ଟ୍ରମ୍ପ୍‌ଙ୍କ ଧମକ ପରେ ନରମିଲା ଇରାନ

ଦୁବାଇ,୧୩ା୧: ଇରାନରେ ମୁଦ୍ରାସ୍ଫୀତି ଓ ଆର୍ଥତ୍କ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଅନୂ୍ୟନ ୫୪୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଆନ୍ଦୋଳନକୁ ଚାପିଦେବା ଲାଗି ଇରାନ ସରକାରଙ୍କ ରକ୍ତାକ୍ତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଉପରେ ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ। ଇରାନ ଏବେ ଓ୍ବାଶିଂଶନ ସହ ବୁଝାମଣା ଚାହୁଁତ୍ଥିବା ଟ୍ରମ୍ପ୍‌ କହିଛନ୍ତି। ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ଇରାନ ସିଧାସଳଖ ପ୍ରତିକ୍ରିୟା ଦେଇ ନ ଥିବାବେଳେ ଓ୍ବାଶିଂଟନ ଏବଂ ତେହରାନ ମଧ୍ୟରେ ଦୀର୍ଘଦିନ ଧରି ମଧ୍ୟସ୍ଥତା କରିଆସୁଥିବା ଓମାନ୍‌ର ବହିର୍ବ୍ୟାପାର ମନ୍ତ୍ରୀ ବୁଝାମଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଇରାନର ଆଣବିକ କାର୍ଯ୍ୟକ୍ରମ ଏବଂ ବାଲିଷ୍ଟିକ୍‌ ମିଶାଇଲ୍‌ ଅସ୍ତ୍ରାଗାର ବନ୍ଦ ପାଇଁ ଟ୍ରମ୍ପ୍‌ କଠୋର ଦାବି ରଖିଥିବାବେଳେ ତେହରାନ କି ପ୍ରକାର ପ୍ରତିଶ୍ରୁତି ଦେବ, ତାହା ସ୍ପଷ୍ଟ ହୋଇନାହିଁ।
ବିଦେଶୀ କୂଟନୀତିଜ୍ଞମାନଙ୍କୁ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଘଚି କହିଛନ୍ତି, ସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ହିଂସା ପାଇଁ ସେ ଇସ୍ରାଏଲ୍‌ ଏବଂ ଆମେରିକାକୁ ଦାୟୀ କରିଥିବାବେଳେ ଏନେଇ କୌଣସି ପ୍ରମାଣ ଦେଇନାହାନ୍ତି। ଆମେରିକା ସହ କୂଟନୈତିକ ଆଲୋଚନା ଲାଗି ଦ୍ୱାରା ଖୋଲା ରହିଥିବା ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ତେବେ ପାରସ୍ପରିକ ସ୍ବାର୍ଥ ଓ ଉଦ୍‌ବେଗର ଗ୍ରହଣୀୟତା ଆଧାରରେ ଆଲୋଚନା ହେବା ଆବଶ୍ୟକ। ଏକପାଖିଆ ଏବଂ ଏକଚ୍ଛତ୍ରବାଦ ଆଧାରିତ ଆଲୋଚନା ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ଭାଜପା ନେତାଙ୍କ ଘରେ ଲାଗିଲା ନିଆଁ: ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୪।୧:ବରିଷ୍ଠ ଭାଜପା ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ଘରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।...

ପରିଣାମ ଭୋଗିବ…ଏହି ଦେଶକୁ ଖୋଲା ଧମକ ଦେଲେ ଟ୍ରମ୍ପ, ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୧୪।୧: ଇରାନରେ ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇରାନ ସରକାର ନିଜ...

ଖୁସି ଖବର: ଭାରତ ଉପରୁ ଟାରିଫ୍‌ ହଟାଇବେ ଟ୍ରମ୍ପ! ମିଳିଲା ସିଗ୍‌ନାଲ୍‌

ଓ୍ବାଶିଂଟନ୍‌,୧୪।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରୁବିଓଙ୍କ ସହ ଫୋନରେ କଥା ହୋଇଛନ୍ତି। ଏକ ଇମେଲ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି,...

ସୋର୍ସ କୋଡ୍‌

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ପ୍ରଯୁକ୍ତିସମ୍ପନ୍ନ ଯୁଗରେ ଡାଟା ବା ତଥ୍ୟ ନୂଆ ଇନ୍ଧନ ଭାବେ ବିବେଚନା କରାଯାଉଛି। କୁହାଯାଉଛି ଯାହା ପାଖରେ ଯେତେ ତଥ୍ୟ...

ସମସ୍ତଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ହେବ ବିକାଶ: ଶୃଙ୍ଖଳାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଦାରିଙ୍ଗବାଡି, ୧୪।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର...

ଏହି ଦିନ ଯାଏ ଲାଗି ରହିବ ଶୀତ: ପଶ୍ଚିମାଝଡ଼ ପ୍ରଭାବରେ…

ଭୁବନେଶ୍ୱର,୧୪।୧ (ବନ୍ଦନା ସେଠୀ):ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜାନୁଆରୀ ୧୭ ପର୍ଯ୍ୟନ୍ତ ଶୀତ ପ୍ରଭାବ ରହିବ ଏବଂ ପଶ୍ଚିମାଝଡ଼ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି...

ମାସକର ଝିଅକୁ ବିକିଦେଲେ ବାପା-ମା’: କାରଣ ଜାଣିଲେ ଉଡିଯିବ ହୋଶ୍‌

ଭଣ୍ଡାରିପୋଖରୀ,୧୪।୧(ରାଜେନ୍ଦ୍ର ଶତପଥୀ):ଋଣ ଶୁଝିବା ପାଇଁ ନିଜ ମାସକର ଝିଅକୁ ଅନ୍ୟକୁ ବିକ୍ରି କରିଦେଲେ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା...

ଇରାନ ବିକ୍ଷୋଭ ମୃତ୍ୟୁସଂଖ୍ୟା ୨,୦୦୦

ତେହରାନ,୧୪ା୧: ଇରାନରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ସରକାର ବିରୋଧୀ ବିକ୍ଷୋଭ ଲାଗିରହିଥିବାବେଳେ ଏହାକୁ ଦମନ କରିବାକୁ ବଳ ପ୍ରୟୋଗ କରାଯାଉଛି। ବିକ୍ଷୋଭ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri