାଲିମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri