Categories: ଖେଳ

ବିସିସିଆଇ ନିଷ୍ପତ୍ତିକୁ ଆଇପିଏଲ୍‌ ବ୍ରଡ୍‌କାଷ୍ଟର ସମର୍ଥନ

ମୁମ୍ବାଇ, ୫ା୫(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବାୟୋ ବବଲରେ କୋଭିଡ୍‌ର ଆକସ୍ମିକ ଆବିର୍ଭାବ ଯୋଗୁ ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ଇଭେଣ୍ଟର ବ୍ରଡ୍‌କାଷ୍ଟର ଷ୍ଟାର ଇଣ୍ଡିଆ ସମର୍ଥନ ଜଣାଇଛି। ଖେଳାଳି, ଷ୍ଟାଫ୍‌ ଏବଂ ଆଇପିଏଲ୍‌ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିସିସିଆଇ, ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ, ଖେଳାଳି, ଫ୍ରାଞ୍ଚାଇଜ୍‌ ଓ ସ୍ପନସର ଆଦିଙ୍କ ସମର୍ଥନ ପାଇଁ ଷ୍ଟାର ଇଣ୍ଡିଆ ଧନ୍ୟବାଦ ଜ୍ଞାପନ କରିଛି। ବ୍ରଡ୍‌କାଷ୍ଟର ଆହୁରି ମଧ୍ୟ ଏହାର କର୍ମଚାରୀଙ୍କ ଆଗରେ ଋଣୀ ବୋଲି କହିଛି, ଯେଉଁମାନେ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ କୋଟି କୋଟି ଖେଳପ୍ରେମୀଙ୍କ ନିକଟରେ ଆଇପିଏଲ୍‌କୁ ପହଞ୍ଚାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।

Share