ଶତ୍ରୁତା ଭୁଲି ସାଉଦି ଆରବ ଗସ୍ତ କରିବେ ଇରାନର ରାଷ୍ଟ୍ରପତି ଇବ୍ରାହିମ, ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ହେବ ଚର୍ଚ୍ଚା

ତେହରାନ,୭।୧୧: ଦୀର୍ଘ ଦିନ ଧରି ସାଉଦି ଆରବ ଏବଂ ଇରାନ ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ଦେଶ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ। ହେଲେ ଏହି ସମୟରେ ଖବର ଆସିଛି ଯେ ପ୍ରାୟ ୧୧ ବର୍ଷ ପରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ସାଉଦି ଆରବ ଗସ୍ତ କରିବେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଇସି ଆସନ୍ତା ରବିବାର ରିୟାଦରେ ପହଞ୍ଚିବେ ଏବଂ ଏଠାରେ ସେ ଇସ୍ରାଏଲ-ହମାସ ଯୁଦ୍ଧ ସହ ଜଡିତ ଏକ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହାପୂର୍ବରୁ ଅକ୍ଟୋବର ୧୧ରେ ଇରାନର ରାଷ୍ଟ୍ରପତି ଏବଂ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଆଞ୍ଚଳିକ ପ୍ରାଧାନ୍ୟକୁ ନେଇ ଇରାନ ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ଗତ ୧୧ ବର୍ଷ ମଧ୍ୟରେ ଇରାନର କୌଣସି ରାଷ୍ଟ୍ରପତି ସାଉଦି ଆରବ ଗସ୍ତ କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ରାଇସି ରିୟାଦ ଗସ୍ତ କରିବେ ଯେଉଁ ସମୟରେ ଉଭୟ ଦେଶ ସାତ ବର୍ଷ ପରେ କୂଟନୈତିକ ସମ୍ପର୍କର ପୁନରୁଦ୍ଧାର ସହିତ ସମ୍ପର୍କକୁ ସ୍ବାଭାବିକ କରିବାକୁ ରାଜି ହୋଇଛନ୍ତି। ରାଇସି ପୂର୍ବରୁ, ୨୦୧୨ରେ, ଇରାନର ତତ୍କାଳୀନ ରାଷ୍ଟ୍ରପତି ସାଉଦି ଆରବ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

ମୁକେଶ ଅମ୍ବାନୀଙ୍କ 0 ଦରମା; ୬ ବର୍ଷରେ ବି ନେବେନି, ଆୟର ଉତ୍ସ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୨୮।୫: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ବର୍ଷ ପୁଣି ଥରେ କମ୍ପାନୀରୁ ଦରମା ନେବେ ନାହିଁ ବୋଲି…

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ଶିଶୁ ସୁରକ୍ଷା ଅଭିଯାନ, ଟାଣଖରାରେ ଖଟୁଛନ୍ତି ଶିଶୁଶ୍ରମିକ

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶିଶୁଶ୍ରମିକ ନିରୋଧ ଯୋଜନା ଫେଲ୍‌ ମାରୁଛି। ପ୍ରତି ମାସରେ ଏନେଇ ଟାସ୍କ ଫୋର୍ସର ଘନଘନ ବୈଠକ ସତ୍ତ୍ୱେ…

Twisha Death Case: ଗିରଫ ହେଲେ ଗିରିବାଳା

ନୂଆଦିଲ୍ଲୀ,୨୮।୫: ମଧ୍ୟପ୍ରଦେଶର ଭୋପାଳରେ ଟ୍ବିଶା ଶର୍ମାଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ନିରନ୍ତର ଅପଡେଟ ସାମ୍ନାକୁ ଆସୁଛି। ଏହି ସଦ୍ୟତମ ଘଟଣାକ୍ରମରେ, ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କ ସାମ୍ନାରେ…

ରାଜ୍ୟ ସଭା ଯିବାକୁ ମନା କଲେ ସିଦ୍ଧରାମାୟା! ଜାଣନ୍ତୁ ଏହା ପଛର କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟ ସଭାକୁ ଯିବେ ନାହିଁ।…

Vaibhav Suryavanshi Car Collection: ଲାଇସେନ୍ସ ବିନା ମଧ୍ୟ, ବୈଭବଙ୍କ ପାଖରେ ରହିଛି ବହୁ ମୂଲ୍ୟବାନ କାର କଲେକ୍ସନ, ଦାମ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୨୮।୫: ବର୍ତ୍ତମାନ କ୍ରିକେଟ ଜଗତରେ କେବଳ ଗୋଟିଏ ନାମ ପ୍ରାଧାନ୍ୟ ବିସ୍ତାର କରୁଛି, ଏବଂ ସେହି ନାମଟି ଆଉ କାହାରି ନୁହେଁ ବରଂ ୧୫ ବର୍ଷୀୟ ବାମହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri