ଗୋଟିଏ ଦିନରେ ଡବଲ୍‌ ଖୁସି ଖବର

ନୂଆଦିଲ୍ଲୀ,୧୩।୨:ଭାରତୀୟ ଅଲରାଉଣ୍ଡର ଶିବମ ଦୁବେଙ୍କ ପାଇଁ ଫେବୃଆରୀ ୧୩ ଅର୍ଥାତ୍‌ ଆଜିର ଦିନ ଅବିସ୍ମରଣୀୟ ହୋଇ ରହିବ। କାରଣ ଆଜି ଦୁଇଟି ଖୁସି ଖବର ମିଳିଛି। ସକାଳେ ସେ ବାପା ହୋଇଥିବାବେଳେ ଅପରାହ୍ନରେ ଚେନ୍ନାଇ ସୁପର କିଙ୍ଗ୍ସ କୋଟି କୋଟି ଟଙ୍କାରେ ତାଙ୍କୁ ଦଳରେ ସାମିଲ କରିଛି। ନିଲାମ ପାଇଁ ଶିବମ ତାଙ୍କର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ରଖିଥିଲେ। ତାଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ତାଙ୍କୁ ୪ କୋଟି ଟଙ୍କାରେ କିଣିଥିଲା।
ଙ୍‌ଶିବମ ଦୁବେ ଜୁଲାଇ୧୬, ୨୦୨୧ରେ ଗର୍ଲଫ୍ରେଣ୍ଡ ଅଞ୍ଜୁମ ଖାନଙ୍କୁ ବିବାହ କରିଥିଲେ। ଅଞ୍ଜୁମ ରବିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଶିବମଙ୍କ ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଛି। ତାଙ୍କୁ ୨୦୧୯ ଆଇପିଏଲ ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ କୋଟି ଟଙ୍କାରେ କିଣିଛି। ଏହା ପରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୨୦୨୧ ନିଲାମରେ ୪.୪୦ କୋଟି ଟଙ୍କାରେ କିଣିଛି। ଏବେ ଚେନ୍ନାଇ ତାଙ୍କୁ ଚାରି କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି।
ଦୁବେଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଗୋଟିଏ ଦିନିକିଆ ମ୍ୟାଚରେ ୯ ରନ ସଂଗ୍ରହ କରିଛନ୍ତି। ୧୩ ଟି-୨୦ ମ୍ୟାଚରେ ସେ ହାରାହାରି ୧୭.୫ରେ ୧୦୫ ରନ ସଂଗ୍ରହ କରିଛନ୍ତି। ସେ ଏକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୫୪ ରନ। ବୋଲିଂ ବିଷୟରେ କହିବାକୁ ଗଲେ ସେ ଟି-୨୦ ମ୍ୟାଚ୍‌ରେ ପାଞ୍ଚଟି ଉଇକେଟ ନେଇଛନ୍ତି। ସେ ହାରାହାରି ୨୨.୧୭ରେ ୨୨ଟି ଆଇପିଏଲ ମ୍ୟାଚ ରେ ୩୯୯ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ ହାର ହେଉଛି ୧୨୦.୫୪ ଆଇପିଏଲରେ ସେ ୮.୩ ହାରରେ ଚାରିଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇରେ ଆଇପିଏଲ୍‌ ସମ୍ଭାବନା

ନୂଆଦିଲ୍ଲୀ, ୨୧ା୭ (ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ସମ୍ଭାବନା ଅଧିକ ବୋଲି କହିଛନ୍ତି ଏହି...

ଦଳ ପ୍ରଦର୍ଶନକୁ ନେଇ ପିସିବି ତର୍ଜମା କରିବ

କରାଚୀ,୨୦।୬(ପି.ଟି.)- ଦଳର ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବେ ବେଶ୍‌ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଜାତୀୟ ଦଳ ସହ ସପୋର୍ଟ ଷ୍ଟାଫ୍‌,...

ଟି-୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ

ଅକଲାଣ୍ଡ,୨୮।୬: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ।...

ଏହି ୩ଟି ମ୍ୟାଚ୍‌କୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି।...

କ୍ରିକେଟ୍‌ ଇତିହାସରେ ଆଜି ଏକ ଖାସ୍‌ ଦିନ: ୧୮ ବର୍ଷ ପୂର୍ବେ ଘଟିଥିଲା ଏମିତି..

କ୍ରିକେଟ ଇତିହାସରେ ଆଜି ଏକ ଖାସ୍‌ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍‌ ଟି-୨୦ କ୍ରିକେଟ...

ଭାରତୀୟ କ୍ରିକେଟ୍‌ ଦଳର କୋଚ ଅଫର୍‌ ପ୍ରତ୍ୟାଖ୍ୟାନ ଏହି ପ୍ରସିଦ୍ଧ କ୍ରିକେଟର୍‌

ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ...

ଓଭାଲ ଟେଷ୍ଟ: ପଛରେ ନାହିଁ ଭାରତ

ଓଭାଲ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ମେଘୁଆ ପାଗ ଦେଖି...

ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ଅସନ୍ତାବର୍ଷକୁ ସ୍ଥଗିତ

ଦି ହଗ୍‌,୨୮।୫: କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରିକୁ ଆସନ୍ତାବର୍ଷକୁ ସ୍ଥଗିତ ରଖାଯାଇଛି।...

Advertisement
Archives

Model This Week