Posted inଖେଳ

୨ କୋଟି ମୂଳ ମୂଲ୍ୟ ଥିବା ଏହି ଖେଳାଳିଙ୍କ ଉପରେ ଲାଗିପାରେ ୧୦ କୋଟି ଟଙ୍କାର ନିଲାମ

ନୂଆଦିଲ୍ଲୀ,୫ା୧୨: ଆଇପିଏଲ ୨୦୨୪ ନିଲାମୀ ଡିସେମ୍ବର ୧୯ ତାରିଖରେ ଦୁବାଇରେ ହେବାକୁ ଯାଉଛି। ବର୍ତ୍ତମାନ ଏହି ତାରିଖ ଆସିବାକୁ କିଛି ଦିନ ରହିଛି। କିନ୍ତୁ ଏହା ପୂର୍ବରୁ ଖେଳାଳି ଏବଂ ପ୍ରଶଂସକ ମାନଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି। ଖାସ କରି ସେହି ଖେଳାଳି ଯେଉଁ ମାନଙ୍କର ମୂଳ ମୂଲ୍ୟ ଦୁଇ ଟଙ୍କା ରହିଛି। ଅନେକ ସମୟରେ ଦଳ ଗୁଡିକ ଦୁଇ କୋଟି ଟଙ୍କା ମୂଳ ମୂଲ୍ୟର ଖେଳାଳିଙ୍କୁ ନେବାକୁ ପସନ୍ଦ କରନ୍ତି ନାହିଁ, ଯେଉଁ ପର୍ୟ୍ୟନ୍ତ ସେମାନେ ଭଲ ପ୍ରଦର୍ଶନ କରି ନାହାନ୍ତି। ତେବେ ଏମାନଙ୍କ ମଧ୍ୟରେ ଏପରି କିଛି ଖେଳାଳି ରହିଛନ୍ତି, ଯେଉଁ ମାନଙ୍କ ପାଇଁ ଟିମ୍ ଗୁଡିକ ବହୁତ ଟଙ୍କା ବ୍ୟୟ କରି ପାରନ୍ତି।

ଟ୍ରାଭିସ ହେଡ: ଏହି ତାଲିକାରେ ଆଗରେ ରହିଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ। ବିଶ୍ୱକପ ୨୦୨୩ ସେମିଫାଇନାଲ ଏବଂ ଫାଇନାଲରେ ନିଜ ଟିମ୍ ପାଇଁ ବିଶ୍ୱକପ ବିଜୟୀ ପ୍ରଦର୍ଶନ କରିଥିଲେ ହେଡ। ଏହା ପୂର୍ବରୁ ବିଶ୍ୱ ଚାମ୍ପିୟନସିପରେ ମଧ୍ୟ ସେ ଶତକୀୟ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ବିଜୟୀ କରିଥିଲେ। ସେ ନା କେବଳ ଓପନିଂ, ବରଂ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ମଧ୍ୟ ଭଲ ପ୍ରଦର୍ଶନ କରି ପାରନ୍ତି। ଯେଉଁ ଟିମ୍ ଏକ ବିସ୍ପୋରକ ବ୍ୟାଟର ଚାହୁଁଛନ୍ତି ସେମାନେ ହେଡଙ୍କ ପଛରେ ବହୁ ଟଙ୍କା ଖର୍ଚ୍ଚ କରି ପାରନ୍ତି। ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ବ୍ୟତୀତ କେକେଆର୍ ମଧ୍ୟ ଏକ ଦଳ ହୋଇପାରେ ଯାହା ଟ୍ରାଭିସ୍ ହେଡ୍ ପାଇଁ ବହୁତ ଟଙ୍କା ବ୍ୟୟ କରି ପାରେ। କାରଣ ଏହି ଦଳଗୁଡିକ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି।

ମିଚେଲ ଷ୍ଟାର୍କ: ଅଷ୍ଟ୍ରେଲିଆର ଅନ୍ୟତମ ତାରକା ଖେଳାଳି ମିଚେଲ ଷ୍ଟାର୍କ ଆଇପିଏଲରେ ନୂଆ ନୁହେଁ, ସେ ଏହା ପୂର୍ବରୁ ମଧ୍ୟ ଖେଳୁଥିଲେ। କିଛି ବର୍ଷ ପୂର୍ବରୁ ସେ ଆଇପିଏଲରୁ ଦୁରେଇ ଯାଇଥିଲେ, କିନ୍ତୁ ଏଥର ସେ ଆଇପିଏଲ ଖେଳିବାକୁ ଚାହୁଁଛନ୍ତି ବୋଲି ଘୋଷଣା କରିସାରିଛନ୍ତି। ଏହା ପରେ, ଯେତେବେଳେ ବିସିସିଆଇ ଏହି ତାଲିକା ପ୍ରକାଶ କଲା, ସେତେବେଳେ ତାଙ୍କ ନାମ ମଧ୍ୟ ସାମିଲ କରାଯାଇଥିଲା। ଏହା ପରେ ଦଳମାନେ ତାଙ୍କୁ ନିଜ ଟିମକୁ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି।

ରାଚିନ ରବୀନ୍ଦ୍ର: ଗତ କିଛି ମାସ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ଯୁବ ତାରକା ଖେଳାଳି ରବିନ୍ଦ୍ର ବିଶ୍ୱ କ୍ରିକେଟ୍ ରେ ନିଜର ଛାପ ଛାଡିଛନ୍ତି। ଆଇସିସି ବିଶ୍ୱକପ ୨୦୨୩ ରେ ତାଙ୍କ ଦଳ ନ୍ୟୁଜିଲ୍ୟାଣ୍ଡ ପାଇଁ  ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ୨୪ ବର୍ଷୀୟ ରବିନ୍ଦ୍ର ୫୭୮ ରନ୍ ସଂଗ୍ରହ କରି ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରନ୍ତି। ଯେତେବେଳେ ରବିନ୍ଦ୍ରଙ୍କ ନାମ କୁହାଯାଏ, ଏହା ନିଶ୍ଚିତ ଯେ ତିନି-ଚାରିରୁ ଅଧିକ ଦଳ ତାଙ୍କୁ ନେବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ।

ଆଇପିଏଲ ୨୦୨୪ ନିଲାମୀ ପାଇଁ ୨ କୋଟି ମୂଳ ମୂଲ୍ୟ ଥିବା ଖେଳାଳିମାନେ ହେଉଛନ୍ତି ହର୍ସଲ ପଟେଲ, ଶାର୍ଦୁଲ ଠାକୁର, ଉମେଶ ଯାଦବ, କେଦାର ଯାଦବ, ମୁସ୍ତାଫିଜୁର ରହମାନ, ସିନ ଆବଟ, ପ୍ୟାଟ କମିନସ, ଜଶ ହାଜେଲଉଡ, ଟ୍ରାଭିସ ହେଡ, ଜଶ ଇଂଲିଶ, ମିଚେଲ ଷ୍ଟାର୍କ, ଷ୍ଟିଭ୍ ସ୍ମିଥ୍, ଟମ୍ ବଣ୍ଟନ୍, ହ୍ୟାରି ବ୍ରୁକ୍, ବେନ୍ ଡକେଟ୍, ଜାମି ଓଭରଟନ୍, ଆଦିଲ ରସିଦ, ଡେଭିଡ ୱିଲି, କ୍ରିସ ୱୁକସ୍, ଲକି ଫର୍ଗୁସନ୍, ଜେରାଲ୍ଡ କୋଟଜି, ରାଲି ରୋସୋ, ରାସି ଭାନ୍ ଡେର୍ ଡୁସେନ୍, ଆଞ୍ଜେଲୋ ମାଥ୍ୟୁସ୍।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?