ଇରାନକୁ ଲାଗିଲା ବଡ଼ ଝଟ୍‌କା: ଏବେ କରିପାରିବନି ଏହି କାମ

ଜେରୁଜେଲମ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। G-7 ଶିଖର ସମ୍ମିଳନୀରୁ ଇରାନ ପାଇଁ ଏକ ଚେତାବନୀ ଆସିଛି। ଏଥର G-7 ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। G-7 ର ଶୀର୍ଷ ନେତାମାନେ ଏକ ମିଳିତ ବିବୃତ୍ତି ଜାରି କରି ତେହେରାନକୁ ଚେତାବନୀ ଦେଇଛନ୍ତି। G-7 ନେତାମାନେ କହିଛନ୍ତି, ଇରାନକୁ କେବେବି ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବ ନାହିଁ। ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଉପସ୍ଥିତ ଅଛନ୍ତି।

G-7 ଶିଖର ସମ୍ମିଳନୀର ଶୀର୍ଷ ନେତାମାନେ ଏକ ବିବୃତ୍ତିରେ କହିଛନ୍ତି, ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାର ଅଛି। ଆମେ ଏହାର ସୁରକ୍ଷା ପାଇଁ ଇସ୍ରାଏଲକୁ ସମର୍ଥନ କରୁ। ନାଗରିକଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଇରାନ ଆଞ୍ଚଳିକ ଅସ୍ଥିରତା ଏବଂ ଆତଙ୍କବାଦର ଏକ ପ୍ରମୁଖ କାରଣ। ଆମେ ନିରନ୍ତର ସ୍ପଷ୍ଟ କରିଆସିଛୁ ଯେ, ଇରାନ କେବେବି ପରମାଣୁ ଅସ୍ତ୍ର ରଖିପାରିବ ନାହିଁ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ସମସ୍ତ G-7 ନେତା ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଯଦି ଇରାନ ସମସ୍ୟାର ସମାଧାନ ହୁଏ, ତେବେ ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇପାରିବ। ଏଥିରେ ଗାଜାରେ ଯୁଦ୍ଧବିରତି ମଧ୍ୟ ଅନ୍ତର୍ଭୁକ୍ତ। G-7 ଦେଶଗୁଡ଼ିକ ଇସ୍ରାଏଲକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି, ଏହାର ଆତ୍ମରକ୍ଷା କରିବାର ପୂର୍ଣ୍ଣ ଅଧିକାର ଅଛି।

ପ୍ରଧାନମନ୍ତ୍ରୀ ମୋଦି G-7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାନାଇସ୍କିସରେ ପହଞ୍ଚିଛନ୍ତି। ଏହା ଦଶନ୍ଧି ମଧ୍ୟରେ ମୋଦିଙ୍କର ପ୍ରଥମ କାନାଡା ଗସ୍ତ। ଏହି ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ବିଶ୍ୱ ନେତାମାନଙ୍କୁ ଭେଟି ଶକ୍ତି ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସମେତ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ସନ୍ଧ୍ୟାରେ ସାଇପ୍ରସରୁ କାନାଡାରେ ପହଞ୍ଚିଥିଲେ। କାନାନାଇସ୍କିସରେ ଏହି ସମ୍ମିଳନୀ ଜୁନ ୧୬ ରୁ ଜୁନ ୧୭ ପର୍ଯ୍ୟନ୍ତ ଚାଲିବ। ଏହା ପ୍ରଧାନମନ୍ତ୍ରୀଙ୍କ G-7 ଶିଖର ସମ୍ମିଳନୀରେ ଲଗାତାର ଷଷ୍ଠ ଅଂଶଗ୍ରହଣ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?