Categories: ଖେଳ

ଇର୍ଫାନ ଓ ଅନ୍ୟ ୪ଜଣ ନେଗେଟିଭ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)- ଗୁରୁବାର ହୋଇଥିବା ଦ୍ୱିତୀୟ କୋଭିଡ୍‌ ଟେଷ୍ଟରେ ଅଲିମ୍ପିକରେ ଭାଗ ନେବାକୁ ଥିବା ରେସ୍‌ ଓ୍ବାକର କେ.ଟି. ଇର୍ଫାନ ଓ ଅନ୍ୟ ୪ଜଣ ଆଗଧାଡ଼ି ଦୌଡ଼କୁଦ ଆଥଲେଟ୍‌ଙ୍କ ଫଳାଫଳ ନେଗେଟିଭ ଆସିଛି। ଏହାପୂର୍ବରୁ ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସେଣ୍ଟର ଅଫ୍‌ ଏକ୍ସିଲେନ୍ସଠାରେ ଗତ ମେ ୭ରେ ହୋଇଥିବା ସାପ୍ତାହିକ ଟେଷ୍ଟରେ ଏହି ୫ଜଣଙ୍କ ଫଳାଫଳ ପଜିଟିଭ ଆସିଥିଲା। ଏମାନେ ସମସ୍ତେ ଏପ୍ରିଲ ୨୯ରେ ସେମାନଙ୍କର ପ୍ରଥମ କରୋନା ଟିକା ନେଇଥିଲେ। ଯେଉଁ ୨୨ଜଣ ଆଥଲେଟଙ୍କ ଟେଷ୍ଟ ହୋଇଥିଲା ସେମାନଙ୍କ ମଧ୍ୟରୁ ଜଣଙ୍କର ଫଳାଫଳ ପଜିଟିଭ ଆସିଥିଲା। ହେଲେ ତାଙ୍କ ବିଷୟରେ ସାଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବେଙ୍ଗାଲୁରୁସ୍ଥିତ ସାଇ କ୍ୟାମ୍ପସ୍‌ରେ ସମଗ୍ର ଦେଶରୁ ଆସିଥିବା ଆଥ୍‌ଲେଟମାନେ ଟ୍ରେନିଂ ନେଉଛନ୍ତି। ସେମାନଙ୍କର ପ୍ରତି ସପ୍ତାହରେ ଥରେ ଲେଖାଏ କୋଭିଡ୍‌ ଟେଷ୍ଟ କରାଯାଉଛି।

Share