Posted inଖେଳ

୨ କୋଟି ମୂଳ ମୂଲ୍ୟ ଥିବା ଏହି ଖେଳାଳିଙ୍କ ଉପରେ ଲାଗିପାରେ ୧୦ କୋଟି ଟଙ୍କାର ନିଲାମ

ନୂଆଦିଲ୍ଲୀ,୫ା୧୨: ଆଇପିଏଲ ୨୦୨୪ ନିଲାମୀ ଡିସେମ୍ବର ୧୯ ତାରିଖରେ ଦୁବାଇରେ ହେବାକୁ ଯାଉଛି। ବର୍ତ୍ତମାନ ଏହି ତାରିଖ ଆସିବାକୁ କିଛି ଦିନ ରହିଛି। କିନ୍ତୁ ଏହା ପୂର୍ବରୁ ଖେଳାଳି ଏବଂ ପ୍ରଶଂସକ ମାନଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି। ଖାସ କରି ସେହି ଖେଳାଳି ଯେଉଁ ମାନଙ୍କର ମୂଳ ମୂଲ୍ୟ ଦୁଇ ଟଙ୍କା ରହିଛି। ଅନେକ ସମୟରେ ଦଳ ଗୁଡିକ ଦୁଇ କୋଟି ଟଙ୍କା ମୂଳ ମୂଲ୍ୟର ଖେଳାଳିଙ୍କୁ ନେବାକୁ ପସନ୍ଦ କରନ୍ତି ନାହିଁ, ଯେଉଁ ପର୍ୟ୍ୟନ୍ତ ସେମାନେ ଭଲ ପ୍ରଦର୍ଶନ କରି ନାହାନ୍ତି। ତେବେ ଏମାନଙ୍କ ମଧ୍ୟରେ ଏପରି କିଛି ଖେଳାଳି ରହିଛନ୍ତି, ଯେଉଁ ମାନଙ୍କ ପାଇଁ ଟିମ୍ ଗୁଡିକ ବହୁତ ଟଙ୍କା ବ୍ୟୟ କରି ପାରନ୍ତି।

ଟ୍ରାଭିସ ହେଡ: ଏହି ତାଲିକାରେ ଆଗରେ ରହିଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ। ବିଶ୍ୱକପ ୨୦୨୩ ସେମିଫାଇନାଲ ଏବଂ ଫାଇନାଲରେ ନିଜ ଟିମ୍ ପାଇଁ ବିଶ୍ୱକପ ବିଜୟୀ ପ୍ରଦର୍ଶନ କରିଥିଲେ ହେଡ। ଏହା ପୂର୍ବରୁ ବିଶ୍ୱ ଚାମ୍ପିୟନସିପରେ ମଧ୍ୟ ସେ ଶତକୀୟ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ବିଜୟୀ କରିଥିଲେ। ସେ ନା କେବଳ ଓପନିଂ, ବରଂ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ମଧ୍ୟ ଭଲ ପ୍ରଦର୍ଶନ କରି ପାରନ୍ତି। ଯେଉଁ ଟିମ୍ ଏକ ବିସ୍ପୋରକ ବ୍ୟାଟର ଚାହୁଁଛନ୍ତି ସେମାନେ ହେଡଙ୍କ ପଛରେ ବହୁ ଟଙ୍କା ଖର୍ଚ୍ଚ କରି ପାରନ୍ତି। ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ବ୍ୟତୀତ କେକେଆର୍ ମଧ୍ୟ ଏକ ଦଳ ହୋଇପାରେ ଯାହା ଟ୍ରାଭିସ୍ ହେଡ୍ ପାଇଁ ବହୁତ ଟଙ୍କା ବ୍ୟୟ କରି ପାରେ। କାରଣ ଏହି ଦଳଗୁଡିକ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି।

ମିଚେଲ ଷ୍ଟାର୍କ: ଅଷ୍ଟ୍ରେଲିଆର ଅନ୍ୟତମ ତାରକା ଖେଳାଳି ମିଚେଲ ଷ୍ଟାର୍କ ଆଇପିଏଲରେ ନୂଆ ନୁହେଁ, ସେ ଏହା ପୂର୍ବରୁ ମଧ୍ୟ ଖେଳୁଥିଲେ। କିଛି ବର୍ଷ ପୂର୍ବରୁ ସେ ଆଇପିଏଲରୁ ଦୁରେଇ ଯାଇଥିଲେ, କିନ୍ତୁ ଏଥର ସେ ଆଇପିଏଲ ଖେଳିବାକୁ ଚାହୁଁଛନ୍ତି ବୋଲି ଘୋଷଣା କରିସାରିଛନ୍ତି। ଏହା ପରେ, ଯେତେବେଳେ ବିସିସିଆଇ ଏହି ତାଲିକା ପ୍ରକାଶ କଲା, ସେତେବେଳେ ତାଙ୍କ ନାମ ମଧ୍ୟ ସାମିଲ କରାଯାଇଥିଲା। ଏହା ପରେ ଦଳମାନେ ତାଙ୍କୁ ନିଜ ଟିମକୁ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି।

ରାଚିନ ରବୀନ୍ଦ୍ର: ଗତ କିଛି ମାସ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ଯୁବ ତାରକା ଖେଳାଳି ରବିନ୍ଦ୍ର ବିଶ୍ୱ କ୍ରିକେଟ୍ ରେ ନିଜର ଛାପ ଛାଡିଛନ୍ତି। ଆଇସିସି ବିଶ୍ୱକପ ୨୦୨୩ ରେ ତାଙ୍କ ଦଳ ନ୍ୟୁଜିଲ୍ୟାଣ୍ଡ ପାଇଁ  ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ୨୪ ବର୍ଷୀୟ ରବିନ୍ଦ୍ର ୫୭୮ ରନ୍ ସଂଗ୍ରହ କରି ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରନ୍ତି। ଯେତେବେଳେ ରବିନ୍ଦ୍ରଙ୍କ ନାମ କୁହାଯାଏ, ଏହା ନିଶ୍ଚିତ ଯେ ତିନି-ଚାରିରୁ ଅଧିକ ଦଳ ତାଙ୍କୁ ନେବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ।

ଆଇପିଏଲ ୨୦୨୪ ନିଲାମୀ ପାଇଁ ୨ କୋଟି ମୂଳ ମୂଲ୍ୟ ଥିବା ଖେଳାଳିମାନେ ହେଉଛନ୍ତି ହର୍ସଲ ପଟେଲ, ଶାର୍ଦୁଲ ଠାକୁର, ଉମେଶ ଯାଦବ, କେଦାର ଯାଦବ, ମୁସ୍ତାଫିଜୁର ରହମାନ, ସିନ ଆବଟ, ପ୍ୟାଟ କମିନସ, ଜଶ ହାଜେଲଉଡ, ଟ୍ରାଭିସ ହେଡ, ଜଶ ଇଂଲିଶ, ମିଚେଲ ଷ୍ଟାର୍କ, ଷ୍ଟିଭ୍ ସ୍ମିଥ୍, ଟମ୍ ବଣ୍ଟନ୍, ହ୍ୟାରି ବ୍ରୁକ୍, ବେନ୍ ଡକେଟ୍, ଜାମି ଓଭରଟନ୍, ଆଦିଲ ରସିଦ, ଡେଭିଡ ୱିଲି, କ୍ରିସ ୱୁକସ୍, ଲକି ଫର୍ଗୁସନ୍, ଜେରାଲ୍ଡ କୋଟଜି, ରାଲି ରୋସୋ, ରାସି ଭାନ୍ ଡେର୍ ଡୁସେନ୍, ଆଞ୍ଜେଲୋ ମାଥ୍ୟୁସ୍।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri