Posted inଖେଳ

IPL ଆରମ୍ଭରୁ ବଦଳିଗଲା ଏହି ଟିମ୍‌, ହଠାତ କରାଗଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସର ଜଣେ ଷ୍ଟାର ଦ୍ରୁତ ବୋଲର ଆଘାତ ଯୋଗୁ ଏହି ସିଜିନରୁ ବାଦ୍‌ ପଡ଼ିଛନ୍ତି। ନିଲାମ ପୂର୍ବରୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏହି ଖେଳାଳିଙ୍କୁ ରିଟେନ କରିଥିଲା। ଏବେ LSGକୁ ଦଳରେ ଜଣେ ନୂତନ ଖେଳାଳିଙ୍କୁ ସାମିଲ କରିବାକୁ ପଡିଛି। ବିସିସିଆଇ ମଧ୍ୟ ଏହି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି।

ଲକ୍ଷ୍ନୌ ସୁପରଜାଏଣ୍ଟସ ଦ୍ରୁତ ବୋଲର ମୋହସିନ ଖାନ ଆଣ୍ଠୁ ଲିଗାମେଣ୍ଟ ଆଘାତରେ ପୀଡିତ। ଏହି ଆଘାତ ଯୋଗୁ ସେ ଗତ ତିନି ମାସ ଧରି କୌଣସି କ୍ରିକେଟ ମ୍ୟାଚ୍‌ ଖେଳିନାହାନ୍ତି।ସେହି ସମୟରେ, ଲକ୍ଷ୍ନୌ ସୁପରଜାଏଣ୍ଟସର ପ୍ରଶିକ୍ଷଣ ଶିବିରରେ ବୋଲିଂ କରିବା ସମୟରେ ପୁଣିଥରେ ତାଙ୍କୁ ଆଘାତ ଲାଗିଥିଲା। ଏଣୁ ସେ IPL ୨୦୨୫ ସିଜିନରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ନିଲାମରେ ବିକ୍ରି ନ ହୋଇଥିବା ମୁମ୍ବାଇ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ LSG ନିଜ ଦଳରେ ସାମିଲ କରିଛି।

ଆଇପିଏଲ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି, ’ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଟାଟା ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରୁ ଆଘାତ ଯୋଗୁ ବାଦ ପଡ଼ିଥିବା ବାମହାତୀ ଦ୍ରୁତ ବୋଲର ମୋହସିନ ଖାନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିଛି। ଅଭିଜ୍ଞ ଅଲରାଉଣ୍ଡର ଠାକୁରଙ୍କୁ ପଞ୍ଜିକୃତ ଉପଲବ୍ଧ ଖେଳାଳି ମଧ୍ୟରୁ ତାଙ୍କୁ ୨ କୋଟି ଟଙ୍କା ରିଜର୍ଭ ମୂଲ୍ୟରେ ସ୍ବାକ୍ଷର କରାଯାଇଛି। ଭାରତ ପାଇଁ ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିବା ଠାକୁରଙ୍କର ଉଲ୍ଲେଖନୀୟ IPL ଅଭିଜ୍ଞତା ଅଛି, ସେ ପାଞ୍ଚଟି ଫ୍ରାଞ୍ଚାଇଜ ପାଇଁ ୯୫ଟି ମ୍ୟାଚ ଖେଳିଛନ୍ତି।

ଆଇପିଏଲ୍‌ ୨୦୨୫ ମେଗା ନିଲାମରେ ଶାର୍ଦ୍ଦୁଳ ଠାକୁରଙ୍କୁ କୌଣସି କ୍ରେତା ମିଳି ନଥିଲା। କିନ୍ତୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ତାଙ୍କୁ ଏକ ବଡ଼ ସୁଯୋଗ ଦେଇଛି। ଲକ୍ଷ୍ନୌର ଆହୁରି ଦୁଇଜଣ ବୋଲର ଅଛନ୍ତି ଯେଉଁମାନେ ସିଜିନରୁ ବାଦ ପଡ଼ିବାର ଆଶଙ୍କା ରହିଛି। ମୟଙ୍କ ଯାଦବ ଏବଂ ଆକାଶ ଦୀପ ମଧ୍ୟ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଅଜାଣତରେ ଶିକ୍ଷା ଋଣ ଅଭିଯୋଗ

ଭବାନୀପାଟଣା,୩୦୪(ଉତ୍ତମ କୁମାର ଦାଶ): ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି(ଏସ୍‌ଟି) ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଏହାଦ୍ବାରା ସେମାନେ ପାଠପଢ଼ା ପ୍ରତି...

ଗଞ୍ଜାମ ହେବ ଯକ୍ଷ୍ମାରୋଗୀ ମୁକ୍ତ, ଅନ୍ୟ ଜିଲା ପାଇଁ ପାଲଟିବ ଉଦାହରଣ

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଯକ୍ଷ୍ମା ରୋଗ ଏକ ସଂକ୍ରମଣ ରୋଗ। ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ ମୁଖ୍ୟତଃ ଏହି...

Gold prices drop Today: ଅକ୍ଷୟ ତୃତୀୟାରେ କମିଗଲା ସୁନା ଦର! ଜାଣନ୍ତୁ ମେକିଂ ଚାର୍ଜ ଓ GST ମିଶାଇ ଦେବାକୁ ପଡିବ କେତେ ଟଙ୍କା?

ଭୁବନେଶ୍ୱର, ୩୦।୪: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ପ୍ରାୟ...

ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ହଳିଆ ଗୀତରେ ପ୍ରକମ୍ପିତ ହେଲା କ୍ଷେତ

ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର...

ଆଖିମୁଠି ଅନୁକୂଳ କଲେ କଂଗ୍ରେସ ଜିଲା ସଭାପତି

କେନ୍ଦୁଝର,୩୦।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କୃଷି ଓ କୃଷକର ମହାନ ପର୍ବ ଅକ୍ଷୟ ତୃତୀୟା ସାରା ଦେଶରେ ମହା ଆଡମ୍ବର ସହକାରେ ଚାଷୀମାନେ ପାଳନ କରୁଛନ୍ତି। କେନ୍ଦୁଝର...

ଏହି ମୁସ୍‌ଲିମ ଦେଶରେ ଛାଡ଼ପତ୍ର ପରେ ଖୁସି ମନାନ୍ତି ମହିଳା, ରହିଛି ନିଜସ୍ବ ବଜାର

ବିଶ୍ୱରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଘଟୁଥିବା ଅନନ୍ୟ ଘଟଣା ପାଇଁ ଜଣାଶୁଣା। ଏପରି କିଛି କଥା ଏହି ଦେଶ ବିଷୟରେ ଜାଣି ଲୋକମାନେ...

Pahalgam Attackରେ ପାକିସ୍ତାନ ସହ ଏମାନଙ୍କର ଅଛି ବଡ଼ କନେକ୍ସନ, ଭାରତ ହାତରେ ଲାଗିଲା ସାଂଘାତିକ ପ୍ରମାଣ

ଶ୍ରୀନଗର, ୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି...

ଭାରତରେ ଥିବା ପାକ୍‌ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି, କରିପାରିବେ ପୁନଃ ଭିଜା ଆବେଦନ

ନୂଆଦିଲ୍ଲୀ,୩୦ା୪: ଭାରତରେ ରହିଯାଇଥିବା ପାକ୍‌ ନାଗରିକଙ୍କ ପାଇଁ ଖୁସି ଖବର। ପାକ୍‌ ନାଗରିକମାନେ ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିଜା ଆବେଦନ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri