Posted inଖେଳ

IPL ଆରମ୍ଭରୁ ବଦଳିଗଲା ଏହି ଟିମ୍‌, ହଠାତ କରାଗଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସର ଜଣେ ଷ୍ଟାର ଦ୍ରୁତ ବୋଲର ଆଘାତ ଯୋଗୁ ଏହି ସିଜିନରୁ ବାଦ୍‌ ପଡ଼ିଛନ୍ତି। ନିଲାମ ପୂର୍ବରୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏହି ଖେଳାଳିଙ୍କୁ ରିଟେନ କରିଥିଲା। ଏବେ LSGକୁ ଦଳରେ ଜଣେ ନୂତନ ଖେଳାଳିଙ୍କୁ ସାମିଲ କରିବାକୁ ପଡିଛି। ବିସିସିଆଇ ମଧ୍ୟ ଏହି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି।

ଲକ୍ଷ୍ନୌ ସୁପରଜାଏଣ୍ଟସ ଦ୍ରୁତ ବୋଲର ମୋହସିନ ଖାନ ଆଣ୍ଠୁ ଲିଗାମେଣ୍ଟ ଆଘାତରେ ପୀଡିତ। ଏହି ଆଘାତ ଯୋଗୁ ସେ ଗତ ତିନି ମାସ ଧରି କୌଣସି କ୍ରିକେଟ ମ୍ୟାଚ୍‌ ଖେଳିନାହାନ୍ତି।ସେହି ସମୟରେ, ଲକ୍ଷ୍ନୌ ସୁପରଜାଏଣ୍ଟସର ପ୍ରଶିକ୍ଷଣ ଶିବିରରେ ବୋଲିଂ କରିବା ସମୟରେ ପୁଣିଥରେ ତାଙ୍କୁ ଆଘାତ ଲାଗିଥିଲା। ଏଣୁ ସେ IPL ୨୦୨୫ ସିଜିନରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ନିଲାମରେ ବିକ୍ରି ନ ହୋଇଥିବା ମୁମ୍ବାଇ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ LSG ନିଜ ଦଳରେ ସାମିଲ କରିଛି।

ଆଇପିଏଲ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି, ’ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଟାଟା ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରୁ ଆଘାତ ଯୋଗୁ ବାଦ ପଡ଼ିଥିବା ବାମହାତୀ ଦ୍ରୁତ ବୋଲର ମୋହସିନ ଖାନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିଛି। ଅଭିଜ୍ଞ ଅଲରାଉଣ୍ଡର ଠାକୁରଙ୍କୁ ପଞ୍ଜିକୃତ ଉପଲବ୍ଧ ଖେଳାଳି ମଧ୍ୟରୁ ତାଙ୍କୁ ୨ କୋଟି ଟଙ୍କା ରିଜର୍ଭ ମୂଲ୍ୟରେ ସ୍ବାକ୍ଷର କରାଯାଇଛି। ଭାରତ ପାଇଁ ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିବା ଠାକୁରଙ୍କର ଉଲ୍ଲେଖନୀୟ IPL ଅଭିଜ୍ଞତା ଅଛି, ସେ ପାଞ୍ଚଟି ଫ୍ରାଞ୍ଚାଇଜ ପାଇଁ ୯୫ଟି ମ୍ୟାଚ ଖେଳିଛନ୍ତି।

ଆଇପିଏଲ୍‌ ୨୦୨୫ ମେଗା ନିଲାମରେ ଶାର୍ଦ୍ଦୁଳ ଠାକୁରଙ୍କୁ କୌଣସି କ୍ରେତା ମିଳି ନଥିଲା। କିନ୍ତୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ତାଙ୍କୁ ଏକ ବଡ଼ ସୁଯୋଗ ଦେଇଛି। ଲକ୍ଷ୍ନୌର ଆହୁରି ଦୁଇଜଣ ବୋଲର ଅଛନ୍ତି ଯେଉଁମାନେ ସିଜିନରୁ ବାଦ ପଡ଼ିବାର ଆଶଙ୍କା ରହିଛି। ମୟଙ୍କ ଯାଦବ ଏବଂ ଆକାଶ ଦୀପ ମଧ୍ୟ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?