Posted inଖେଳ

ବାପାଙ୍କ ଏକ ଛୋଟ ସେଲୁନ ଦୋକାନ, ପୁଅ ଆଇପିଏଲ୍‌ରେ କଲେ କମାଲ୍‌

ମୁମ୍ବାଇ,୧୧।୪: ଆଇପିଏଲ୍‌ ୨୦୨୨ରେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର କୁଲଦୀପ ସେନ ତାଙ୍କର ପ୍ରଥମ ଆଇପିଏଲ ମ୍ୟାଚର ଶେଷ ଓଭରରେ ଚମତ୍କାର ବୋଲିଂ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଉଛି। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ମାର୍କସ ଷ୍ଟୋଇନିସଙ୍କ ପରି ବ୍ୟାଟ୍ସମ୍ୟାନ୍‌ଙ୍କ ଆଗରେ ୧୫ ରନ ରକ୍ଷା କରିବାକୁ କୁଲଦୀପଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯାହା ସେ କରି ଦେଖାଇଥିଲେ। ୨୫ ବର୍ଷୀୟ କୂଲଦୀପ ୬ଟି ବଲରେ ମାତ୍ର ୧୧ ରନ ଦେଇଥିଲେ ଏବଂ ତାଙ୍କ ଦଳକୁ ୩ ରନ୍‌ର ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ।
କୁଲଦୀପ ସେନ ମଧ୍ୟପ୍ରଦେଶର ରେୱା ଜିଲାର ହରିହରପୁର ଗାଁରୁ ଆସିଛନ୍ତି। ତାଙ୍କ ପିତା ରାମପାଲ ସେନ ସହରର ସିର୍ମାଉର୍‌ ସ୍କୋୟାରରେ ଏକ ଛୋଟ ସେଲୁନ ଦୋକାନ କରିଛନ୍ତି। ରାମପାଲ ଏବଂ ଗୀତା ସେନଙ୍କର ୫ ସନ୍ତାନ ଅଛନ୍ତି। ତିନି ଭାଇଙ୍କ ମଧ୍ୟରେ କୁଲଦୀପ ଜ୍ୟେଷ୍ଠ।
ଡାହାଣହାତୀ ପେସର୍‌ କୁଲଦୀପ ଏକ ଦଶନ୍ଧି ପୂର୍ବରୁ ବିନ୍ଦୁ କ୍ରିକେଟ ଏକାଡେମୀ (ଭିସିଏ) କ୍ଲବ ସହିତ ନିଜର କ୍ରିକେଟ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଏକାଡେମୀ କୁଲଦୀପଙ୍କ ଫି’ ଛାଡ କରିଥିଲା। ୨୦୧୮ରେ କୁଲଦୀପ ମଧ୍ୟପ୍ରଦେଶ ପାଇଁ ନିଜର ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ। ସେ ପଞ୍ଜାବ ବିପକ୍ଷ ଇନିଂସରେ ୫ ଉଇକେଟ ନେଇଥିଲେ। କୁଲଦୀପ ମୋଟ ୧୫ ଉଇକେଟ ନେଇ ଡେବ୍ୟୁ ସିଜନ ଶେଷ କରିଥିଲେ। କୁଲଦୀପ କେବଳ ୧୩୫ରୁ ୧୪୦ କିଲୋମିଟର ବେଗରେ ବୋଲିଂ ନୁହେଁ, ସେ ମଧ୍ୟ ଭଲ ବ୍ୟାଟିଂ କରିପାରିବାର କ୍ଷମତା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri