Categories: ଖେଳ

ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ଦଳ ଘୋଷଣା କଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ,୫।୮: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି୨୦ ସିରିଜ ଲାଗି ଦଳ ଘୋଷଣା କରିଛି ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ। ପର୍ଲ ଷ୍ଟିରଲିଂଙ୍କ ଅଧିନାୟକତ୍ୱରେ ଦଳ ଜସପ୍ରିତ ବୁମ୍‌ରା ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସହ ମୁକାବିଲା କରିବ। ଅଗଷ୍ଟ ୧୮ରୁ ଏହି ସିରିଜ ଆରମ୍ଭ ହେବାକୁ ଥିବା ବେଳେ ୨୦ ଏବଂ ୨୩ରେ ବାକି ମୁକାବିଲା ଖେଳାଯିବ।
ତେବେ ଆୟର୍ଲାଣ୍ଡର ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ରେ ସ୍ଥାନ ପାଇଛନ୍ତି ୨୦୨୪ ଆଇସିସି ଟି୨୦ ବିଶ୍ୱକପ୍‌ ଟିକେଟ ହାସଲ କରିବାରେ ଯୋଗଦାନ ଦେଇଥିବା ଖେଳାଳି। ଏହାଛଡ଼ା ଅଲରାଉଣ୍ଡର ଫିଓନ ହ୍ୟାଣ୍ଡ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ଦଳ: ପଲ ଷ୍ଟିରଲିଂ (ଅଧିନାୟକ), ଆଣ୍ଡ୍ରିୟୁ ବାଲବର୍ନି, ମାର୍କ ଅଦାୟର୍‌, ରସ ଅଦାୟର୍‌, କାର୍ଟିସ କ୍ୟାମ୍ପର୍‌, ଗାରେଥ ଡେଲାନି, ଜର୍ଜ ଡକ୍ରେଲ, ଫିଓନ ହ୍ୟାଣ୍ଡ, ଜୋସ ଲିଟିଲ, ବ୍ୟାରି ମ୍ୟାକକାରି, ହ୍ୟାରି ଟେକ୍ଟର, ଲର୍କାନ ଟକର୍‌, ଥିଓ ଭାନ ୱର୍କମ, ବେନ ହ୍ବାଇଟ, କ୍ରେଗ ୟଙ୍ଗ
Share