Posted inଖେଳ

ଆଇପିଏଲ୍‌ରେ ଦୁର୍ନୀତି: ଏସିୟୁର ତଦନ୍ତ

ନୂଆଦିଲ୍ଲୀ, ୪ା୧୦ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳୁଥିବା ଜଣେ କ୍ରିକେଟରଙ୍କୁ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ହେବା ଲାଗି ପ୍ରଲୋଭିତ କରାଯାଇଥିବା ଅଭିଯୋଗ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ଏହା ଉପରେ ନଜର ରଖିଥିବାବେଳେ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି। ଆଇପିଏଲ୍‌ର ୧୩ତମ ସଂସ୍କରଣ ୟୁଏଇରେ ଜୈବ-ସୁରକ୍ଷିତ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ଏପରିସ୍ଥଳରେ ଜଣେ ଖେଳାଳିଙ୍କୁ ସିଧାସଳଖ ଆପ୍ରୋଚ୍‌ କରିବା ସହଜ ନୁହେଁ। କେବଳ ଅନ୍‌ଲାଇନ୍‌ ନେଟଓ୍ବର୍କ ଦ୍ୱାରା ସମ୍ଭବ ହୋଇପାରେ। ବିସିସିଆଇ ଏସିୟୁ ମୁଖ୍ୟ ଅଜିତ୍‌ ସିଂ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଦୁର୍ନୀତିରେ ଲିପ୍ତ ହେବା ଲାଗି ଆପ୍ରୋଚ କରିଥିବା ବ୍ୟକ୍ତିଙ୍କୁ ଟ୍ରାକିଂ କରାଯାଉଛି। ତାଙ୍କର କି ସ୍ବାର୍ଥ ରହିଛି ତାହା ଯାଞ୍ଚ କରାଯାଉଛି। ଦୁର୍ନୀତି ନିବାରଣ ପ୍ରୋଟୋକଲ ଅନୁସାରେ ଗୋପନୀୟତା ଦୃଷ୍ଟିରୁ ବର୍ତ୍ତମାନ ଖେଳାଳି (ଭାରତୀୟ ଅବା ବିଦେଶୀ) ଅବା ଫ୍ରାଞ୍ଚାଇଜ୍‌ ନାମ ପ୍ରକାଶ କରାଯାଇ ନାହିଁ। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ବାୟୋ-ବବଲ ପରିବେଶରେ ଅବସ୍ଥାନ କରୁଛନ୍ତି। ତେଣୁ ଯଥା ସମ୍ଭବ ଅନ୍‌ଲାଇନରେ ଦୁର୍ନୀତି ଆପ୍ରୋଚ୍‌ ସମ୍ଭାବନା ଥିବାରୁ ଏସିୟୁ ତାହା ଉପରେ ନଜର ରଖିଛି। ଅଧିକାଂଶ ବିଶେଷ କରି ଯୁବ ଖେଳାଳିମାନେ ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ବିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟହାର କରୁଛନ୍ତି। ଅଜ୍ଞାତ ବ୍ୟକ୍ତିଙ୍କ ପ୍ରଲୋଭନର ହେବାର ଆଶଙ୍କା ରହିଛି। ଯେଉଁ ଖେଳାଳିଙ୍କୁ ଆପ୍ରୋଚ୍‌ କରାଯାଇଥିଲା ସେ ତୁରନ୍ତ ଏ ବିଷୟରେ ଏସିୟୁକୁ ଅବଗତ କରିଛନ୍ତି। ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଟୁର୍ନାମେଣ୍ଟ ପୂର୍ବରୁ ପ୍ରତ୍ୟେକ ଖେଳାଳି ଏପରିକି ୧୯ବର୍ଷରୁ କମ୍‌ ଖେଳାଳିଙ୍କୁ ଦୁର୍ନୀନି ନିବାରଣ ପ୍ରୋଟୋକଲ୍‌ ସମ୍ପର୍କରେ ସଚେତନ କରାଯାଇଛି। ସିଂଙ୍କ ନେତୃତ୍ୱରେ ଏକ ୮ ଜଣିଆ ଦଳ ୟୁଏଇରେ ଡେରା ପକାଇଛନ୍ତି। ବିସିସିଆଇ ୟୁକେର ସ୍ପୋର୍ଟରାଡାର ନାମକ ଏକ କମ୍ପାନୀ ସହ ଚୁକ୍ତି କରିଛି। ଏହା ଫ୍ରଡ୍‌ ଡିଟେକ୍ସନ ସର୍ଭିସ ଯୋଗାଇଦେବ। ଆଇପିଏଲ୍‌ ବେଳେ ବେଟିଂ ଓ ଅନ୍ୟାନ୍ୟ ଦୁର୍ନୀତି କାର୍ଯ୍ୟ ରୋକିବା କ୍ଷେତ୍ରରେ ଏହା ସହାୟତା କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri