ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ର଼୍ୟାକେଟ୍‌ ଠାବ

ବ୍ରହ୍ମପୁର ଅଫିସ,୩୧ା୧୦: ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ଚାଲିଥିବା ଏକ ବଡ଼ ଧରଣର ଆଇପିଏଲ୍‌ ବେଟିଂ କାରବାର ପୋଲିସ ଠାବ କରିଛି। ପୋଲିସ ଏହି ର଼୍ୟାକେଟ୍‌ ଚଳାଉଥିବା ଦୁଇଜଣ ମୁଖ୍ୟଙ୍କୁ ଶୁକ୍ରବାର ଗିରଫ କରିବା ସହ ଅନ୍‌ଲାଇନ୍‌ କ୍ରିକେଟ ବେଟିଂର ପର୍ଦ୍ଦାଫାଶ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ଗଣେଶନଗର ତୃତୀୟ ଲାଇନର ଆର୍‌. ଲାଲି ଆଚାରୀ (୫୦) ଓ ଗାନ୍ଧୀନଗର ସାଇ କମ୍ପ୍ଲେକ୍ସର କେ.ପ୍ରଶାନ୍ତ କୁମାର ସୁବୁଦ୍ଧି (୪୩)। ଏ ନେଇ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା, ୪ ମୋବାଇଲ୍‌ ଫୋନ୍‌ ଏବଂ ୩ ଏଟିଏମ୍‌ କାର୍ଡ ଜବତ ହୋଇଛି। ଏହି ର଼୍ୟାକେଟର ଆହୁରି କେତେଜଣ ସଦସ୍ୟ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଆଇପିଏଲ୍‌ ହେବା ଦିନଠାରୁ ଅନ୍‌ଲାଇନ୍‌ ବେଟିଂ ଆରମ୍ଭ ହୋଇଯାଇଥିଲା। ବ୍ରହ୍ମପୁର ପୋଲିସ ଏହି ର଼୍ୟାକେଟ୍‌ ଉପରେ ପ୍ରଥମରୁ ହିଁ ନଜର ରଖିଥିଲା। ଗୋଷାଣୀନୂଆଗଁା ଥାନା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଏହି କାରବାର ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। କିନ୍ତୁ ଅନ୍‌ଲାଇନ୍‌ରେ ଏହି କାରବାର ହେଉଥିବାରୁ ପୋଲିସକୁ ତଦନ୍ତରେ ସମୟ ଲାଗିଥିଲା। ବ୍ରହ୍ମପୁରରୁ ଲାଲି ଓ ପ୍ରଶାନ୍ତ ବେଟିଂ କାରବାର ଅପରେଟ୍‌ କରି ଜିଲା ସହିତ ବିଭିନ୍ନ ଅଞ୍ଚଳରେ ତାଙ୍କର ଏଜେଣ୍ଟ ରଖିଥିଲେ। ସେହି ଏଜେଣ୍ଟଙ୍କ ମାଧ୍ୟମରେ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ୱେବ୍‌ସାଇଟ୍‌ରେ କ୍ରିକେଟ୍‌ ମ୍ୟାଚରେ ଟଙ୍କା ଲଗାଉଥିଲେ। ଏମିତିକି ହାର୍‌ ଜିତ ସହିତ ପ୍ରତ୍ୟେକ ବଲରେ ମଧ୍ୟ ଟଙ୍କା ଲାଗୁଥିଲା ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଦୀର୍ଘଦିନ ହେଲା ଏହି ଦୁଇଜଣ ମୁଖିଆ ଏଭଳି କାରବାର ଜାରି ରଖିଥିଲେ। କୋଲକାତା, ମୁମ୍ବାଇ, ଦିଲ୍ଲୀ ଏବଂ ଦୁବାଇ ପର୍ଯ୍ୟନ୍ତ ଏମାନଙ୍କର ଲିଙ୍କ୍‌ ରହିଥିବା ନେଇ ଡିଆଇଜି ଭୋଇ ସୂଚନା ଦେଇଛନ୍ତି। ତେବେ ଏମାନଙ୍କ ଲିଙ୍କରେ ଆଉ କେଉଁ କେଉଁମାନେ ରହିଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ କହିଛି। ଏ ସଂକ୍ରାନ୍ତରେ ଗୋଷାଣୀନୂଆଗଁା ଥାନାରେ ନମ୍ବର ୧୪୧/୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ଏଏସ୍‌ପି ପ୍ରଭାତ ରାଉତରାୟ, ଗୋଷାଣୀନୂଆଗଁା ଥାନା ଅଧିକାରୀ ସୁମିତ କୁମାର ସୋରେନ୍‌, ଟାଉନ୍‌ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ରାକେଟକୁ ଠାବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri