Posted inଖେଳ

IPL 2025 Playoffs Schedule: ଆଇପିଏଲ୍‌ ପ୍ଲେ-ଅଫ୍‌ରେ କିଏ କାହାକୁ ଭେଟିବ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଲକ୍ଷ୍ନୌ, ୨୭।୫:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ୨୦୨୫ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଅଧିନାୟକ ରିଷଭ ପନ୍ତଙ୍କ ଶତକ ସହାୟତାରେ ଲକ୍ଷ୍ନୌ ୨୦ ଓଭରରେ ୩ ଉଇକେଟ ହରାଇ ୨୨୭ ରନ କରିଥିଲା। ପନ୍ତ ୬୧ ବଲ୍‌ରୁ ୧୧ ଚୌକା ଓ ୮ ଛକା ସହାୟତାରେ ୧୧୮ରନରେ ଅପରାଜିତ ରହିଥିଲେ। ଜବାବରେ ଆରସିବି ୧୮.୪ ଓଭରରେ ୪ ଉଇକେଟ ହରାଇ ୨୩୦ ରନ ସଂଗ୍ରହ କରି ନେଇଥିଲା। ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ (୩୦ ବଲ୍‌ରୁ ୫୪ ରନ, ୧୦ ଚୌକା) ପରେ କାମଚଳା ଅଧିନାୟକ ଜୀତେଶ ଶର୍ମାଙ୍କ ବିସ୍ଫୋରକ ୮୫* (୩୩ ବଲ୍‌, ୮ ଚୌକା, ୬ ଛକା) ଓ ମୟଙ୍କ ଅଗ୍ରଓ୍ବାଲଙ୍କ ୪୧ (୨୩ ବଲ) ରନ ବଳରେ ଆରସିବି ଉତ୍କଣ୍ଠିତ ବିଜୟ ହାସଲ କରିଥିଲା। ଏହି ମ୍ୟାଚ ଫଳାଫଳ ସହ ଆଇପିଏଲ୍‌ର ପ୍ଲେ-ଅଫ୍‌ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଯାଇଛି। ଆସନ୍ତା ୨୯ ତାରିଖରେ ପଞ୍ଜାବ କିଙ୍ଗ୍ସ ସହ ଆରସିବି କ୍ୱାଲିଫାୟର-୧ ଖେଳିବ। ୩୦ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏଲିମିନେଟର ଅନୁଷ୍ଠିତ ହେବ।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବିର କାମଚଳା ଅଧିନାୟକ ଜୀତେଶ ଶର୍ମା। ଲକ୍ଷ୍ନୌ ସ୍କୋର ୨୫ ଥିବାବେଳେ ୩ୟ ଓଭରର ୪ର୍ଥ ବଲ୍‌ରେ ମାଥ୍ୟୁ ବ୍ରିଜ୍‌କେଙ୍କୁ ଆଉଟ କରିଥିଲେ ଥୁଶରା। ମାତ୍ର ଏଥିରୁ ଆରସିବି ବିଶେଷ ଫାଇଦା ଉଠାଇପାରି ନ ଥିଲା। ଓପନର ମିଚେଲ ମାର୍ଶଙ୍କ ସହ ଅଧିନାୟକ ରିଷଭ ପନ୍ତ ଯୋଗଦେଇ ଦ୍ରୁତ ହାରରେ ରନ ସଂଗ୍ରହ ସହ ଇନିଂସକୁ ଆଗେଇ ନେଇଥିଲେ। ପନ୍ତ ଏଠାରେ ମାତ୍ର ୫୪ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହାୟତାରେ ଶତକ ପୂରଣ କରିଥିଲେ। ଚଳିତ ସିଜନରେ ଏହାଥିଲା ତାଙ୍କର ପ୍ରଥମ ଓ ଆଇପିଏଲ୍‌ରେ ଦ୍ୱିତୀୟ ଶତକ। ଆରସିବି ପକ୍ଷରୁ ନୂଆନ ଥୁଶରା, ଭୁବନେଶ୍ୱର କୁମାର ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଆଇପିଏଲ୍‌ ପ୍ଲେ-ଅଫ୍‌ କାର୍ଯ୍ୟସୂଚୀ
ମେ ୨୯: କ୍ୱାଲିଫାୟର-୧
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ପଞ୍ଜାବ କିଙ୍ଗ୍ସ
ସ୍ଥାନ: ମୁଲାନପୁର, ଚଣ୍ଡିଗଡ଼
ମେ ୩୦: ଏଲିମିନେଟର
ଗୁଜରାଟ ଟାଇଟନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
ସ୍ଥାନ: ମୁଲାନପୁର, ଚଣ୍ଡିଗଡ଼
ଜୁନ୍‌-୧: କ୍ୱାଲିଫାୟର-୨
ସ୍ଥାନ: ଅହମଦାବାଦ
ଜୁନ ୩: ଫାଇନାଲ
ସ୍ଥାନ: ଅହମଦାବାଦ
(ସମସ୍ତ ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ)


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?