Posted inଖେଳ

ଆଇପିଏଲ୍‌ ୨୦୨୪ ପୁରସ୍କାର ତାଲିକା: କିଏ ଜିତିଲେ ଅରେଞ୍ଜ କ୍ୟାପ୍‌, ପର୍ପଲ୍‌ କ୍ୟାପ୍‌, ଇମର୍ଜିଂ ପ୍ଲେୟର ?

ଚେନ୍ନାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୪ରେ ବାଜି ମାରିଛି କୋଲକାତା ନାଇଟ ରାଇଡର୍ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଭେଙ୍କଟେଶ୍‌ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଏହି ଦଳ ରବିବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକପାଖିଆ ଫାଇନାଲରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରିଛି।

ଫାଇନାଲ ପରି ଏକ ବଡ଼ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସନ୍‌ରାଇଜର୍ସ ୧୮.୩ ଓଭରରେ ମାତ୍ର ୧୧୩ ରନକରି ଅଲ୍‌ଆଉଟ ହୋଇଥିଲା। ଯାହାକି ଆଇପିଏଲ୍‌ ଫାଇନାଲ ଇତିହାସରେ ସର୍ବନିମ୍ନ ସ୍କୋର। ୧୧୪ ରନର ବିଜୟ ଲକ୍ଷ୍ୟକୁ ନାଇଟ ରାଇଡର୍ସ ୧୦.୩ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା । ବିପଜ୍ଜନକ ବ୍ୟାଟର ସୁନୀଲ ନାରିନ ମାତ୍ର ୬ ଓ ରମାନୁଲ୍ଲା ଗୁରବାଜ ୩୯ ରନକରି ଆଉଟ ହୋଇଥିବାବେଳେ ଅର୍ଦ୍ଧଶତକ ହାସଲକାରୀ ଭେଙ୍କଟେଶ୍‌ ୫୨ (୨୬ ବଲ, ୪ ଚୌକା, ୩ ଛକା) ଓ ଅଧିନାୟକ ଶ୍ରେୟସ ଆୟର ୬ ରନରେ ଅପରାଜିତ ରହିଥିଲେ। ୧୧ତମ ଓଭରର ୩ୟ ବଲ୍‌ରେ ଭେଙ୍କଟେଶ୍‌ଙ୍କ ବ୍ୟାଟ୍‌ରୁ ବିଜୟ ସୂଚକ ରନ ବାହାରିବାପରେ କୋଲକାତା ଖେଳାଳିଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।

ଏହି ରୋମାଞ୍ଚକର ଆଇପିଏଲ୍ ସିଜିନର ସମାପ୍ତି ସହିତ, ଟୁର୍ଣ୍ଣାମେଣ୍ଟକୁ ଚମକପ୍ରଦ କରିଥିବା ବ୍ୟକ୍ତିଗତ ପ୍ରଦର୍ଶନକୁ ପ୍ରଶଂସା କରିବାର ସମୟ ଆସିଛି। ଅନ୍ତିମ ମ୍ୟାଚ୍ ଶେଷ ହେବା ପରେ ଆଇପିଏଲ୍‌ ୨୦୨୪ ପୁରସ୍କାର ତାଲିକା ନିମ୍ନରେ ରହିଛି:

ଆଇପିଏଲ୍ 2024 ଚାମ୍ପିଅନ୍ – କୋଲକାତା ନାଇଟ୍ ରାଇଡର୍ସ
ଇମର୍ଜିଂ ପ୍ଲେୟର ଅଫ୍‌ ଦ ସିଜନ: ନୀତୀଶ କୁମାର ରେଡ୍ଡୀ
ଇଲେକ୍ଟ୍ରିକ୍‌ ଷ୍ଟ୍ରାଇକର ଅଫ୍‌ ଦ ସିଜନ: ଜେକ୍‌ ଫ୍ରେଜର ମ୍ୟାକଗ୍ରୁକ୍‌
ଅଲ୍ଟିମେଟ୍‌ ଫାଣ୍ଟାସି ପ୍ଲେୟର ଅଫ୍‌ ଦ ସିଜନ: ସୁନୀଲ ନାରିନ୍‌
ସୁପର ସିକ୍ସେସ ଅଫ୍‌ ଦ ସିଜନ: ଅଭିଷେକ ଶର୍ମା
ଅନ୍‌ ଦ ଗୋ ଫୋର୍‌ ଅଫ୍‌ ଦ ସିଜନ: ଟ୍ରାଭିସ୍‌ ହେଡ୍‌
କ୍ୟାଚ୍‌ ଅଫ୍‌ ଦ ସିଜନ: ରମଣଦୀପ ସିଂ
ଫେୟାର ପ୍ଲେ ଆଓ୍ବାର୍ଡ: ସନରାଇଜର୍ସ ହାଇଦ୍ରାବାଦ
ପର୍ପଲ୍‌ କ୍ୟାପ୍‌: ହର୍ଷଲ ପଟେଲ
ଅରେଞ୍ଜ କ୍ୟାପ୍‌: ବିରାଟ କୋହଲି
ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟର ଅଫ୍‌ ଦ ସିଜନ: ସୁନୀଲ ନାରିନ୍‌
ବେଷ୍ଟ ପିଚ୍‌ ଓ ଗ୍ରାଉଣ୍ଡ: ହାଇଦ୍ରାବାଦ


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?