Posted inଖେଳ

ଆଜିଠୁ ଆଇପିଏଲ୍‌ ମହାସମର: ପ୍ରଥମ ମ୍ୟାଚ୍‌ କେବେ, କେଉଁଠାରେ ଦେଖିବେ ଜାଣନ୍ତୁ

ମୁମ୍ବାଇ,୨୬।୩: ଆଇପିଏଲ ୨୦୨୨ର ଓପନିଂ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ ଅର୍ଥାତ୍‌ ଆଜିଠାରୁ ଖେଳାଯିବ। ଉଭୟ ଦଳ ଗତ ସିଜିନର ଫାଇନାଲିଷ୍ଟ ଦଳ। ଏଥର ଦୁଇ ଅଧିନାୟକଙ୍କ ମଧ୍ୟରେ ଏକ ମଜାଦାର ମ୍ୟାଚ ମଧ୍ୟ ଦେଖିବାକୁ ମିଳିବ। କେକେଆରର ଦଳ ସେମାନଙ୍କର ନୂତନ ଅଧିନାୟକ ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ସେପଟେ ଓପନିଂ ମ୍ୟାଚ ପୂର୍ବରୁ ସିଏସକେ ରବୀନ୍ଦ୍ର ଜାଡେଜାଙ୍କ ରୂପରେ ଏକ ନୂତନ ଅଧିନାୟକ ମଧ୍ୟ ପାଇଛି। ଏହି ମ୍ୟାଚର ମାତ୍ର ୨ ଦିନ ପୂର୍ବରୁ ଏମଏସ ଧୋନୀ ଅଦତ୍ନାୟକ ଦାୟିତ୍ୱ ଜାଡେଜାଙ୍କୁ ଦେଇଥିଲେ। ସିଏସ୍‌କେ ଏବଂ କେକେଆର୍‌ ମଧ୍ୟରେ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ୱାଙ୍ଖେଡେ ପିଚ ବ୍ୟାଟ୍ସମ୍ୟାନକୁ ସୁହାଏ। ଏଠାରେ ଆଇପିଏଲର ହାରାହାରି ସ୍କୋର ହେଉଛି ୧୮୦ ରନ।

ଚେନ୍ନାଇ ଏବଂ କୋଲକତା ଦଳ ମଧ୍ୟରେ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ କେବେ ଖେଳାଯିବ?
ଚେନ୍ନାଇ ଏବଂ କୋଲକତା ଦଳ ମଧ୍ୟରେ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ଶନିବାର ଖେଳାଯିବ।

ଚେନ୍ନାଇ ଏବଂ କୋଲକତା ଦଳ ମଧ୍ୟରେ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ କେଉଁଠାରେ ଖେଳାଯିବ?
ଚେନ୍ନାଇ ଏବଂ କୋଲକତା ମଧ୍ୟରେ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ

ଚେନ୍ନାଇ ଏବଂ କୋଲକତା ମଧ୍ୟରେ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ କେଉଁ ସମୟରେ ଖେଳାଯିବ?
ଚେନ୍ନାଇ ଏବଂ କୋଲକତା ମଧ୍ୟରେ ମ୍ୟାଚ ଭାରତୀୟ ସମୟ ସା ୭:୩୦ରୁ ଖେଳାଯିବ। ଟସ ୭:୦୦ରେ ହେବ।

ଚେନ୍ନାଇ ଏବଂ କୋଲକତା ମ୍ୟାଚର ଲାଇଭ ପ୍ରସାରଣକୁ କେଉଁଠାରେ ଦେଖିବେ?
ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କରେ ଚେନ୍ନାଇ ଏବଂ କୋଲକତା ମ୍ୟାଚର ଲାଇଭ ଟେଲିକାଷ୍ଟ ଦେଖିବାକୁ ମିଳିବ।

ଚେନ୍ନାଇ ଏବଂ କୋଲକତା ମ୍ୟାଚର ଲାଇଭ ଷ୍ଟ୍ରିମିଂ କୁ କେଉଁଠାରେ ଦେଖିହେବ?
ଚେନ୍ନାଇ ଏବଂ କୋଲକତା ମଧ୍ୟରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜ୍‌ନୀ ହଟ ଷ୍ଟାରରେ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?